ETV Bharat / city

ଦରବୃଦ୍ଧି ବିରୁଦ୍ଧରେ ରାଜ୍ୟ ବ୍ୟାପୀ ପ୍ରତିବାଦ କରିବ ଆମ୍‌ ଆଦମୀ ପାର୍ଟି

author img

By

Published : Nov 2, 2021, 9:15 PM IST

ଦରବୃଦ୍ଧି ବିରୁଦ୍ଧରେ ରାଜ୍ୟ ବ୍ୟାପୀ ପ୍ରତିବାଦ କରିବ ଆମ ଆଦମୀ ପାର୍ଟି । ନଭେମ୍ବର ୯ ତାରିଖରୁ ପେଟ୍ରୋଲ, ଡିଜେଲ, ଗ୍ୟାସ୍ ଓ ବିଦ୍ୟୁତ ଦର ବୃଦ୍ଧି ବିରୁଦ୍ଧରେ ଆମ ଆଦମୀ ପାର୍ଟି ପକ୍ଷରୁ ରାଜ୍ୟ ବ୍ୟାପୀ ପ୍ରତିବାଦ କରାଯିବ । ଅଧିକ ପଢ଼ନ୍ତୁ...

ଦରବୃଦ୍ଧି ବିରୁଦ୍ଧରେ ରାଜ୍ୟ ବ୍ୟାପୀ ପ୍ରତିବାଦ କରିବ ଆମ୍‌ ଆଦମୀ ପାର୍ଟି
ଦରବୃଦ୍ଧି ବିରୁଦ୍ଧରେ ରାଜ୍ୟ ବ୍ୟାପୀ ପ୍ରତିବାଦ କରିବ ଆମ୍‌ ଆଦମୀ ପାର୍ଟି

ଭୁବନେଶ୍ବର: ଦରବୃଦ୍ଧି ବିରୁଦ୍ଧରେ ରାଜ୍ୟ ବ୍ୟାପୀ ପ୍ରତିବାଦ କରିବ ଆମ ଆଦମୀ ପାର୍ଟି । ନଭେମ୍ବର ୯ ତାରିଖରୁ ପେଟ୍ରୋଲ, ଡିଜେଲ, ଗ୍ୟାସ୍ ଓ ବିଦ୍ୟୁତ ଦର ବୃଦ୍ଧି ବିରୁଦ୍ଧରେ ଆମ ଆଦମୀ ପାର୍ଟି ପକ୍ଷରୁ ରାଜ୍ୟ ବ୍ୟାପୀ ପ୍ରତିବାଦ କରାଯିବ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ ଆପ୍‌ ଓଡ଼ିଶାର ମୁଖପାତ୍ର ରଙ୍ଗା ଚରଣ ପ୍ରଧାନ।

ରାଜ୍ୟରେ ତେଲ ଠାରୁ ଆରମ୍ଭ କରି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦର ଅହେତୁକ ଭାବେ ବୃଦ୍ଧି ପାଉଛି । ଉଭୟ ବିଜେଡି ଓ ବିଜେପି ବାରମ୍ବାର ଅବାନ୍ତର ଯୁକ୍ତି ଦେଇ ଜନସାଧାରଣଙ୍କୁ ଭୂଆଁ ବୁଲାଉଛନ୍ତି । ଶାସକ ଦଳ ଓ କେନ୍ଦ୍ର ସରକାରଙ୍କର ପ୍ରତ୍ୟେକ ଜନ ବିରୋଧୀ ପଦକ୍ଷେପରେ ସହଯୋଗ କରୁଛି । ଏବେ କେନ୍ଦ୍ର ସରକାର ବିରୁଦ୍ଧରେ ମୁହଁ ଖୋଲିବା ଆରମ୍ଭ କରିଛି ।

ଜନତାଙ୍କ କଷ୍ଟ ସମୟରେ ରାଜ୍ୟର ଦୁଇଟି ପ୍ରମୁଖ ରାଜନୈତିକ ଦଳ ସମ୍ବେଦନଶୀଳ ହୋଇ ଯାହା ପଦକ୍ଷେପ ଗ୍ରହଣ କରିବା କଥା ତାହା ନକରି କାଦୁଅ ଫିଙ୍ଗା ରାଜନୀତିରେ ମାତିଛନ୍ତି । ଏହାର ପ୍ରତିବାଦରେ ଆପ୍‌ ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିବ । ଆପ୍‌ ଓଡ଼ିଶାର ମୁଖପାତ୍ର ରଙ୍ଗା ଚରଣ ପ୍ରଧାନ ଏହାକୁ ନେଇ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.