ETV Bharat / city

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା, ଜଣେ ଯୁବକ ନିଖୋଜ - ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା

ଭୁବନେଶ୍ବର ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା ପରେ ସନ୍ତୋଷ ବାରିକ ନାମକ ଯୁବକ ନିଖୋଜ ଅଛନ୍ତି । ଅଧିକ ପଢନ୍ତୁ...

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା
ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା
author img

By

Published : Oct 8, 2020, 9:56 AM IST

ଭୁବନେଶ୍ବର: ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ନିଖୋଜ ଯୁବକ । ଭୁବନେଶ୍ବର ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା ପରେ ସନ୍ତୋଷ ବାରିକ ନାମକ ଯୁବକ ନିଖୋଜ ଅଛନ୍ତି ।

ସୂଚନା ଅନୁଯାୟୀ, ବୁଧବାର ରାଜଭବନ ନିକଟରେ ଥିବା ପେଟ୍ରୋଲ ପମ୍ପରେ ଭୟାବହ ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ଅନେକ ଲୋକ ଗୁରୁତର ଆହତ ହୋଇଥିବା ବେଳେ ଏସସିବିରେ ଚିକିତ୍ସିତ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ତେବେ ଏହି ଘଟଣା ପରେ ସନ୍ତୋଷ ବାରିକ ନାମକ ଯୁବକ ନିଖୋଜ ଅଛନ୍ତି । ଭୁବନେଶ୍ୱର କଳ୍ପନାର ସିପ୍ରା ଚକ୍ରବର୍ତ୍ତୀ ଯିଏ ସନ୍ତୋଷଙ୍କ ସଂପର୍କୀୟ ତାଙ୍କୁ ଖୋଜି ବୁଲୁଛନ୍ତି।

ଘଟଣାସ୍ଥଳ ଠାରୁ ଆରମ୍ଭ କରି କ୍ୟାପିଟାଲ ହସ୍ପିଟାଲ ଓ କଟକ ବଡ ମେଡିକାଲ ଆଦି ସ୍ଥାନରେ ସନ୍ତୋଷଙ୍କୁ ଖୋଜୁଛନ୍ତି ସିପ୍ରା। ଏପଟେ ସନ୍ତୋଷ ନମିଳିବାରୁ ଘଟଣାସ୍ଥଳ ଦେଖିବାକୁ ଆସିଥିଲେ ସେ କିନ୍ତୁ ପୋଲିସ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ସେଠାକୁ ଛାଡିନଥିଲେ।

ସିପ୍ରାଙ୍କ କହିବା ଅନୁଯାୟୀ, ପ୍ରତ୍ୟେକ ଦିନ ସନ୍ତୋଷ ସେହି ଟାଙ୍କିରେ ମଧ୍ୟାହ୍ନ ସମୟରେ ପେଟ୍ରୋଲ ପକାନ୍ତି ଓ ପମ୍ପ ନିକଟରେ ଥିବା ଜଳଖିଆ ଦୋକାନରେ ଖାଇଥାନ୍ତି । ବେଳେ ବେଳେ ଖାଇବା ନେଇ ଘରକୁ ଯାଇଥାନ୍ତି। କିନ୍ତୁ ବିସ୍ଫୋରଣ ପରଠାରୁ ଘରକୁ ଫେରିନାହାନ୍ତି। ତାଙ୍କର ମୋବାଇଲ ଫୋନ ବନ୍ଦ ରହିଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.