ETV Bharat / city

ରାଜ୍ୟ ଟୀକାକରଣରେ ବୟସ୍କଙ୍କୁ ମିଳିବ ଟିକା, ଖୁବଶୀଘ୍ର ଆସିବ ଗାଇଡଲାଇନ

author img

By

Published : Feb 22, 2021, 4:13 PM IST

ଟୀକାକରଣର ସେସନ ସାଇଟ ବଢାଇବାକୁ ନିଷ୍ପତ୍ତି ନେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏହାସହ ନୂଆଷ୍ଟ୍ରେନ ପାଇଁ ବି ଏହି ଟିକା କାମ କରିବ ବୋଲି ପରୀକ୍ଷଣରୁ ଜଣାପଡିଛି ।

ଖୁବଶୀଘ୍ର ବୟସ୍କଙ୍କୁ ମିଳିବ ଟିକା
ଖୁବଶୀଘ୍ର ବୟସ୍କଙ୍କୁ ମିଳିବ ଟିକା

ଭୁବନେଶ୍ବର: ଟୀକାକରଣରେ ଦେଶର ତୃତୀୟ ସ୍ଥାନରେ ରହିଛି ଓଡ଼ିଶା । ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ଟୀକାକରଣ ବ୍ୟାପକ ଓ ଶୀଘ୍ର କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ମାର୍ଚ୍ଚ ମାସରୁ ସପ୍ତାହରେ 4 ଦିନ ଟିକା ଦେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ଖୁବଶୀଘ୍ର ବୟସ୍କଙ୍କୁ ମିଳିବ ଟିକା

ସେ କହିଛନ୍ତି ଯେ, ରେଳବାଇ ପୋଲିସଙ୍କ ଡାଟା ସଂଗ୍ରହ କରାଯାଇଛି । ସେମାନଙ୍କୁ ମଧ୍ୟ ଟୀକାକରଣରେ ସାମିଲ କରାଯିବ । ଟୀକାକରଣର ସେସନ ସାଇଟ ବଢାଇବାକୁ ନିଷ୍ପତ୍ତି ନେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

ଓଡ଼ିଶାରେ ସମୁଦାୟ 5 ଲକ୍ଷ 33 ହଜାର 93 ଡୋଜ ଟିକା ଦିଆଯାଇଛି । ସେଥିରୁ 2 ଲକ୍ଷ 90 ହଜାର 939 ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଦିଆଯାଇଛି । ଯାହା ଧାର୍ଯ୍ୟ ଲକ୍ଷ୍ୟର 86 ପ୍ରତିଶତ। ସେକେଣ୍ଡ ଡୋଜ 94 ହଜାର 966 ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯାଇଛି । ଯାହା 73 ପ୍ରତିଶତ ଅଟେ । ଫେବ୍ରୁଆରୀ 28 ଯାଏଁ ଟୀକାକରଣ ଚାଲିବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା 1 ଲକ୍ଷ 47 ହଜାର 188 ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯାଇଛି । ଯାହା 72 ପ୍ରତିଶତ ଅଟେ ।

ନୂଆଷ୍ଟ୍ରେନ ପାଇଁ ବି ଏହି ଟିକା କାମ କରିବ ବୋଲି ପରୀକ୍ଷଣରୁ ଜଣାପଡିଛି । ରାଜ୍ୟରେ ଆଣ୍ଟିବଡି କେତେ ପରିମାଣର ଡେଭଲପ ହେଲାଣି, ତାହା ଜାଣିବା ପାଇଁ ସେରୋଲଜିକାଲ ସର୍ଭେ କରାଯାଉଛି । 3 ମାସ ପରେ ଜଣାପଡିବ ଯେ, କେତେ ଆଣ୍ଟିବଡି ହୋଇଛି । କେମିତି ହେଉଛି, ରକ୍ତରେ କେତେ ଦିନ ରହୁଛି ଓ କେତେ ମାତ୍ରାରେ ସେ ଆମକୁ ରକ୍ଷା କରିପାରୁଛି ।

ଅନେକ ସ୍ୱାସ୍ଥ୍ୟକର୍ମୀ ଟିକା ନେଉ ନଥିବା ନଜରକୁ ଆସୁଛି । ଆମେ ଅନୁରୋଧ କରୁଛି, ସମସ୍ତେ ଟିକା ନିଅନ୍ତୁ । ନିଜକୁ ଓ ସମାଜକୁ ସୁରକ୍ଷା ଦିଅନ୍ତୁ । ହୋମିଓପାଥି ଓ ଆୟୁର୍ବେଦିକ ସ୍ୱାସ୍ଥ୍ୟ ର୍ମୀ ଟିକା ନେଉ ନଥିଲେ । ଆମେ ସେମାନଙ୍କ ସହ ଆଲୋଚନା କରି ସମାଧାନ କରିଛୁ । ସେମାନେ ଟିକା ନେବା ପ୍ରକ୍ରିୟାରେ ସାମିଲ ହେଲେଣି।

ଅନ୍ୟପଟେ କଟକ, ରାୟଗଡ଼ା ଓ କେନ୍ଦ୍ରାପଡ଼ାରେ ଟୀକାକରଣ କମିଛି । ସେଠାରେ ଆହୁରି ସଚେତନତା କରିବାକୁ ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସେଠାରେ ଟୀକାକରଣ ପାଇଁ ପୁଣି ଚିଠି କରାଯିବ । ଏହି ସପ୍ତାହରେ କେନ୍ଦ୍ର ସରକାର ଆମକୁ ବୟସ୍କ ଲୋକଙ୍କ ଟୀକାକରଣ ନେଇ ସୂଚନା ଦେବେ । ଏନେଇ ମଧ୍ୟ ଗାଇଡଲାଇନ ପ୍ରସ୍ତୁତ କରାଯାଉଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.