ଭୁବନେଶ୍ବର: କୋରୋନା ଚିକିତ୍ସା ପାଇଁ ୩୨ ଆଇସିୟୁ ସହିତ ୮୫୦ ବେଡ଼ ବିଶିଷ୍ଟ ନୂତନ କୋଭିଡ ହସପିଟାଲ ହେବ । ଏ ନେଇ ଭୁବନେଶ୍ବର ମ୍ୟୁନିସପାଲ କମିସନ (ବିଏମସି) ତରଫରୁ ସୂଚନା ଦିଆଯାଇଛି ।
ଭୁବନେଶ୍ବରରେ କୋରୋନା ସଂକ୍ରମଣ ଦିନକୁ ଦିନକୁ ବଢିବାରେ ଲାଗିଛି । କୋରୋନା ଚିକିତ୍ସା ଲାଗି ବିଏମସି ପକ୍ଷରୁ ଚେଷ୍ଟା ଜାରି ରହିଛି । ରାଜଧାନୀ ଭୁବନେଶ୍ବରରେ ହାଇଟେକ ହସ୍ପିଟାଲ ସହ ମିଳିତ ଭାବେ ବିଏମସି ୫୫୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ହସ୍ପିଟାଲ ଓ ଚନ୍ଦ୍ରଶେଖରପୁର ସ୍ଥିତ ଆଦିତ୍ୟ ଅଶ୍ବିନୀ ହସ୍ପିଟାଲରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଖୁବଶୀଘ୍ର ପ୍ରସ୍ତୁତ ହେବ ବୋଲି ଶୁକ୍ରବାର ବିଏମସି ପକ୍ଷରୁ କୁହାଯାଇଛି ।
ଗୁରୁତର କୋରୋନା ଆକ୍ରାନ୍ତଙ୍କ ପାଇଁ ଆଦିତ୍ୟ ଅଶ୍ବିନୀ ହସ୍ପିଟାଲରେ ୧୫୦ ଶଯ୍ୟା ସହ ୩୧ ଟି ଆଇସିୟୁ ବେଡ଼ ରହିଛି । ବିଏମସି ୩ ଟି ଜୋନରେ କୋଭିଡ ଆକ୍ରାନ୍ତ ବଢ଼ୁଥିବାରୁ ୩ ଟି ଜୋନରେ କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ ହେବ । ଭୁବନେଶ୍ବରର ୩ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଯୋଗାଇ ଦେବେ । ଉଭୟ ହସ୍ପିଟାଲ ସରକାରୀ ସହଭାଗୀତାରେ ପରିଚାଳିତ ହେବ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ