ETV Bharat / city

ଆର୍ମି ଅଫିସରଙ୍କ ବନ୍ଧୁକ ବିକ୍ରିବେଳେ 2 ଗିରଫ - ଆର୍ମି ଅଫିସରଙ୍କ ବନ୍ଧୁକ ବିକ୍ରି

ଗିରଫ 2 ଅଭିଯୁକ୍ତ ହେଲେ ବିଜୟ ମଲିକ ଓ ଜିତେନ୍ଦ୍ର ମଲିକ । ଉଭୟ ଜଗତସିଂହପୁରର ବାସିନ୍ଦା ବୋଲି ଜଣାପଡିଛି ।

ଗିରଫ 2 ଅଭିଯୁକ୍ତ(ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର)
author img

By

Published : Aug 31, 2019, 6:32 AM IST

ଭୁବନେଶ୍ବର: ରେଲୱେ ଷ୍ଟେସନରୁ ବନ୍ଧୁକ ଚୋରି କରି ବିକ୍ରି କରୁଥିବାବେଳେ 2 ଜଣ ଅଭିଯୁକ୍ତଙ୍କୁ ପୋଲିସର ଗିରଫ । ପାଖାପାଖି ଏକ ମାସ ପରେ ଉଭୟ ଚୋରଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି । ବିକ୍ରି କରୁଥିବା ବନ୍ଧୁକ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କର ବୋଲି ଜଣାପଡିଛି ।

ଗିରଫ 2 ଅଭିଯୁକ୍ତ ହେଲେ ବିଜୟ ମଲିକ ଓ ଜିତେନ୍ଦ୍ର ମଲିକ । ଉଭୟ ଜଗତସିଂହପୁରର ବାସିନ୍ଦା ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ ଗତ ମାସ ୨୮ ତାରିଖରେ ଉଭୟ ଏହି ଚୋରି କରିଥିଲେ । ଉତ୍ତର ପ୍ରଦେଶର ପୂର୍ବତନ ସେନା ଅଧିକାରୀ ମନୋଜ କୁମାର ନିଜର ଟିକେଟ ସମ୍ପର୍କରେ ବୁଝୁଥିବାବେଳେ ଏହି ଚୋରି ହୋଇଥିଲା । ଭୁବନେଶ୍ବର ରେଳ ଷ୍ଟେସନର ନୂତନ ରିଜର୍ଭେସନ ବୁକିଂ କାଉଣ୍ଟରରେ ଘଟଣା ଘଟିଥିଲା ।

ସେସମୟରେ ଦୁଇ ଅଭିଯୁକ୍ତ ମନୋଜଙ୍କ ବ୍ୟାଗ ନେଇ ଫେରାର ହୋଇଥିଲେ । ଯେଉଁଥିରେ ଏକ ପିସ୍ତଲ ସହ ଦୁଇଟି ମ୍ୟାଗାଜିନ, ୨୦ ରାଉଣ୍ଡ ଗୁଳି ସହ ମୋବାଇଲ ଏବଂ କିଛି ଟଙ୍କା ଥିଲା । ପୋଲିସରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଥିଲା । ଏକ ମାସ ପରେ ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରିଛି ଜିଆରପି ଥାନା ପୋଲିସ । ଉଭୟଙ୍କୁ କୋର୍ଟ ଚାଲାଣ ସହ ବନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଚୋରି କରିଥିଲେ ଆର୍ମି ଅଫିସର ବନ୍ଧୁକ,
ବିକିବା ବେଳେ ପୋଲିସ କଲା ଗିରଫ
Body:

ଷ୍ଟେସନରୁ ବନ୍ଧୁକ ଚୋରି। ତାହା ପୁଣି ଅବସର ପ୍ରାପ୍ତ ସେନାଅଧିକାରିଙ୍କର।ଯାହାକୁ ନେଇ ଚୋର ବିକିବା ବେଳେ ପୋଲିସ କରିଛି ଗିରଫ।ଗିରଫ ଅଭିଯୁକ୍ତ ହେଲେ ବିଜୟ ମଲିକ,ଜିତେନ୍ଦ୍ର ମଲିକ ଉଭୟ ଜଗତସିହପୁରର ବୋଲି ଜଣାପଡିଛି। ତେବେ ଗତ ମାସ ୨୮ ତାରିଖରେ ଭୁବନେଶ୍ବର ରେଳ ଷ୍ଟେସନର ନୁତନ ରିଜର୍ଭେସନ ବୁକିଂ କାଉଣ୍ଟରରେ ଉତରପ୍ରଦେଶର ପୁର୍ବତନ ସେନାଅଧିକାରି ମନୋଜକୁମାର ନିଜର ଟିକେଟ ସମ୍ପର୍କରେ ବୁଝୁଥିଲେ। ସେହି ସମୟରେ ଦୁଇ ଅଭିଯୁକ୍ତ ଚୋରର ବ୍ଯାଗ ନେଇ ଫେରାର ହୋଇଥିଲେ। ଯେଉଁଥିରେ ସେ ଏକ ପିସ୍ତଲ ସହ ଦୁଇଟି ମାଗଜିନ,୨୦ ରାଉଣ୍ଡ ଗୁଳି ସହ ମୋବାଇଲ ସହ ଟଙ୍କା ନେଇ ଚମ୍ପଟ ମାରିଥିଲେ । ଯାହାର ଏକ ମାସ ପରେ ଅଭିଯୁକ୍ତ ଦୁଇଙ୍କୁ ଗିରଫ କରିଛି ଜିଆରପି ଥାନା ପୋଲିସ।ତେବେ ଉଭୟଙ୍କୁ କୋର୍ଟ ଚାଲାଣ ସହ ବନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.