ETV Bharat / city

ନକଲି ଭିଜିଲାନ୍ସ ଅଫିସର ସନ୍ଦେହରେ ହଟହଟା ଯୁବକ - ଭୁବନେଶ୍ବର ଖବର

ଲକଡାଉନରେ ବିନା ପରିଚୟ ପତ୍ର ଦେଖାଇ ଘରେ ପଶିଲେ ଅଫିସର । ସୁଟବୁଟରେ ଆସିଥିବା ଅଫିସରକୁ ନକଲି ଭିଜିଲାନ୍ସ ଅଫିସର ସନ୍ଦେହରେ ଗାଁ ଲୋକେ ରଖିଲେ ଅଟକ । ଦୀର୍ଘ ୨ ଘଣ୍ଟା ଧରି ଗାଁରେ ଅଟକ ରହିବା ପରେ ଶେଷରେ ଥାନାକୁ ନେଇଛି ଯୁବକ । ଏମିତି ଘଟଣା ଘଟିଛି ବାଲିଅନ୍ତା ଥାନା ଅନ୍ତର୍ଗତ ଶିଶୋଲ ଗ୍ରାମରେ । ଅଧିକ ପଢନ୍ତୁ...

ନକଲି ଭିଜିଲାନ୍ସ ଅଫିସର ସନ୍ଦେହରେ ହଟହଟା ଯୁବକ

author img

By

Published : Aug 8, 2020, 10:20 PM IST

ଭୁବନେଶ୍ବର: ଲକଡାଉନରେ ବିନା ପରିଚୟ ପତ୍ର ଦେଖାଇ ଘରେ ପଶିଲେ ଅଫିସର । ଆଉ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପଚରାଉଚରା କରି ଫସିଗଲେ ଯୁବକ । ସୁଟବୁଟରେ ଆସିଥିବା ଅଫିସରକୁ ନକଲି ଭିଜିଲାନ୍ସ ଅଫିସର ସନ୍ଦେହରେ ଗାଁ ଲୋକେ ଅଟକ ଦୀର୍ଘ ୨ ଘଣ୍ଟା ଧରି ଗାଁରେ ଅଟକ ରଖିବା ପରେ ଶେଷରେ ପୋଲିସର ଜିମା ଦେଇଥିଲେ । ଏମିତି ଘଟଣା ଘଟିଛି ବାଲିଅନ୍ତା ଥାନା ଅନ୍ତର୍ଗତ ଶିଶୋଲ ଗ୍ରାମରେ ।

ନକଲି ଭିଜିଲାନ୍ସ ଅଫିସର ସନ୍ଦେହରେ ହଟହଟା ଯୁବକ

ଗାଁର ଅବସରପ୍ରାପ୍ତ ଡମ୍ବୁରୁଧର ବିଶ୍ବାଳଙ୍କ ଘରେ ପଶି ଜଣେ ଯୁବକ କିଛି କାଗଜ ପତ୍ର ଯାଞ୍ଚ କରିଥିଲେ । ପରିବାର ଲୋକେ ତାଙ୍କୁ ତାଙ୍କ ପରିଚୟ ମାଗିଥିଲେ ମଧ୍ୟ ସେ ଦେଇନଥିଲେ । ପୂର୍ବରୁ ମଧ୍ୟ ଜଣେ ଯୁବକ ନିଜକୁ ଭିଜିଲାନ୍ସ ଅଫିସର କହି 2 ହଜାର ଟଙ୍କା ଲାଞ୍ଚ ନେଇଥିଲେ । ଏବେ ଯୁବକଙ୍କୁ ସେହି ବ୍ୟକ୍ତି ଭାବି ତାଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ । ପରେ ଏନେଇ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କୁ ନିଜ ଜିମାକୁ ନେବା ସହ ସେ ଜଣେ ଏନଜିଓ କର୍ମଚାରୀ ବୋଲି ପୋଲିସ କହିଥିବା ବେଳେ ଅଧିକ ତଥ୍ୟ ପାଇଁ ପୋଲିସ ପଚରାଉଚରା ଜାରି ରଖିଛି ।

ଅପରପକ୍ଷେ ଡମ୍ବରୁଧର କହିଛନ୍ତି ଯେ, ପୂର୍ବରୁ ମଧ୍ୟ ଜଣେ ବ୍ୟକ୍ତି ନିଜ ପରିଚୟ ପତ୍ର ନଦେଖାଇ ତାଙ୍କ ଘରେ ପଶିବା ସହ 2 ହଜାର ଟଙ୍କା ଲାଞ୍ଚ ନେଇଥିଲେ । ତେଣୁ ସନ୍ଦେହ ହେବାରୁ ସେ ଏହି ଯୁବକଙ୍କ ଅଟକ ରଖିଥିଲେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.