ଭୁବନେଶ୍ବର: ରାକ୍ଷୀ ପୂର୍ଣ୍ଣିମା ଅବସରେ ଜୀ ସାର୍ଥକ ଫିଲ୍ମସରେ ନୂଆ ସିନେମା ଏଇ ରାକ୍ଷୀ ତୋ ରକ୍ଷା କବଚର ଅଡିଓ ରିଲିଜ ହୋଇଯାଇଛି । ଭୁବନେଶ୍ୱର ହୋଟେଲ ବରନ୍ୟ ପରିସରରେ ଅଡିଓ ରିଲିଜ ହୋଇଯାଇଛି। ଏହି ଚଳଚ୍ଚିତ୍ରରେ ଭାଇ-ଭଉଣୀ ସମ୍ପର୍କକୁ ଏକ ସୁନ୍ଦର କାହାଣୀ ରଚନା କରାଯାଇଥିବା ବେଳେ ସମ୍ପୂର୍ଣ୍ଣ ପାରିବାରିକ କାହାଣୀକୁ ନେଇ ଚଳଚିତ୍ର ଗତିଶୀଳ ହୋଇଛି । ଏହି ଚଳଚିତ୍ରରେ କ୍ଷୀରୋଦ ପଟ୍ଟନାୟକ ପ୍ରଯୋଜନା କରିଥିବା ବେଳେ ସହ ପ୍ରଯୋଜନା କରିଛନ୍ତି ଲିପ୍ସା ମିଶ୍ର ।ସଂଜୟ ନାୟକ ଏହି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି ।
ଏହି ସିମେନାରେ ହ୍ୟୁମାନ ସାଗର, ନେହା, ନିହାରିକା, କୁମାର ବାପି, ଅନ୍ତରା ଚକ୍ରବର୍ତ୍ତୀ, ଶୀତଲ କବି, ଶୁଭାଶିଷ ସାହୁ ପ୍ରମୁଖ କଣ୍ଠଦାନ କରିଛନ୍ତି । ଗୀତ ଗୁଡିକ ନିହାର ପ୍ରିୟାଶୀଷ ଓ ଡକ୍ଟର ଶୁଭ ଦାସ ଲେଖିଥିବା ବେଳେ ବୈଦ୍ୟନାଥ ଦାସ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ସିମେନା ରିଲିଜ ହେବା ନେଇ କୌଣସି ସୂଚନା ରହିନଥିବା ବେଳେ ଆଜି ଭୁବନେଶ୍ବରରେ ଅଡିଓ ରିଲିଜ ହୋଇଛି । ଅନନ୍ୟା,ରିଷି ଓ ବିକ୍ରମ ମୁଖ୍ୟ ଭୂମିକାରେ ଥିବାବେଳେ ରାଜଦୀପଙ୍କୁ ଏକ ସ୍ୱତନ୍ତ୍ର ଭୂମିକାରେ ଦେଖିବାକୁ ମିଳିବ । ରାକ୍ଷୀକୁ ନେଇ ଅନେକ ଓଡିଆ ଚଳଚ୍ଚିତ୍ର ପରଦାକୁ ଆସିଛି । କିନ୍ତୁ ଗତ କିଛି ବର୍ଷ ହେବ ରାକ୍ଷୀକୁ ବଡପରଦାରେ ଦେଖିବାକୁ ମିଳିନଥିଲା । ଅନେକ ଦିନ ପରେ ରାକ୍ଷୀକୁ ନେଇ ଓଡିଆ ସିନେମା ନିର୍ମାଣ ହୋଇଥିବା ବେଳେ ଏହା ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ଆଶା ରଖାଯାଇଛି ।
ଭୁବନେଶ୍ବର, ଇଟିଭି ଭାରତ