ETV Bharat / city

ଦିବ୍ୟାଙ୍ଗଙ୍କ ପାଇଁ ସବ୍ୟସାଚୀଙ୍କ ‘ସୁପର 22’ - ସବ୍ୟସାଚୀ ମିଶ୍ର

‘ସୁପର 22’ କାର୍ଯ୍ୟକ୍ରମ ମାଧ୍ୟମରେ ଦିବ୍ୟାଙ୍ଗଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି କଲେ ଅଭିନେତା ସବ୍ୟସାଚୀ ମିଶ୍ର। ଦିବ୍ୟାଙ୍ଗଙ୍କୁ ନିଜର ଦକ୍ଷତା ପ୍ରଦର୍ଶନ ପାଇଁ ଦେଲେ ମଞ୍ଚ । ଅଧିକ ପଢ଼ନ୍ତୁ...

ଦିବ୍ୟାଙ୍ଗଙ୍କ ପାଇଁ ସବ୍ୟସାଚୀଙ୍କ ‘ସୁପର 22’
author img

By

Published : Nov 5, 2019, 8:24 PM IST

ଭୁବନେଶ୍ବର: ଦୁନିଆ ଦେଖେ ତାଙ୍କୁ ଭିନ୍ନ ଦୃଷ୍ଟିରେ । କାରଣ ସେମାନେ ସଭିଙ୍କ ଠାରୁ ଭିନ୍ନ । ସେମାନେ ଦିବ୍ୟାଙ୍ଗ । ଏମାନଙ୍କ ଦ୍ବାରା କୌଣସି ବି କାର୍ଯ୍ୟ ହୋଇ ପାରିବ ନାହିଁ। ଏମାନେ ସମାଜ ଉପରେ ଏକ ବୋଝ ବୋଲି ଭାବନ୍ତି ଅନେକ। ଅନେକେ ଏମାନଙ୍କ ଅବସ୍ଥା ଦେଖି ଲୋକ ଦେଖାଣିଆ ସାହାଯ୍ୟ ଓ ସହଯୋଗ ପାଇଁ ହାତ ବଢ଼ାଇଥାନ୍ତି। ହେଲେ ଏମାନେ ସେ ସବୁକୁ ଭ୍ରୁକ୍ଷେପ ନକରି ସମାଜ ଆଗରେ ନିଜର ପରିଚୟ ସୃଷ୍ଟି କରିବାକୁ ସର୍ବଦା ତତ୍ପର ହୋଇଥାନ୍ତି। ଆଉ ତାଙ୍କୁ ଏଥିରେ ଆଗକୁ ବଢିବାକୁ ସହଯୋଗର ହାତ ବଢ଼ାଇଛନ୍ତି ଓଡ଼ିଆ ଚଳଚିତ୍ର ଜଗତର ଆଗଧାଡ଼ିର ଅଭିନେତା ସବ୍ୟସାଚୀ ମିଶ୍ର।

ନିଜର ଏକ ଫିଲ୍ମ ପାଇଁ ଗୋଟିଏ ଚରିତ୍ର ଆବଶ୍ୟକତା ଥିବାରୁ ଏଥିପାଇଁ ସେ ଏକ ଅଡିସନ କରିଥିଲେ। ସେଥିରେ ସେ ସେହି ଚରିତ୍ର ସିନା ପାଇ ନଥିଲେ କିନ୍ତୁ 22ଜଣ ସୁପର ଟ୍ୟାଲେଣ୍ଟକୁ ଖୋଜି ପାଇଥିଲେ। ଆଉ ସେମାନଙ୍କ ଦକ୍ଷତାକୁ ସମାଜ ସାମ୍ନାରେ ଉପସ୍ଥାପିତ କରିବା ସହ ତାଙ୍କର ପ୍ରତିଭାକୁ ପ୍ରମାଣିତ କରିବା ପାଇଁ ମଞ୍ଚ ପ୍ରଦାନ କରିବା ପାଇଁ ସ୍ଥିର କରିଥିଲେ। ଆଉ ସେହି ପିଲା ତାହାକୁ ପ୍ରମାଣିତ କରିଥିବାରୁ ବହୁତ ଖୁସିଥିବା କହିଛନ୍ତି ସବ୍ୟସାଚୀ।

ଦିବ୍ୟାଙ୍ଗଙ୍କ ‘ସୁପର 22’

ନିଜ ଆଖପାଖର ଲୋକଙ୍କ ଦ୍ବାରା ଅନେକ ଥଟ୍ଟା ପରିହାସ ଓ ବିଦ୍ରୁପର ଶିକାର ହେଉଥିବା ପିଲା ଯେ ସାଧାରଣ ମଣିଷଙ୍କ ଠାରୁ ଅନେକ ଗୁଣରେ ପ୍ରତିଭାଦୀପ୍ତ। ସେମାନଙ୍କୁ ଉପହାସ କରୁଥିବା ମଣିଷ ନିଜେ ଜଣେ ଜଣେ ମାନସିକ ସ୍ତରରେ ଭିନ୍ନକ୍ଷମ। ସେମାନଙ୍କ ପ୍ରତି ଏ ସମାଜ ଦୟା, ସହାନୁଭୂତି ପ୍ରଦର୍ଶନ ନକରି ଯଦି ସହଯୋଗ ପ୍ରଦାନ କରିବ ସେମାନେ ମଧ୍ୟ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ। ସେମାନଙ୍କ ପ୍ରତିଭାକୁ ଚିହ୍ନଟ କରି ସେମାନଙ୍କୁ ମଞ୍ଚ ପ୍ରଦାନ ପୂର୍ବକ ଅଭିନେତା ସବ୍ୟସାଚୀଙ୍କ ପ୍ରୟାସ ଏକ ଉଦାହରଣ।

ଏପରି କ୍ଷେତ୍ରରେ ସବ୍ୟସାଚୀଙ୍କ ସହିତ ଯୋଡି ହୋଇ ଏହି ପିଲାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଇ ପାରିଲେ ନିଶ୍ଚିତ ଭାବେ ସମାଜରେ ଏକ ବିରାଟ ପରିବର୍ତ୍ତନ ଆସିପାରିବ ବୋଲି ମତ ପ୍ରକାଶ ପାଇଛି। ସେମାନେ ଦେଖିଥିବା ସ୍ବପ୍ନ ପୂରଣ ହେବା ସହ ସାଧାରଣ ଲୋକଙ୍କ ମନରେ ଥିବା ସନ୍ଦେହ ଦୂର ହୋଇ ପାରିବ। ଯାହାକି ସେମାନେ ନିଜ ପ୍ରଦର୍ଶନ ଦ୍ବାରା ପ୍ରମାଣିତ କରିଛନ୍ତି।

ଭୁବନେଶ୍ବରରୁ ଲଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:କିଏ ତାଙ୍କୁ କୁହେ କୁଜା,କିଏ କେମ୍ପା,ଆଉ କିଏ କହେ ଛୋଟା,କଣା।ଏମାନଙ୍କ ଦ୍ୱାରା କିଛି ବି କାର୍ଯ୍ୟ ହୋଇ ପାରିବ ନାହିଁ।ଏମାନେ ସମାଜ ଉପରେ ଏକ ବୋଝ।ଆଉ କିଏ ଏମାନଙ୍କ ଏଭଳି ଅବସ୍ଥା ଦେଖି ସହାନୁଭୂତି ସାଉଁଟିବା ପାଇଁ ଲୋକ ଦେଖାଣିଆ ସାହାଯ୍ୟ ଓ ସହଯୋଗ ପାଇଁ ହାତ ବଢ଼ାଇ ଥାଆନ୍ତି।କିନ୍ତୁ ଏମାନେ ସେ ସବୁକୁ ଭ୍ରୁକ୍ଷେପ ନ କରି ସମାଜ ଆଗରେ ନିଜର ପରିଚୟ ସୃଷ୍ଟି କରିବାକୁ କେବେ ହେଲେ ବି ଅବହେଳା କରି ନାହାଁନ୍ତି।ଆଉ ତାଙ୍କୁ ଏଥିରେ ଆଗକୁ ବଢିବାକୁ ସହଯୋଗ ର ହାତ ବଢ଼ାଇଛନ୍ତି ଓଡ଼ିଆ ଚଳଚିତ୍ର ଜଗତର ଆଗଧାଡ଼ିର ଅଭିନେତା ସବ୍ୟସାଚୀ ।

Body:ନିଜର ଏକ ଫିଲ୍ମ ପାଇଁ ଗୋଟିର ଚରିତ୍ର ଆବଶ୍ୟକତା ଥିବାରୁ ଏଥିପାଇଁ ଗୋଟେ ଅଡିସନ କରିଥିଲେ।କିନ୍ତୁ ସେଥିରେ ସେ ସେହି ଚରିତ୍ର ସିନା ପାଇଁ ନଥିଲେ କିନ୍ତୁ 22ଜଣ ସୁପର ଟ୍ୟାଲେଣ୍ଟ କୁ ଖୋଜି ପାଇଥିଲେ।ଆଉ ସେମାନଙ୍କ ଦକ୍ଷତାକୁ ସମାଜ ସାମ୍ନାରେ ଉପସ୍ଥାପିତ କରିବା ସହ ତାଙ୍କର ପ୍ରତିଭାକୁ ପ୍ରମାଣିତ କରିବା ପାଇଁ ମଞ୍ଚ ପ୍ରଦାନ କରିବା ପାଇଁ ସ୍ଥିର କରିଥିଲେ।ଆଉ ସେହି ପିଲାମାନେ ତାହାକୁ ପ୍ରମାଣିତ କରିଥିବାରୁ ବହୁତ ଖୁସି ଥିବା କହିଛନ୍ତି ସବ୍ୟସାଚୀ।
ନିଜ ଆଖପାଖର ଲୋକମାନଙ୍କ ଦ୍ବାରା ଅନେକ ଥଟ୍ଟା ପରିହାସ ଓ ବିଦ୍ରୁପର ଶିକାର ହେଉଥିବା ପିଲାମାନେ ଯେ ସାଧାରଣ ମଣିଷ ମାନଙ୍କଠାରୁ ଅନେକ ଗୁଣରେ ପ୍ରତିଭାଦୀପ୍ତ।ସେମାନଙ୍କୁ ଉପହାସ କରୁଥିବା ମଣିଷମାନେ ନିଜେ ଜଣେ ଜଣେ ମାନସିକ ସ୍ତରରେ ଭିନ୍ନକ୍ଷମ।ସେମାନଙ୍କ ପ୍ରତି ଏ ସମାଜ ଦୟା ,ସହାନୁଭୂତି ପ୍ରଦର୍ଶନ ନ କରି ଯଦି ଯଦି ସହଯୋହ ପ୍ରଦାନ କରିବ ସେମାନେ ମଧ୍ୟ ଗିରି ଉଲଂଘନ କରିପାରିବେ।
ସେମାନଙ୍କ ପ୍ରତିଭାକୁ ଚିହ୍ନଟ କରି ସେମାନଙ୍କୁ ମଞ୍ଚ ପ୍ରଦାନ ପୂର୍ବକ ଅଭିନେତା ସବ୍ୟସାଚୀଙ୍କ ପ୍ରୟାସ ଏକ ଉଦାହରଣ ଅଟେ।ଏପରି କ୍ଷେତ୍ରରେ ସବ୍ୟସାଚୀଙ୍କ ସହିତ ଯୋଡି ହୋଇ ଏହି ପିଲାମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଇ ପାରିଲେ ନିଶ୍ଚିତଭାବେ ସମାଜରେ ଏକ ବିରାଟ ପରିବର୍ତ୍ତନ ଆସିପାରିବ।ସେମାନେ ଦେଖିଥିବା ସ୍ୱପ୍ନ ପୂରଣ ହେବା ସହ ସାଧାରଣ ଲୋକଙ୍କ ମନରେ ଥିବା ସନ୍ଦେହ ଦୂର ହୋଇ ପାରିବ।ଯାହାକି ସେମାନେ ଆଜି ନିଜ ପ୍ରଦର୍ଶନ ଦ୍ୱାରା ପ୍ରମାଣିତ କରିଛନ୍ତି।
ବାଇଟ- ସବ୍ୟସାଚୀ -ଅଭିନେତା
ବାଇଟ-ଅର୍ଚ୍ଚିତା ସାହୁ
ବାଇଟ-ସୁଧାଂଶୁ ଷଢଙ୍ଗୀ
ବାଇଟ-ଆକାଶ ଦାସନାୟକ
ବାଇଟ-ତଥାଗତ ଶତପଥୀ
ବାଇଟ-ଅଭିଭାବକ-
ବାଇଟ-ଦିବ୍ୟାଙ୍ଗ କଳାକାର-1,2,3,4
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.