ଭୁବନେଶ୍ବର: ରାଜ୍ୟର 36ଟି ନିଗମ ମଧ୍ୟରୁ 12ଟି କ୍ଷତିରେ ଓ 23ଟି ଲାଭରେ ଚାଲିଥିବା ବେଳେ ଗୋଟିଏ ନିଗମ ବିନା ଲାଭ ବିନା କ୍ଷତିରେ ଚାଲିଛି । ଏହି ସବୁ ନିଗମରେ 10 ହଜାର 473 ପଦବୀ ଖାଲି ପଡିରହିଛି । କ୍ଷତିରେ ଚାଲିଥିବା ନିଗମଗୁଡିକୁ ଲାଭଦାୟକ ସଂସ୍ଥାରେ ପରିଣତ କରିବାକୁ ବିଭିନ୍ନ ପଦକ୍ଷେପ ମଧ୍ୟ ନିଆଯାଇଛି । ଶନିବାର ପ୍ରଶ୍ନକାଳରେ ସରକାରୀ ଉଦ୍ୟୋଗ ମନ୍ତ୍ରୀ ଅଶୋକ ପଣ୍ଡା ଏନେଇ ସୂଚନା ଦେଇଛନ୍ତି ।
ତାଙ୍କ କହିବା ମୁତାବକ ଏସବୁ ସଂସ୍ଥାକୁ ଲାଭଦାୟକ କରିବାକୁ ମାନବ ସମ୍ବଳର ପୁନର୍ବିନ୍ୟାସ ଓ ସ୍ବେଚ୍ଛାକୃତ ଅବସର ଯୋଜନା ଭଳି 7ଟି ପଦକ୍ଷେପ ନିଆଯାଉଛି । 12ଟି ନିଗମ କ୍ଷତିରେ ଚାଲୁଥିବାରୁ ସେଠାରେ କର୍ମଚାରୀ ସପ୍ତମ ବେତନ କମିଶନ ଦରମା ପାଉ ନାହାନ୍ତି । ଏଥିସହ ନିଗମରେ 10 ହଜାରରୁ ଅଧିକ ପଦ ଖାଲି ପଡିଥିବା ବେଳେ ରାଜ୍ୟରେ 8 ଲକ୍ଷରୁ ଅଧିକ ଶିକ୍ଷିତ ଯୁବକ ଯୁବତୀ ବେକାର ବୁଲୁଛନ୍ତି । ଏନେଇ ବିଧାୟକ ଉଦବେଗ ପ୍ରକାଶ କରିଥିଲେ। ନିଗମର ସମୀକ୍ଷା ପାଇଁ କୌଣସି ବିଭାଗୀୟ ମନ୍ତ୍ରୀ ସେଠାକୁ ଗସ୍ତ କରନ୍ତି ନାହିଁ ବୋଲି କିଛି ବିଧାୟକ କହିଛନ୍ତି ।
ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ