ETV Bharat / city

ସହଯୋଗ ରହିଲେ ଶୀଘ୍ର ଆରମ୍ଭ ହେବ ଇସ୍ପାତ ପ୍ରକଳ୍ପ କାମ: ମୁଖ୍ୟମନ୍ତ୍ରୀ

କେନ୍ଦୁଝରରେ ୭ ହଜାର ୯୨୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଇସ୍ପାତ ପ୍ରକଳ୍ପ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଜିଲ୍ଲାର ନାଗରିକ । ଅଧିକ ପଢନ୍ତୁ...

author img

By

Published : Jul 9, 2021, 10:14 PM IST

ସହଯୋଗ ରହିଲେ ଶୀଘ୍ର ଆରମ୍ଭ ହେବ ଇସ୍ପାତ ପ୍ରକଳ୍ପ କାମ: ମୁଖ୍ୟମନ୍ତ୍ରୀ
ସହଯୋଗ ରହିଲେ ଶୀଘ୍ର ଆରମ୍ଭ ହେବ ଇସ୍ପାତ ପ୍ରକଳ୍ପ କାମ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କେନ୍ଦୁଝରରେ ୭ ହଜାର ୯୨୦ କୋଟି ଟଙ୍କା ବ୍ୟୟରେ ରୁଙ୍ଗଟା ମାଇନ୍ସ ଲିମିଟେଡ ପକ୍ଷରୁ ନିର୍ମାଣ ହେବ ଇସ୍ପାତ ପ୍ରକଳ୍ପ । 3 ମିଲିୟନ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ସମନ୍ଵିତ ଇସ୍ପାତ ପ୍ରକଳ୍ପକୁ ଉଚ୍ଚସ୍ତରୀୟ ପ୍ରକଳ୍ପ ଅନୁମୋଦନ କମିଟିର ସ୍ବୀକୃତି ଦେଇଛି । ଏନେଇ ସାରା ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ଚମ୍ପୁଆର କରାଖେନ୍ଦ୍ରାଠାରେ ଏହି ପ୍ରକଳ୍ପ ସ୍ଥାପନ କରାଯିବ । ଏହି ଐତିହାସିକ ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଜିଲ୍ଲାର ନାଗରିକ । ଏହି ପରିପ୍ରେକ୍ଷୀରେ ଆଜି(ଶୁକ୍ରବାର) ଭିସି ଯୋଗେ ଏକ ଧନ୍ୟବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, କେନ୍ଦୁଝରରେ ଖଣି ସମୃଦ୍ଧ ଏକ ଇସ୍ପାତ କାରଖାନା ତାଙ୍କର ବହୁ ଦିନର ଇଚ୍ଛା ଥିଲା । ଜିଲ୍ଲାରେ ଇସ୍ପାତ ପ୍ରକଳ୍ପ ପାଇଁ ବିଧାୟକମାନଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ଓ ସବୁବର୍ଗର ଲୋକେ ତାଙ୍କୁ ଅନୁରୋଧ କରିଥିଲେ । ଆଜି ଜିଲ୍ଲାରେ ଇସ୍ପାତ ପ୍ରକଳ୍ପ ସାକାର ରୂପ ନେଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକଟ କରିଛନ୍ତି । ଏହା ସହିତ ପ୍ରକଳ୍ପ ଯେପରି ଶୀଘ୍ର କାର୍ଯ୍ୟକ୍ଷମ ହୋଇପାରିବ ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏ କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଯାଜପୁର ବିଧାୟକ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ । ଜିଲ୍ଲାର ବିଧାୟକଗଣ, ପଦ୍ମଶ୍ରୀ ଦୈତାରୀ ନାୟକ, କେନ୍ଦୁଝର ନାଗରିକ ଫୋରୋମ, ବରିଷ୍ଠ ନାଗରିକ ମଞ୍ଚ ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଇସ୍ପାତ କାରଖାନା ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଯାଇଛି । ଏହାସହ ଜିଲ୍ଲାରେ ଥିବା ବିଭିନ୍ନ ସମସ୍ଯା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.