ଭୁବନେଶ୍ବର: ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀ ବା ସରକାରୀ କର୍ମଚାରୀଙ୍କ ବିରୋଧରେ ରାଜ୍ୟ ସରକାରଙ୍କ କାର୍ଯ୍ୟନୁଷ୍ଠାନ ଜାରି ରହିଛି । ଆଜି(ଗୁରୁବାର) 4 ଅଧିକାରୀଙ୍କୁ ଚାକିରିରୁ ବିଦା କରିଛନ୍ତି ରାଜ୍ୟ ସରକାର । ସେଥିରୁ 3 ନିର୍ବାହୀ ଯନ୍ତ୍ରୀ ଓ ରାଜସ୍ବ ରାଜସ୍ବ ନିରୀକ୍ଷକ ରହିଛନ୍ତି । ଦୁଇଜଣ ପୂର୍ବତନ ଅଧିକାରୀଙ୍କ ପେସସନ୍କୁ ସ୍ଥାୟୀ ଭାବେ ବନ୍ଦ କଲେ ରାଜ୍ୟ ସରକାର ।
ଏହା ବି ପଢ଼ନ୍ତୁ Compulsory Retirement to Coaches: ଅପାରଗତାରୁ ବିଦା ହେଲେ ୪ କୋଚ୍
ସମ୍ବଲପୁର ମହାନଗର ନିଗମର କମ୍ୟୁନିଟି ଅର୍ଗାନାଇଜର ଲଳିତା କପୁର, ବେଲପାହାଡ ମ୍ୟୁନିସିପାଲ୍ଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ତିୱାରୀଙ୍କୁ ଚାକିରି ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏହିକ୍ରମରେ ଝାରସୁଗୁଡ଼ା ମ୍ୟୁନିସିପାଲ୍ଟିର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନ ବିଦା ହୋଇଛନ୍ତି । ପୁରୀ ଜିଲ୍ଲା ବେତାଲ ରାଜସ୍ବ ନିରୀକ୍ଷକ ମନୋଜ ପରିଡ଼ାଙ୍କୁ ବହିଷ୍କାର କରିଛନ୍ତି ରାଜ୍ୟ ସରକାର । ବିଶୃଙ୍ଖଳା ଅଚରଣ ଓ କର୍ତ୍ତବ୍ୟରେ ଅବହେଳା ପାଇଁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନଦିଆଯାଇଛି ।
ବଲାଙ୍ଗୀରର ପୂର୍ବତନ ଅତିରିକ୍ତ SP ଶ୍ରୀକାନ୍ତ ମିଶ୍ରଙ୍କ ପେନସନ ବନ୍ଦ କରିଛନ୍ତି ରାଜ୍ୟ ସରକାର । ଏହାସହ ଗଞ୍ଜାମ ବେଲଗୁଣ୍ଠା ବ୍ଲକ୍ର ପୂର୍ବତନ AFO ଏପିଲି ଉଦୟନାଥଙ୍କର ପେନ୍ସନକୁ ମଧ୍ୟ ବନ୍ଦ କରାଯାଇଛି । ମୋ ସରକାରର ଫିଡବ୍ୟାକ୍ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଏଥାପାଇଁ ଫେସବୁକ୍ ପେଜ୍ ମାଧ୍ୟମରେ ଲୋକଙ୍କ ମତାମତ ନେଇଥିଲେ ରାଜ୍ୟ ସରକାର ।
ବର୍ତ୍ତମାନ ସୁଦ୍ଧା ୧୪୦ ଅପାରଗ ବା ଦୁର୍ନିତୀଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛ୍ତି ରାଜ୍ୟ ସରକାର । ଗତକାଲି(ବୁଧବାର) ଅପାରଗତା ସହ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଚାକିରିରୁ ୪ କୋଚ୍ ବିଦା ହୋଇଥିଲେ । ଏଥିରେ ଦୁଇ ଜଣ ଭଲି ବଲ୍ କୋଚ୍ ସାମିଲ ଥିବା ବେଳେ ଜଣେ ବକ୍ସିଂ କୋଚ୍ ଓ ଜଣେ ହ୍ଯଣ୍ଡବଲ୍ କୋଚ୍ ସାମିଲ ଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ