ETV Bharat / city

ଖୋର୍ଦ୍ଧା ରୋଡ-ସୁରଟ ମଧ୍ୟରେ ଗୋଟିଏ ଦିନ ଚାଲିବ ସ୍ବତନ୍ତ୍ର ଟ୍ରେନ

ଖୋର୍ଦ୍ଧା ରୋଡ-ସୁରଟ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍ । ପ୍ରତୀକ୍ଷା ତାଲିକା (waiting list) ସମସ୍ୟା ଦୂର କରିବା ପାଇଁ ରେଳବାଇର ସ୍ବତନ୍ତ୍ର ନିଷ୍ପତ୍ତି । ଉଭୟ ପାର୍ଶ୍ବରୁ ମାତ୍ର ଗୋଟିଏ ଥର ପାଇଁ ଚାଲିବ ଏହି ସ୍ବତନ୍ତ୍ର ଟ୍ରେନ । ଅଧିକ ପଢନ୍ତୁ....

ଖୋର୍ଦ୍ଧା ରୋଡ-ସୁରଟ ମଧ୍ୟରେ ଗୋଟିଏ ଦିନ ଚାଲିବ ସ୍ବତନ୍ତ୍ର ଟ୍ରେନ
ଖୋର୍ଦ୍ଧା ରୋଡ-ସୁରଟ ମଧ୍ୟରେ ଗୋଟିଏ ଦିନ ଚାଲିବ ସ୍ବତନ୍ତ୍ର ଟ୍ରେନ
author img

By

Published : Jun 30, 2021, 4:09 PM IST

ଭୁବନେଶ୍ବର : ଖୋର୍ଦ୍ଧା ରୋଡ-ସୁରଟ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍ । ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ପଶ୍ଚିମ ଭାରତକୁ ଯାତାୟାତ କରୁଥିବା ନିୟମିତ ଟ୍ରେନ୍ ଗୁଡ଼ିକରେ ମାତ୍ରାଧିକ ପ୍ରତୀକ୍ଷା ତାଲିକା (waiting list) ସମସ୍ୟାକୁ ଏଡାଇବା ପାଇଁ ରେଳ ମନ୍ତ୍ରଣାଳୟ ଖୋର୍ଦ୍ଧା ରୋଡ ଓ ଗୁଜୁରାଟର ସୁରଟ ନିକଟସ୍ଥ ଉଦନା ଷ୍ଟେସନ ମଧ୍ୟରେ ଏକ ସ୍ବତନ୍ତ୍ର ଟ୍ରେନ୍ ମାତ୍ର ଗୋଟିଏ ଥର ଚଳାଇବା ପାଇଁ ନିଷ୍ପତ୍ତି ନେଇଛି ।

ବିଜୟନଗରମ ଓ ଟିଟିଲାଗଡ଼ ମାର୍ଗ ଦେଇ (08585/08586) ଖୋର୍ଦ୍ଧା ରୋଡ-ଉଦନା-ଖୋର୍ଦ୍ଧା ରୋଡ ବିଶେଷ ଟ୍ରେନ ଚାଲିବ । ମାତ୍ର ଗୋଟିଏ ଦିନ ଚାଲିବାକୁ ଥିବା ଏହି ଟ୍ରେନ ଜୁଲାଇ ମାସ ୫ ତାରିଖରେ ଖୋର୍ଦ୍ଧା ରୋଡ଼ ଠାରୁ (ସୋମବାର) ରାତ୍ରି ୮ ଘଣ୍ଟା ୩୦ ମିନିଟରେ ଛାଡି 7 ଜୁଲାଇ, 2021 (ବୁଧବାର) ଦିନ ଭୋର ୩ଘଣ୍ଟା ୪୦ ମିନିଟରେ ଉଦନାରେ ପହଞ୍ଚିବ । ସେହିପରି ଫେରିବା ମାର୍ଗରେ ହିଁ ଟ୍ରେନ ଉଦନା ଠାରୁ 7 ଜୁଲାଇ 2021 (ବୁଧବାର) ଦିନ ସକାଳ ୬ ଘଟିକାରେ ଛାଡି 8 ଜୁଲାଇ, 2021 (ଗୁରୁବାର) ଦିନ ଅପରାହ୍ନ ୩ଘଣ୍ଚା ୪୦ମିନିଟରେ ଖୋର୍ଦ୍ଧା ରୋଡରେ ପହଞ୍ଚିବ |

ଏହି ଟ୍ରେନରେ ଏକଟି ଲେଖାଁଏ ଉଭୟ ପ୍ରଥମ ଏବଂ ୨ୟ ଏସିର କମ୍ପୋଜିଟ୍ କୋଚ୍, ଗୋଟିଏ ଏସି-୨ ଟାୟାର୍, 4ଟି ଏସି -3 ଟାୟାର୍, 8ଟି ସ୍ଲିପର୍ କ୍ଲାସ୍, 4ଟି 2ୟ କ୍ଲାସ୍ ସିଟିଂ, ଗୋଟିଏ ଗାର୍ଡ ତଥା ଲଗେଜ୍ ଭ୍ୟାନ ଏବଂ ଗୋଟିଏ ଦିବ୍ୟାଙ୍ଗ କୋଚ୍ ଉପଲବ୍ଧ ରହିବ । ସେହିପରି ଏହି ଟ୍ରେନ ଖୋର୍ଦ୍ଧା ରୋଡ ଓ ଉଦନା ମଧ୍ୟରେ ଉଭୟ ପାର୍ଶ୍ବରୁ ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ୍ ରୋଡ୍, ବିଜୟନଗରମ୍, ବବିଲି, ପାର୍ବତୀପୁରମ୍, ରାୟଗଡା, କେସିଙ୍ଗା, ଟିଟିଲାଗଡ, କାଣ୍ଟାବାଞ୍ଜୀ, ଖରିଆର ରୋଡ୍, ମହାସମୁନ୍ଦ, ରାୟପୁର, ଦୁର୍ଗ, ଗୋଣ୍ଡିଆ, ନାଗପୁର, ବଦନେରା, ଅକୋଲା, ଭୁସାବଳ, ଜଲଗାଓଁ ଓ ନନ୍ଦୁରବାର ଷ୍ଟେସନରେ ରହଣି କରିବ |

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.