ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତାଙ୍କ ସମେତ ଉଚ୍ଚସ୍ତରୀୟ ଟିମର ପାରାଦ୍ବୀପ ପ୍ଲାଷ୍ଟିକ ପାର୍କ ପରିଦର୍ଶନ

author img

By

Published : Oct 28, 2021, 10:55 PM IST

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ଟିମ ଦୁଇଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯାଇଛନ୍ତି । ଅଧିକ ପଢନ୍ତୁ...

A high-level team
A high-level team

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ଟିମ ଦୁଇଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯାଇଛନ୍ତି । ପାରାଦ୍ବୀପ ଯାଇ ଆଜି ସିଜୁଠାରେ ଇଡକୋ ଲ୍ୟାଣ୍ଡ ଏବଂ ପ୍ଲାଷ୍ଟିକ ପାର୍କ ପରିଦର୍ଶନ କରିଛି ଟିମ । ଆଜି ପୂର୍ବାହ୍ନରେ ଏହି ଟିମ ପାରାଦ୍ବୀପର ଅଫିସର୍ସ କ୍ଲବରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ଇଡକୋ ଦ୍ବାରା ଶିଳ୍ପ ସଂସ୍ଥା କର୍ମକର୍ତ୍ତା, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ଉଦ୍ୟୋଗୀମାନଙ୍କ ସହିତ ଆୟୋଜିତ ବୈଠକରେ ଯୋଗ ଦେଇଛନ୍ତି ।

ପାରାଦ୍ବୀପ ତଥା ଜଗତସିଂହପୁର ଜିଲ୍ଲାରେ ଥିବା ବୃହତ ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶିଳ୍ପ ସଂସ୍ଥା ଅଛି । ସଂସ୍ଥାରେ ଥିବା ବିଭିନ୍ନ ମୌଳିକ ସମସ୍ୟା ଓ ଏହାର ସମାଧାନ ନିମନ୍ତେ ଶିଳ୍ପସଂସ୍ଥା କର୍ମକର୍ତ୍ତା, ସରକାରୀ ବିଭାଗୀୟ ଅଧିକାରୀମାନଙ୍କ ସହିତ ବ୍ୟାପକ ଆଲୋଚନା କରାଯାଇଛି । ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିରେ ବୃହତ ଶିଳ୍ପ ସଂସ୍ଥାମାନଙ୍କରେ ଥିବା ବିଭିନ୍ନ ସମସ୍ୟା ସଂପର୍କରେ ମଧ୍ୟ ଆଲୋଚନା ହୋଇଛି । ତଥା ଜଗତସିଂହପୁର ଜିଲ୍ଲାରେ ଥିବା ବୃହତ ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶିଳ୍ପ ସଂସ୍ଥା ଅଛି । ସଂସ୍ଥାରେ ଥିବା ବିଭିନ୍ନ ମୌଳିକ ସମସ୍ୟା ଓ ଏହାର ସମାଧାନ ନିମନ୍ତେ ଶିଳ୍ପସଂସ୍ଥା କର୍ମକର୍ତ୍ତା, ସରକାରୀ ବିଭାଗୀୟ ଅଧିକାରୀମାନଙ୍କ ସହିତ ବ୍ୟାପକ ଆଲୋଚନା କରାଯାଇଛି । ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିରେ ବୃହତ ଶିଳ୍ପ ସଂସ୍ଥାମାନଙ୍କରେ ଥିବା ବିଭିନ୍ନ ସମସ୍ୟା ସଂପର୍କରେ ମଧ୍ୟ ଆଲୋଚନା ହୋଇଛି ।

ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ଏହି ଗସ୍ତର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଛନ୍ତି । ପରେ ଜିଲ୍ଲାସ୍ତରୀୟ କୃଷି ଅଧିକାରୀ, ମତ୍ସ୍ୟ ଓ ପ୍ରାଣୀସଂପଦ ଅଧିକାରୀ ଓ ପର୍ଯ୍ୟଟନ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି । ଅପରାହ୍ନରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ଶିଳ୍ପୋଦ୍ୟୋଗୀମାନଙ୍କ ସହିତ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ସଂପର୍କରେ ବିସ୍ତୃତ ଆଲୋଚନା ହୋଇଛି । ବୈଠକରେ ଏମଏସଏମଇ ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଓଡିଶାର ଶିଳ୍ପ କ୍ଷେତ୍ରର ବିକାଶ ପାଇଁ ତାଙ୍କ ଅଧ୍ୟକ୍ଷତାରେ ପ୍ରମୁଖ ଶାସନ ସଚିବ, ଏମଏସଏମଇ, ପ୍ରମୁଖ ଶାସନ ସଚିବ ଶିଳ୍ପ ବିଭାଗ, ଶିଳ୍ପ ନିର୍ଦ୍ଦେଶକ, ଏମଡି ଇପିକଲ, ଏମଡି ଇଡକୋଙ୍କକୁ ନେଇ ଗଠିତ ଟିମ ସହିତ ବୃହତ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କର୍ମକର୍ତ୍ତାଙ୍କ ସହ ପାରସ୍ପରିକ ଆଲୋଚନା ହୋଇଛି ।

ପାରାଦ୍ବୀପ ଭାରତବର୍ଷର ପୁରାତନ ଦ୍ବୀତୀୟ ବୃହତ୍ତମ ବନ୍ଦର ଏବଂ ଦେଶର ପ୍ରଗତିର ମୁଖଶାଳା । ପାରାଦ୍ବୀପଠାରେ ଇଫକୋ, ପିପିଏଲ ଭଳି ବୃହତ ଶିଳ୍ପ ସଂସ୍ଥାର ବ୍ୟାପକ ପ୍ରସାରଣ ହେବାକୁ ଯାଉଛି । ଆଗକୁ ଜେଏସଡବ୍ଲୁ୍ୟର ଷ୍ଟିଲ୍ ପ୍ଲାଣ୍ଟ, ଏସାର ଭଳି ବୃହତ ପ୍ରକଳ୍ପ ସହିତ ଆର୍ସେଲ ମିତଲର ମେଗା ପ୍ରକଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି । ଓଡିଶା ସରକାରଙ୍କ ତରଫରୁ ପ୍ରମୁଖ ଶିଳ୍ପ ସଂସ୍ଥାମାନଙ୍କ ପାଇଁ ଜମି ଓ ବିଦ୍ୟୁତ ଯୋଗାଣ, ଜଳଯୋଗାଣ, ଗମନାଗମନ କ୍ଷେତ୍ରରେ ବ୍ୟାପକ ଉନ୍ନତି କରାଯିବ ।

ଶିଳ୍ପସଂସ୍ଥାମାନଙ୍କ ଦ୍ବାରା ରାଜ୍ୟ ଓ ଦେଶର ଅର୍ଥନୀତିରେ ବିକାଶ ହେବ । ଏହି ବୈଠକରେ ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ ଆଲାମ, ଇପିକଲ ଏମଡି ଭୂପେନ୍ଦ୍ର ସିଂହ ପୁନିଆ, ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି । ଗତକାଲି ସନ୍ଧ୍ୟାରେ ଅସିତ ପାରାଦ୍ବୀପ ପୋର୍ଟ ଟ୍ରଷ୍ଟ ଅଧ୍ୟକ୍ଷ ଓ ଭାରତୀୟ ତୈଳ ନିଗମ କର୍ତ୍ତୃପକ୍ଷଙ୍କ ସହ ବୈଠକରେ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.