ଭୁବନେଶ୍ୱର: ଓଡିଶାରେ ଜୁନିୟର ବଚ୍ଚନ । ନିଜ ଦଳ ଚେନ୍ନାଇନ୍ ଏଫସିକୁ ସପୋର୍ଟ ପାଇଁ ରାଜଧାନୀରେ ପହଞ୍ଚିଛନ୍ତି ଅଭିଷେକ । ତେବେ ଶନିବାର ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ସୁପର କପ୍ ଫାଇନାଲରେ ନିଜ ଟିମ୍ ଚେନ୍ନାଇନ୍ ଏଫସିକୁ ସପୋର୍ଟ ପାଇଁ ଓଡିଶା ଆସିଛନ୍ତି ଅଭିଷେକ ବଚ୍ଚନ ।
ତେବେ ଶନିବାର ୧୨ଟା ୧୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ କଳିଙ୍ଗ ଷ୍ଟାଡିୟମ ଯାଇଥିଲେ ଅଭିଷେକ ବଚ୍ଚନ । ସୂଚନା ଅନୁସାରେ, ମ୍ୟାଚ ଦେଖି ସାରିବା ପରେ ଶନିବାର ଭୁବନେଶ୍ବରରେ ରହିବେ ଅଭିଷେକ ।
ଏଠାରେ ସୂଚନାଯୋଗ୍ୟ, ଶନିବାର ଚେନ୍ନାଇନ୍ ଏଫସି ଓ ଏଫସି ଗୋଆ ମଧ୍ୟରେ ହେବ ମହାମୁକାବିଲା । ପୂର୍ବରୁ ଉଭୟ ଦଳ ୧୩ଥର ପରସ୍ପରକୁ ଭେଟିଥିଲେ ମଧ ଉଭୟ ସମାନ ୬-୬ଟି ମ୍ୟାଚ ଜିତିଥିଲେ । ଗୋଟିଏ ମ୍ୟାଚ ଡ୍ର କରିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ୍, ଇଟିଭି ଭାରତ