ETV Bharat / city

ପର୍ଯ୍ୟଟକଙ୍କ ପାଇଁ ନୂଆ ପ୍ରକ୍ରିୟା, ରହିବା ପାଇଁ 300 ରୁମର ବ୍ୟବସ୍ଥା - ପର୍ଯ୍ୟଟନ ସଚିବ ବିଶାଲ ଦେବ

ଡେଷ୍ଟିନେସନ୍‌ର ବିକାଶ ଏବଂ ପର୍ଯ୍ୟଟକଙ୍କ ରହିବା ପାଇଁ 300 ରୁମ୍‌ର ବ୍ୟବସ୍ଥା କରାଯିବ । ଏହି 40 ଡେଷ୍ଟିନେସନରେ 700ରୁ ଅଧିକ ଲୋକ ରହିବାର ବ୍ୟବସ୍ଥା କରାଯିବ ।

ରାଜ୍ୟରେ ଖୋଲିବ 7ଟି ନୂଆ ଇକୋଟୁରିଜିମ ଡେଷ୍ଟିନେସନ

author img

By

Published : Nov 27, 2019, 4:56 PM IST

ଭୁବନେଶ୍ବର: ରାଜ୍ୟରେ ଇକୋ ଟୁରିଜିମ୍‌ର ବିକାଶ ସହ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ବୁଧବାର ଲୋକସେବା ଭବନର ଇକୋ ଟୁରିଜିମ ବୋର୍ଡ ମିଟିଂରେ ଇକୋ ଟୁରିଜିମ୍ ଡେଷ୍ଟିନେସନର ବିକାଶ ନେଇ ଆଲୋଚନା ହୋଇଛି ।

7 new ecotourism destination will open in Odisha
ରାଜ୍ୟରେ ଖୋଲିବ 7ଟି ନୂଆ ଇକୋଟୁରିଜିମ ଡେଷ୍ଟିନେସନ

ରାଜ୍ୟରେ ଏବେ ମୋଟ 40ଟି ଇକୋ ଟୁରିଜିମ ଡେଷ୍ଟିନେସନ ରହିଛି । ଏହି ଡେଷ୍ଟିନେସନ୍‌ର ବିକାଶ ପାଇଁ ଏବଂ ପର୍ଯ୍ୟଟକଙ୍କ ରହିବା ପାଇଁ 300 ରୁମ୍‌ର ବ୍ୟବସ୍ଥା କରାଯିବ । ଏହି 40 ଡେଷ୍ଟିନେସନରେ 700ରୁ ଅଧିକ ଲୋକ ରହିବାର ବ୍ୟବସ୍ଥା କରାଯିବ ।

ଏହାସହ ଖୁବଶୀଘ୍ର ନୂଆ 7ଟି ଇକୋଟୁରିଜିମ ଡେଷ୍ଟିନେସନ ଖୋଲିବ । ଏହାକୁ ମିଶାଇ ରାଜ୍ୟରେ ମୋଟ 47ଟି ଇକୋ ଟୁରିଜିମ ଡେଷ୍ଟିନେସନ ହେବ । ଏଠାରେ ବୋଟିଂ ସୁବିଧା ଉପଲବ୍ଧ ହେବା ନେଇ ସୂଚନା ଦିଆଯାଇଛି । ଏଥିପାଇଁ ପ୍ରାଥମିକ ପ୍ରର୍ଯ୍ୟାୟରେ ଓଟିଡିସି ଏହାର ଦାୟିତ୍ଵ ନେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଏହା ପ୍ରାଇଭେଟ୍‌କୁ ଦିଆଯିବ ବୋଲି ସୂଚନା ରହିଛି।

ସୂଚନା ଅନୁସାରେ, ବିଗତ ବର୍ଷ ତୁଳନାରେ ଚଳିତବର୍ଷ ଇକୋଟୁରିଷ୍ଟ କ୍ଷେତ୍ରରେ ବୁକିଂ ବଢିଛି । ଚଳିତଥର 20 ଲକ୍ଷ ପର୍ଯ୍ୟଟକ ଆସିଥିବା ସୂଚନା ରହିଛି। ଏହାସହ ଏଥର ନାଇଟ୍-ଷ୍ଟେ ଟୁରିଷ୍ଟଙ୍କ ସଂଖ୍ୟା ବଢିଛି । ଏହି ଇକୋ ଟୁରିଜିମ୍ ଡେଷ୍ଟିନେସନ ମାନଙ୍କରେ ରହିବାର ବ୍ୟବସ୍ଥା କରାଯିବ । ଏଥିପାଇଁ ପର୍ଯ୍ୟଟନ ଓ ଜଙ୍ଗଲ ପରିବେଶ ବି ଭୁହମ୍ ଷ୍ଟେ ଟୁରିଜିମ୍ ପଲିସି କରିବେ ।

ଇକୋ ଟୁରିଜିମ୍ ଡେଭ୍ଲପମେଣ୍ଟ ପାଇଁ ଗାଇଡ୍ଙ୍କୁ ସ୍ଵତନ୍ତ୍ର ଟ୍ରେନିଂ ଦିଆଯିବ । ଇକୋ ଡେଷ୍ଟିନେସନ ଲୋକାଲ କମିଟି ମଧ୍ୟ ଗଠନ କରାଯିବ । ସେଠାରେ
ହୋଟେଲର ବ୍ୟବସ୍ଥା କରାଯିବ । ମ୍ୟାନେଜମେଣ୍ଟ ସ୍ବାସ୍ଥ୍ୟସେବା ଏବଂ ଘର ସଫେଇ ଆଦିର ସୁବିଧା ଯୋଗାଇ ଦିଆଯିବ ।

ଏନେଇ ବୁଧବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଡେଭଲପମେଣ୍ଟ କମିଶନର ସମେତ ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ମୋନା ଶର୍ମା ଓ ପର୍ଯ୍ୟଟନ ସଚିବ ବିଶାଲ ଦେବ ପ୍ରମୁଖ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ରାଜ୍ୟରେ ଇକୋ ଟୁରିଜିମ ର ବିକାଶ କରିବା ପାଇଁ ଏବଂ ଅଧିକ ରୁ ଅଧିକ ପର୍ଯ୍ୟଟକ ଙ୍କୁ ଆକର୍ଶିତ କରିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା ।
ଆଜି ଲୋକସେବା ଭବନର ଇକୋ ଟୁରିଜିମ ବୋର୍ଡ ମିଟିଂ ରେ ଇକୋ ଟୁୁୁଇଜମ ଡେଷ୍ଟିନେସନ ର ବିକାଶ ନେଇ ଆଲୋଚନା ହୋଇଛିି ।ରାଜ୍ୟରେ ଏବେ ମୋୋଟ ୪୦ଟି
Body:ଇକୋ ଟୁରିଜିମ ଡେଷ୍ଟିନେସନ ରହିଛି ।ଏହି ଡେଷ୍ଟିନେସନ ମାନଙ୍କର ବିକାଶ ପାଇଁ ଏବଂ ଟୁରିଷ୍ଟି ମାନଙ୍କ ରହିବା ବ୍ୟବସ୍ଥା ପାଇଁ ୩୦୦ରୁମ୍ ତିଆରି କରାଯିବ । ,୪୦ ଡେଷ୍ଟିନେସନରେ ,୭୦୦ ରୁ ଅଧିକ ଲୋକ ରହିପାରିବାର ବ୍ୟବସ୍ଥା କରାଯିବ ।ଏହା ସହ ଖୁବଶୀଘ୍ର ନୂଆ ୭ଟିଇକୋଟୁରିଜିମ ଡେଷ୍ଟିନେସନ ଖୋଲିବ । ଏହାକୁ ମିଶାଇ ରାଜ୍ୟରେ ମୋଟ ୪୭ ଟି ଇକୋ ଟୁରିଜିମ ଡେଷ୍ଟିନେସନ ହେବ । ଏହି ଠାରେ ବୋଟିଂ ଫେସିଲଟି ଖୋଲିବ ବୋଲି ସୂଚନା ।ଏଥିପାଇଁ ପ୍ରଥମିକ ପ୍ରଯ୍ୟାୟରେ
Otdc ଏହାର ଦାଇତ୍ଵ ନେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରାଇଭେଟ୍ କୁ ଦିଆଯିବ ବୋଲି ସୂଚନା।
ସୂଚନା ଅନୁସାରେ ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ
ଇକୋଟୁରିଷ୍ଟି କ୍ଷେତ୍ରରେ ବଢିଛି ବୁକିଂ ବଢିଛ ।୨୦ ଲକ୍ଷ ଟୁରିଷ୍ଟି ଆସିଥିବା ସୂଚନା ।ଏହା ସହ ନାଇଟ୍ ଷ୍ଟେ ଟୁରିଷ୍ଟି ମାନଙ୍କର ସଂଖ୍ୟା ବଢିଥିବା ସୂଚନା ।
ଏହା ସହ ଏହି ଇକୋ ଟୁରିଜିମ ଡେଷ୍ଟିନେସନ ମାନଙ୍କରେ ହୋମ ଷ୍ଟେ ସାନକଚୁରୀ କରାଯିବା ।ଏଥିପାଇଁ ପର୍ଯ୍ୟଟନ ଓ ଜଙ୍ଗଲ ପରିବେଶ ବିଭୁ
ହୋମ ଷ୍ଟେ ରୁରିଜମ୍ ପଲିସ କରିବେ ।
ଇକୋ ଟୁରିଜିମ ଡେଭଲପମେଣ୍ଟ ପାଇଁ ଗାଇଡ୍ ମାନଙ୍କୁ ସ୍ଵତନ୍ତ୍ର ଟ୍ରେନିଂ ଦିଆଯିବ ।ଇକୋ ଡେଷ୍ଟିନେସନ ଲୋକାଲ କମିଟି ମଧ୍ୟ ଗଠନ କରାମିବ ।ସେଠାରେ
ହୋଟେଲ ମେନେଜମେଣ୍ଟ ,hospitality and house skiping ଆଦିର ସମସ୍ତ ସୁବିଧା ଯୋଗାଇ ଦିଆଯିବ ।
Conclusion:ଆଜି ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅଶିତ୍ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଡେଭଲପମେଣ୍ଟ କମିଶନର ସମେତ ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ମୋନା ଶର୍ମା ଓ ପର୍ଯ୍ୟଟନ ସଚିବ
ବିଶାଲ ଦେବ ପ୍ରମୁଖ ଯୋଗଦେଇଥିଲେ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.