ଭୁବନେଶ୍ବର: ଚକୋଲେଟରେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା । ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ସ୍ମରଣ କରିବା ପାଇଁ 72 କିଲୋଗ୍ରାମ ଚକୋଲେଟର ପ୍ରତିମୂର୍ତ୍ତି । ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ସ୍ମରଣ କରିବା ପାଇଁ 72 କିଲୋଗ୍ରାମ ଚକୋଲେଟ୍ ପ୍ରତିମୂର୍ତ୍ତି ତିଆରି କରିଛନ୍ତି । 32 ବର୍ଷ ବୟସ୍କା ରାକେଶ କୁମାର ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୬ତମ ଜନ୍ମଦିନ ଅବସରରେ ଏକ 72 କିଲୋଗ୍ରାମ ଚକୋଲେଟ୍ ପ୍ରତିମୂର୍ତ୍ତି ତିଆରି କରିଛନ୍ତି ।

ଖୋର୍ଦ୍ଧା ବେଗୁନିଆର ରାକେଶ କୁମାର ସାହୁ ଭୁବନେଶ୍ବରର ଟଙ୍କପାଣି ରୋଡରେ ବେକିଂ ଏବଂ ପେଷ୍ଟ୍ରି କଳା ଶିକ୍ଷା ଦେବା ପାଇଁ ଏକ ଅନୁଷ୍ଠାନ ପ୍ରତିଷ୍ଠା କରିଛନ୍ତି । ରାକେଶ ତାଙ୍କର 6 ଜଣ ଛାତ୍ରଙ୍କ ସହାୟତାରେ 15 ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିମୂର୍ତ୍ତି ପ୍ରସ୍ତୁତ କରିଥିଲେ । ଜଣେ କ୍ରୀଡ଼ା ପ୍ରେମୀ ଭାବରେ ରାକେଶ କହିଛନ୍ତି 'ଯେ ଗତ କିଛି ଏକ ବର୍ଷ ମଧ୍ୟରେ ଭାରତୀୟ ହକିର ଦାୟିତ୍ବ ନବୀନ ପଟ୍ଟନାୟକ ନେବା ପରେ ଅଲମ୍ପିକରେ ଭାରତୀୟ ପୁରୁଷ ଓ ମହିଳା ଦଳ ଦ୍ବାରା ଚମତ୍କାର ପ୍ରଦର୍ଶନ କରିଥିଲେ । ହକି ପ୍ରତି ନବୀନ ପଟ୍ଟନାୟକଙ୍କ ଅବଦାନକୁ ଦେଖି ତାଙ୍କ ଏକ ପ୍ରତିମୂର୍ତ୍ତି ପ୍ରସ୍ତୁତ କରିବା ପାଇଁ ମନରେ ଧାରଣା ଆସିଥିଲା । ସେ ତାଙ୍କ ଶିକ୍ଷାନୁଷ୍ଠାନରେ ଛାତ୍ରମାନଙ୍କୁ ଚକୋଲେଟ୍ ପ୍ରତିମୂର୍ତ୍ତି ତିଆରି କରିବାର ସଂକଳ୍ପ ନେଇଥିଲେ।
ଭୁବନେଶ୍ବର ଭିତ୍ତିକ ଜନସମ୍ପର୍କ ସଂସ୍ଥା 'ଦ କ୍ଲିକ୍ ପ୍ରଡକ୍ସନ୍ସ'ର ସାହାଯ୍ୟରେ ସାହୁ ତା’ର ପ୍ରାଥମିକ ଡିଜାଇନର କ୍ରୀଡ଼ା ବିଭାଗର ଅଧିକାରୀଙ୍କ ସହ ବାଣ୍ଟିଥିଲେ। ଯେଉଁମାନେ ତୁରନ୍ତ ଏହି ଧାରଣା ପ୍ରତି ଆଗ୍ରହ ଦେଖାଇଥିଲେ। ଏହାକୁ ପ୍ରସ୍ତୁତ କରିବା ପାଇଁ ରାକେଶ ଏବଂ ତାଙ୍କ ଦଳ 2 ସପ୍ତାହ ସମୟ ଲାଗିଥିଲା। ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ବାରା କଳିଙ୍ଗ ହକି ଷ୍ଟାଡିୟମରେ ଚକୋଲେଟ୍ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଛି ।

ସୂଚନାଥାଉକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ନିଜ ଜନ୍ମଦିନ ପାଳନ କରିବାକୁ ମନା କରିଛନ୍ତି । ତେବେ ତାଙ୍କର ପ୍ରଂଶସକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ