ଭୁବନେଶ୍ବର: ରାଜଧାନୀରେ ଗୁଳିମାଡ । ଏ ଭଳି ଅଘଟଣ ଖଣ୍ଡଗିରି ଥାନା ଭରତପୁରରେ ଘଟିଛି । ଜଣେ ଅବସରପ୍ରାପ୍ତ ଆର୍ମୀ ଅଫିସର ରାଗିଯାଇ ଗୁଳି ଫୁଟାଇ ଜଣକୁ ଗୁରୁତର କରିଛନ୍ତି ।
ଖଣ୍ଡଗିରି ଥାନା ଅନ୍ତର୍ଗତ ଭରତପୁରର ସନ୍ତୋଷୀ ନଗରରେ ଅଶ୍ବନୀ ରାଉତ ଜଣେ ଅବସରପ୍ରାପ୍ତ ଆର୍ମି ଅଫିସର ରାଗି ଯାଇ ଗୁଳିମାଡ କରିଛନ୍ତି । ଗୁଳିମାଡରେ ଆର୍ମି ଅଫିସରଙ୍କ ପଡୋଶୀ କୁଞ୍ଜ ବେହେରା ଗୁରୁତର ହୋଇଛନ୍ତି ।
ତେବେ ଗୁରୁତରଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି । ତେବେ ଲାଇସେନ୍ସପ୍ରାପ୍ତ ବନ୍ଧୁକ ନା ବିନା ଲାଇସେନ୍ସ ବନ୍ଧୁକ ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ତେବେ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ