ପୁରୀ: ଟୀକାକରଣରେ ଇତିହାସ ରଚିଛି ଭାରତ । ଦେଶରେ ୧୦୦ କୋଟି ଡୋଜ୍ ଛୁଇଁଛି ଟୀକାକରଣ । ଏହି ଅବସରରେ ଛୁଟୁଛି ଶୁଭେଚ୍ଛାର ସୁଅ । ଟୀକାକରଣର ଏହି ଉପଲବ୍ଧିକୁ ନେଇ ବାଲୁକାକଳାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତରାଷ୍ଟ୍ରୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
-
Take a look at this stunning depiction of India's achievement of #VaccineCentury, by sand artist @SudarsanSand
— Dr Mansukh Mandaviya (@mansukhmandviya) October 21, 2021 " class="align-text-top noRightClick twitterSection" data="
Absolutely beautiful against the backdrop of the blue sea! pic.twitter.com/IyeD4TY93C
">Take a look at this stunning depiction of India's achievement of #VaccineCentury, by sand artist @SudarsanSand
— Dr Mansukh Mandaviya (@mansukhmandviya) October 21, 2021
Absolutely beautiful against the backdrop of the blue sea! pic.twitter.com/IyeD4TY93CTake a look at this stunning depiction of India's achievement of #VaccineCentury, by sand artist @SudarsanSand
— Dr Mansukh Mandaviya (@mansukhmandviya) October 21, 2021
Absolutely beautiful against the backdrop of the blue sea! pic.twitter.com/IyeD4TY93C
ଭ୍ୟାକ୍ସିନ ସେଞ୍ଚୁରୀକୁ ଉତ୍ସର୍ଗ କରି ବାଲୁକାକଳା ପ୍ରସ୍ତୁତ କରିଛନ୍ତି ସୁଦର୍ଶନ । ପୁରୀ ବେଳାଭୂମିରେ ହୋଇଛି ଏହି ବାଲୁକାକଳା । ସୁଦର୍ଶନଙ୍କ ବାଲୁକା କଳାକୁ ରିଟ୍ବିଟ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ।
କୋରୋନା ବିରୋଧି ଲଢେଇରେ ଭାରତ ମାଇଲଖୁଣ୍ଟ ସ୍ଥାପନ କରିଛି । ଆଜି ଦେଶରେ ୧୦୦ କୋଟି ପାର୍ କରିଛି ଟୀକାକରଣ । ଭାରତର ଏହି ବିରଳ ରେକର୍ଡ ସହ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଛି । ଏହି ସଫଳତାକୁ ଉତ୍ସବ ଭାବେ ପାଳନ କରିବାକୁ ସମଗ୍ର ଦେଶରେ ଆୟୋଜିତ ହେବ ସ୍ବତନ୍ତ୍ର ଉତ୍ସବ ।