ETV Bharat / city

ବେଡରୁମ ବେଡରେ ନାଗ, ଶେଜରେ ଲୁଚିଥିଲା ମୃତ୍ୟୁ ! - a cobra snake rescue from house

ବେଡ଼ ରୁମ ବେଡ଼ରେ ନାଗ । ହରିରାଜପୁର ଗାଁରୁ ଉଦ୍ଧାର ହେଲା 5 ଫୁଟର ନାଗ ସାପ । ଅଧିକ ପଢନ୍ତୁ...

a cobra snake rescue from house
ବେଡ଼ ରୁମ ବେଡ଼ ରେ ନାଗ ! ଶେଜରେ ଲୁଚିଥିଲା ମୃତ୍ୟୁ !
author img

By

Published : Aug 26, 2020, 1:41 PM IST

ଭୁବନେଶ୍ବର: ବର୍ଷାଦିନ ଯୋଗୁଁ ଘରେ ପଶୁଛନ୍ତି ସାପ। ପ୍ରତି ମୁହୁର୍ତରେ ଘରେ ଜଗି ରହୁଛି ମୃତ୍ୟୁର ଫାସ। ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲ୍ଲାର ବାଙ୍କୀ ହରିରାଜପୁର ଗାଁରେ । ଗାଁର ଶରତ ପଣ୍ଡାଙ୍କ ବେଡ଼ ରୁମରେ ଏକ ସାପ ପଶି ଯାଇଥିଲା। ଖବର ପାଇ ସ୍ନେକ ହେଲ୍ପ ଲାଇନ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଆଉ ଉଦ୍ଧାର କରିଥିଲେ ୫ ଫୁଟର ନାଗ ସାପ।

ବେଡ଼ ରୁମ ବେଡ଼ ରେ ନାଗ ! ଶେଜରେ ଲୁଚିଥିଲା ମୃତ୍ୟୁ !

ତେବେ ସୂଚନା ମୁତାବକ, ସୋମବାର ପ୍ରବଳ ବର୍ଷା ଯୋଗୁଁ ଶରତଙ୍କ ଘରେ ସାପ ଥିବାର ଖବର ପାଇଥିଲେସ୍ନେକ ହେଲ୍ପ ଲାଇନର ସଦସ୍ୟ । ପରେ, ଲଳିତ ମୋହନ ପଣ୍ଡା ଏବଂ ଦୁର୍ଗା ମାଧବ ମହାପାତ୍ର ଶରତଙ୍କ ଘରେ ପହଞ୍ଚି ଢେର ଖୋଜାଖୋଜି କରିଥିଲେ । ହେଲେ, ସାପକୁ ପାଇ ନଥିଲେ । ଖଟ ତଳେ ଅନେକ ଜିନିଷପତ୍ର ଥିଲା, ସେ ସବୁ ତନ୍ନ ତନ୍ନ କରି ଖୋଜିବା ପରେ ମଧ୍ୟ ସାପର ପତ୍ତା ପାଇ ନଥିଲେ । କିନ୍ତୁ ସାପର ଶଦ୍ଦ ଶୁଣିବାକୁ ପାଇଥିଲେ । ଚାରିଆଡେ ଖୋଜାଖୋଜା ପରେ ବି ସାପର ମିଳିନଥିଲା କୌଣସି ଖୋଜ ଖବର । ତେବେ ସବୁ ଆଡୁ ନିରାଶ ହେବା ପରେ ଏକ ପୁରୁଣା ଟିଭି ଉପରେ ସନ୍ଦେହ ଘନୀଭୂତ ହେଲା । କାଳେ ସାପଟି ଟିଭି ଭିତରେ ଥାଇପାରେ ଭାବି, ଲଳିତ ଖଟ ଉପରେ ବସି ଟିଭିଟିକୁ ଖୋଲିବାକୁ ଉଦ୍ୟମ କଲା ବେଳେ ଖଟ କଣର ଗଦି ତଳେ କଣ ଗୋଟେ ହଲ୍ ଚଲ୍ ହେବା ଦେଖିଥିଲେ ।

ଦୁର୍ଗା ମାଧବ ଚିତ୍କାର କରି ଲଳିତଙ୍କୁ ଖଟ ଉପରୁ ଉଠିଯିବା ପାଇଁ କହିଥିଲେ । ଲଳିତ କାଳ ବିଳମ୍ବ ନକରି ସଙ୍ଗେ ସଙ୍ଗେ ଖଟ ଉପରୁ ଉଠି ଆସିଥିଲେ । ଏଥି ସହ ଘର ଲୋକଙ୍କୁ ତୁରନ୍ତ ସେହି ଜାଗାରୁ ବାହାରିଯିବାକୁ ନିର୍ଦେଶ ଦେଇଥିଲେ ଲଳିତ । ଲଳିତ ନିଜର ମୋବାଇଲରେ ସୁଟିଂ ଜାରି ରଖିଲେ, ଦୁର୍ଗା ଅତ୍ୟନ୍ତ ସତର୍କତାର ସହ ସ୍ନେକ ହୁକ ସାହାଯ୍ୟରେ ଗଦିକୁ ଟେକିବା ପରେ ଏକ ମୋଟା ସୋଟା ନାଗ ସାପକୁ ଦେଖିବାକୁ ପାଇଥିଲେ । ପରେ ସାପଟିକୁ ଉଦ୍ଧାର କରି ଥିଲେ । ଯାହାର ଲମ୍ବ 5 ଫୁଟ ବୋଲି ଅନୁମାନ କରାଯାଉଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.