ଭୁବନେଶ୍ବର: ପିସିସି ସଭାପତି ପଦରୁ ଗଲାପରେ କଂଗ୍ରେସ ୱାର୍କିଂ କମିଟିକୁ ବର୍ତ୍ତମାନର ସଭାପତି ନିରଞ୍ଜନ ପଟ୍ଟନାୟକ ଯିବା ହେଉଥିବା ଚର୍ଚ୍ଚା ପ୍ରସଙ୍ଗରେ ମୁହଁ ଖୋଲିଲେ ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନ କହିଛନ୍ତି ମୋତେ ବଦନାମ କରିବାକୁ ଏହା ଏକ ଷଡଯନ୍ତ୍ର ।
ମୁଁ କୌଣସି ପଦ ପଦବୀ ପାଇଁ ଆଗ୍ରହୀ ନୁହେଁ । ବର୍ତ୍ତମାନ ମୁଁ ଅସୁସ୍ଥ ଅଛି । ମୁଁ ଆଉ ଦଳକୁ ପୁରା ସମୟ ଦେଇ ଆଗକୁ ନେବା ସମ୍ଭବ ନୁହେଁ । ମୋ ବିରୋଧୀ ଭାବୁଛନ୍ତି ମୁଁ ଗଲା ପରେ ମୋ ପୁଅକୁ ପିସିସି କରିଦେଇ ଯିବି । ଏହା ଅବାନ୍ତର କଥା, ଏହା ବଦନାମ ପାଇଁ ଷଡଯନ୍ତ୍ର ।
ସେହିପରି ନୂଆ PCC ସଭାପତି କିଏ ହେବେ ପ୍ରଶ୍ନରେ ନିରଞ୍ଜନ କହିଛନ୍ତି, ଦଳରେ ଅନେକ ଦକ୍ଷ ବରିଷ୍ଠ ନେତା ଅଛନ୍ତି । ଜଣେ ଆଗ୍ରହୀ, ଦକ୍ଷ ଓ ନୂଆ ଚେହେରା ପିସିସି ସଭାପତି ହେବା ଉଚିତ ବୋଲି କହିଛନ୍ତି ନିରଞ୍ଜନ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ