ଭୁବନେଶ୍ବର:ଭେଟରାନ ଓଲିଉଡ ଅଭିନେତା ବିଜୟ ମହାନ୍ତି ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଯଦିଓ ତାଙ୍କର ସ୍ଵାସ୍ଥ୍ୟରେ ସୁଧାର ଆସିଛି ତେବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାଁନ୍ତି । ଏହାରି ଭିତରେ ହସ୍ପିଟାଲରୁ ଚିକିତ୍ସାଧୀନ ଅବସ୍ଥାରେ ଏକ ଭିଡ଼ିଓ ମେସେଜ ଦେଇଛନ୍ତି ବିଜୟ ମହାନ୍ତି ।
ଯେଉଁଥିରେ ସେ କହିଛନ୍ତି, ମୁଁ ଆସୁଛି ଭୁବନେଶ୍ୱର। ତେବେ ଯାହା ସୂଚନା ରହିଛି, ତାଙ୍କୁ ଏକ ଆମ୍ବୁଲାନ୍ସରେ ଭୁବନେଶ୍ୱର ଅଣାଯାଉଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ହାଇଦ୍ରାବାଦରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ