ETV Bharat / city

ଆପ କାର୍ଯ୍ୟକର୍ତ୍ତା ସମ୍ମିଳନୀ, BJDକୁ ମାତ ଦେବା ପାଇଁ ରଣନୀତି - ଭୁବନେଶ୍ବରରେ କାର୍ଯ୍ୟକର୍ତ୍ତା ସମ୍ମିଳନୀ

ଭୁବନେଶ୍ବରରେ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ବିଜେଡି ସରକାର ଉପରେ ବର୍ଷିଲା ଆପ । କହିଲା ଲୋକେ ଚାହୁଁଛନ୍ତି ବିକଳ୍ପ । 2024 ପାଇଁ ସାଂଗଠନିକ ସୁଦୃଢୀକରଣ ପାଇଁ ଯୋଜନା । ଅଧିକ ପଢନ୍ତୁ

AAP କାର୍ଯ୍ୟକର୍ତ୍ତା ସମ୍ମିଳନୀ, ବିଜେଡିକୁ ମାତ ଦେବା ପାଇଁ କଣନୀତି

author img

By

Published : Aug 22, 2022, 7:21 AM IST

ଭୁବନେଶ୍ବର: ଓଡିଶାରେ ବିକଳ୍ପ ହେବ କି ଆମ ଆଦମି ପାର୍ଟି (AAP)। ରାଜ୍ୟରେ ଭାରି ପଡିବ କି ଆପର କେଜ୍ରିୱାଲ କମ୍ପାନି। ତିନି ରାଜନୈତିକ ଦଳ ଲଢେଇରେ ଆପ ମାରିବ କି ବାଜି । ଏଭଳି କିଛି ଚର୍ଚ୍ଚା ଏବେ ଧିରେ ଧିରେ ଜୋର ଧରିବାରେ ଲାଗିଛି । ଦିଲ୍ଲୀ ଓ ପଞ୍ଜାବ ଦଖଲ ପରେ ଏବେ ଓଡିଶା ଆଡକୁ ମୁହାଁଇଛି AAP ।

ଓଡିଶାରେ ସ୍ଥିର‌ ସରକାର ଭାଙ୍ଗିବାକୁ ଦଳ ଦେଇଛି ରଣ ହୁଙ୍କାର । ଏନେଇ ଭୁବନେଶ୍ବରରେ ଦଳର କର୍ମୀ ସମ୍ମିଳନୀ ଏହା ବୟାନ କରିଛି । ଆପର ରାଜ୍ୟ ପ୍ରଭାରୀ କର୍ମୀଙ୍କୁ ପ୍ରତି ବ୍ଲକକୁ ଯାଇ ପ୍ରତି ଓ୍ବାର୍ଡରୁ ୧୦ଜଣ ଲେଖାଏ କର୍ମୀ ସଂଗ୍ରହ ସହ ତୃଣମୂଳ ସ୍ତରରୁ ସଂଗଠନ ମଜଭୁତ ପାଇ ନିର୍ଦ୍ଦେଶ ଦେଇଛନ୍ତି । ଆଉ ଓଡିଶାର ବ୍ୟୁରୋକାର୍ଟଙ୍କୁ ଟାର୍ଗେଟ କରି ଏଠାକାର‌ କର୍ପୋରେଟ ସରକାରକୁ ଭାଙ୍ଗି ସାଧାରଣ ଲୋକଙ୍କ ସରକାର ପାଇଁ ଦମ୍ଭୋକ୍ତି ଦେଖାଇଛନ୍ତି । ଦଳ କ୍ଷମତାକୁ ଆସିଲେ ଯୁବବର୍ଗଙ୍କୁ ରୋଜଗାର,ମହିଳାଙ୍କୁ ସୁରକ୍ଷା, କୃଷକଙ୍କୁ ସେମାନଙ୍କ ହକ ଦେବା ସହ ଉତ୍ତମ ସ୍ବାସ୍ଥ୍ୟ ଓ ଶିକ୍ଷା ଓ ବିଜୁଳି ସେବା ଯୋଗାଇବା ନେଇ ଦଳ କହିଛି ।

AAP କାର୍ଯ୍ୟକର୍ତ୍ତା ସମ୍ମିଳନୀ, BJDକୁ ମାତ ଦେବା ପାଇଁ ରଣନୀତି

ଅନ୍ୟପଟେ ଆପର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର କହିଛନ୍ତି ‘‘ ଏବେ AAP ପ୍ରତି ଅନେକ ନେତା ମନ ବଳାଇଛନ୍ତି । ବର୍ତ୍ତମାନର ବିଧାୟକଙ୍କ ସମେତ ଓଡିଶା ରାଜନୀତିରେ ସକ୍ରିୟ ଥିବା କିଛି ପୁରୁଖା ନେତା ମଧ୍ୟ ଦଳ ଯୋଗାଯୋଗରେ ଅଛନ୍ତି ।’’ ତେଣୁ ଲୋକଙ୍କ ଆଗ୍ରହ ଦେଖି ତିନିମାସ ମଧ୍ୟରେ ସଂଗଠନକୁ ମଜବୁତ କରି ରାଜ୍ୟରେ ଥିବା BJD ସରକାରକୁ ୨୦୨୪ ବିଧାନସଭା ନିର୍ବାଚନରେ ମାତ ଦେବାକୁ କଡା ଆହ୍ବାନ ଦେଇଛନ୍ତି । ସେପଟେ ଦିଲ୍ଲୀରେ ଉପ ମୁଖ୍ୟମନ୍ତ୍ରୀଙ୍କୁ ସିବିଆର ଲୁକଆଉଟ ସର୍କୁଲାର ଜାରି ପରେ AAP କୁ କାଉଣ୍ଟର ଆଟାକ କରିଛି ବିଜେପି । ସେହିପରି ବିଜେଡି ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.