ETV Bharat / city

ଲାକମେ ଫ୍ୟାସନ ୱିକରେ ଭାଗ ନେବେ ପୂର୍ବାଞ୍ଚଳର 6 ଛାତ୍ରଛାତ୍ରୀ - ଲାକମେ ଫ୍ୟାସନ ୱିକରେ

ଭାରତର ପ୍ରସିଦ୍ଧ ଫ୍ୟାସନ ଓ ଲାଇଫ ଷ୍ଟାଇଲ ଇଭେଣ୍ଟ ଲାକମେ ଫ୍ୟାସନ ୱିକରେ ପ୍ରଦର୍ଶନ କରିବା ନିମନ୍ତେ ଏକ ଚୟନ ପ୍ରକ୍ରିୟା ଭୁବନେଶ୍ବରର ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି ।

lakme fashion week
ଲାକମି ଫ୍ୟାସନ ୱିକରେ ଭାଗ ନେବେ ପୂର୍ବାଞ୍ଚଳର 6 ଛାତ୍ରଛାତ୍ରୀ
author img

By

Published : Dec 19, 2019, 8:25 AM IST

ଭୁବନେଶ୍ବର: ଭାରତର ପ୍ରସିଦ୍ଧ ଫ୍ୟାସନ ଓ ଲାଇଫ ଷ୍ଟାଇଲ ଇଭେଣ୍ଟ ଲାକମେ ଫ୍ୟାସନ ୱିକରେ ପ୍ରଦର୍ଶନ କରିବା ନିମନ୍ତେ ଏକ ଚୟନ ପ୍ରକ୍ରିୟା ଭୁବନେଶ୍ବରର ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଆଇଏନଆଇ ଏଫଡି ଶିକ୍ଷାଅନୁଷ୍ଠାନର ପୂର୍ବାଞ୍ଚଳ ଶାଖାର ଫ୍ୟାସନ ଓ ଇଣ୍ଟେରିୟର ଡିଜାଇନର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ସେମାନଙ୍କ ପ୍ରତିଭାର ପ୍ରଦର୍ଶନ କରିଛନ୍ତି । ଯେଉଁଥିରୁ 3 ଜଣ ଲେଖାଏଁ 6 ଜଣଙ୍କୁ ବିଚାରକ ମଣ୍ଡଳୀ ପରବର୍ତ୍ତୀ ପର୍ଯ୍ୟାୟକୁ ଯିବାକୁ ନିର୍ବାଚିତ କରିଛନ୍ତି ।

ଲାକମି ଫ୍ୟାସନ ୱିକରେ ଭାଗ ନେବେ ପୂର୍ବାଞ୍ଚଳର 6 ଛାତ୍ରଛାତ୍ରୀ

ସେହି ବିଜୟୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଓଡ଼ିଶାର ସୌଭାଗ୍ୟ ଲକ୍ଷ୍ମୀ ରାଉତ ଇଣ୍ଟରିୟର ଡିଜାଇନ କ୍ଷେତ୍ରରେ ବିଜୟୀ ହୋଇଥିବା ବେଳେ ପ୍ରଥମ ରନର୍ସ ଅପ ଭାବେ ଏମଡି ଗୁଲସନ ଓ ଦ୍ଵିତୀୟ ରନର୍ସ ଅପ ଭାବେ ଜଗଜିତ କୌର ମନୋନୀତ ହୋଇଛନ୍ତି । ସେହିପରି ଫ୍ୟାସନ ଡିଜାଇନ କ୍ଷେତ୍ରରେ ବାଂଲାଦେଶର ସାଦିଆ ରୂପା ମନୋନୀତ ହୋଇଥିବାବେଳେ ପ୍ରଥମ ରନର୍ସ ଅପ ଭାବେ ସିଫା ସୟଦ ଓ ଦ୍ଵିତୀୟ ରନର୍ସ ଅପ ଭାବେ ମହିମା ମେହେରୋଟ୍ରା ମନୋନୀତ ହୋଇଛନ୍ତି ।

ଆସନ୍ତା ଫେବୃୟାରୀ ମାସରେ ଅନୁଷ୍ଠିତ ହେବାକୁ ଥିବା ଫ୍ୟାସନ ୱିକରେ ଛାତ୍ରଛାତ୍ରୀ ନିଜର ଡିଜାଇନ ପ୍ରଦର୍ଶନ କରିବେ ବୋଲି ଏହି କାର୍ଯ୍ୟକ୍ରମର ଆୟୋଜକ ଆଶୁତୋଷ ପଣ୍ଡା ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜଜ ଭାବେ ଅଂଶଗ୍ରହଣ କରିଥିବା ବଲିଉଡ ଅଭିନେତ୍ରୀ ସୋନାଲି ସେହଗଲ ଏଠାକାର ପିଲାଙ୍କ ନିକଟରେ ଥିବା ପ୍ରତିଭାକୁ ପ୍ରଶଂସା କରିବା ସହିତ ଏମାନେ ଆହୁରି ଆଗକୁ ଯିବେ ବୋଲି କହିଛନ୍ତି । ସେହିପରି ବିଜୟୀ ଲାଭ କରିଥିବା ପ୍ରତିଯୋଗୀମାନେ ସେମାନଙ୍କ ଖୁସି ବ୍ୟକ୍ତ କରିବା ସହ ଆଗାମୀ ପ୍ରଦର୍ଶନ ପାଇଁ ଆହୁରି ଭଲ ପ୍ରସ୍ତୁତି କରିବେ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଭାରତର ପ୍ରସିଦ୍ଧ ଫ୍ୟାସନ ଓ ଲାଇଫ ଷ୍ଟାଇଲ ଇଭେଣ୍ଟ ଲାକମି ଫେଶନ ଉଇକ ରେ ପ୍ରଦର୍ଶନ କରିବା ନିମନ୍ତେ ଏକ ଚୟନ ପ୍ରକ୍ରିୟା ଭୁବନେଶ୍ୱରର ଏକ ହୋଟେଲରେ ଅନୁଷ୍ଠିତ ହୋଇ ଯାଇଛି।ଯେଉଁଥିରେ ଆଇ ଏନ ଆଇ ଏଫ ଡି ଶିକ୍ଷା ଅନୁଷ୍ଠାନ ର ପୂର୍ବାଞ୍ଚଳ ଶାଖାର ଫେସନ ଓ ଇଣ୍ଟେରିୟାର ଡିଯାଇନର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ସେମାନଙ୍କ ପ୍ରତିଭାର ପ୍ରଦର୍ଶନ କରିଛନ୍ତି।ଯେଉଁଥିରୁ 3 ଜଣ ଲେଖାଏଁ 6 ଜଣ ଙ୍କୁ ବିଚାରକ ମଣ୍ଡଳୀ ପରବର୍ତ୍ତୀ ପର୍ଯ୍ୟାୟକୁ ଯିବାକୁ ନିର୍ବାଚିତ କରିଛନ୍ତି।

Body:ସେହି ବିଜୟୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଓଡ଼ିଶାର ସୌଭାଗ୍ୟ ଲକ୍ଷ୍ମୀ ରାଉତ ଇଣ୍ଟରୀୟର ଡିଜାଇନ କ୍ଷେତ୍ରରେ ବିଜୟୀ ହୋଇଥିବା ବେଳେ ପ୍ରଥମ ରନର୍ସ ଅପ ଭାବେ ଏମ ଡି ଗୁଲସନ ଓ ଦ୍ଵିତୀୟ ରନର୍ସ ଅପ ଭାବେ ଜଗଜିତ କୌର ମନୋନୀତ ହୋଇଛନ୍ତି।ସେହିପରି ଫେସନ ଡିଜାଇନ କ୍ଷେତ୍ରରେ ବାଙ୍ଗଳାଦେଶ ର ସାଦିଆ ରୁପା ମନୋନୀତ ହୋଇଥିବାବେଳେ ପ୍ରଥମ ରନର୍ସ ଅପ ଭାବେ ସିଫା ସୟଦ ଓ ଦ୍ଵିତୀୟ ରନର୍ସ ଅପ ଭାବେ ମହିମା ମେହେରୋଟ୍ରା ମନୋନୀତ ହୋଇଛନ୍ତି।ଯେଉଁମାନେ ଆସନ୍ତା ଫ୍ରେବୃୟାରୀ ମାସରେ ଅନୁଷ୍ଠିତ ହେବାକୁ ଥିବା ଫେସନ ଉଇକ ରେ ନିଜର ଡିଜାଇନ ର ପ୍ରଦର୍ଶନ କରିବେ ବୋଲି ଏହି କାର୍ଯ୍ୟକ୍ରମର ଆୟୋଜକ ଆଶୁତୋଷ ପଣ୍ଡା ପ୍ରକାଶ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଜଜ ଭାବେ ଅଂଶଗ୍ରହଣ କରିଥିବା ବଲିଉଡ ଅଭିନେତ୍ରୀ ସୋନାଲି ସେହଗଲ ଏଠାକାର ପିଲାଙ୍କ ନିକଟରେ ଥିବା ପ୍ରତିଭା କୁ ପ୍ରସଂଶା କରିବା ସହିତ ଏମାନେ ଆହୁରି ଆଗକୁ ଯିବେ ବୋଲି କହିଛନ୍ତି।ସେହିପରି ବିଜୟୀ ଲାଭ କରିଥିବା ପ୍ରତିଯୋଗୀମାନର ସେମାନଙ୍କ ଖୁସି ବ୍ୟକ୍ତ କରିବା ସହ ଆଗାମୀ ପ୍ରଦର୍ଶନ ପାଇଁ ଆହୁରି ଭଲ ପ୍ରସ୍ତୁତି କରିବେ ବୋଲି କହିଛନ୍ତି।
ବାଇଟ-ସୋନାଲି ସେହେଗଲ ଅଭିନେତ୍ରୀ
ବାଇଟ-ଆଶୁତୋଷ ପଣ୍ଡା
ବାଇଟ-ସୌଭାଗ୍ୟଲକ୍ଷ୍ମୀ ରାଉତ
ବାଇଟ-ସାଦିଆ ରୁପା
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.