ETV Bharat / city

ଘୋଷଣା ହେଲା ପଦ୍ମ ପୁରସ୍କାର, 6 ଓଡିଆ ହେବେ ସମ୍ମାନିତ

author img

By

Published : Jan 25, 2021, 9:19 PM IST

Updated : Jan 25, 2021, 9:52 PM IST

ଘୋଷଣା ହେଲା ପଦ୍ମ ପୁରସ୍କାର, 6 ଓଡିଆ ସମ୍ମାନିତ

21:14 January 25

ଘୋଷଣା ହେଲା ପଦ୍ମ ପୁରସ୍କାର, 6 ଓଡିଆ ହେବେ ସମ୍ମାନିତ

ଭୁବନେଶ୍ବର: ଗଣତନ୍ତ୍ର ଦିବସ ଅବସରରେ 2021 ପାଇଁ ଘୋଷଣା ହୋଇଛି ପଦ୍ମ ପୁରସ୍କାର । ଓଡିଶାରୁ 6 ଜଣଙ୍କୁ ମିଳିଛି ପଦ୍ମ ସମ୍ମାନ ।

ପଦ୍ମ ବିଭୂଷଣରେ ଜଣେ ମାତ୍ର ଓଡିଆ ସମ୍ମାନିତ ହୋଇଥିବା ବେଳେ 5 ଜଣଙ୍କୁ ମିଳିବ ପଦ୍ମଶ୍ରୀ । କଳା କ୍ଷେତ୍ରରେ ସୁଦର୍ଶନ ସାହୁଙ୍କୁ ମିଳିବ ପଦ୍ମବିଭୂଷଣ । ସେହିପରି ପଦ୍ମଶ୍ରୀ ପାଇବେ ରାୟଗଡ଼ାର ବିଶିଷ୍ଟ ସମାଜସେବୀ ଶାନ୍ତି ଦେବୀ । ବିଶିଷ୍ଟ ସଂସ୍କୃତି ଗବେଷକ ଡକ୍ଟର ରଜତ କରଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନ ମିଳିବ । ଧାରଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ ପ୍ରତିବର୍ଷ ପଦ୍ମ ପୁରସ୍କାର ଘୋଷଣା କରାଯାଇଥାଏ ।

ସେହିପରି କଳା କ୍ଷେତ୍ରରେ ପୂର୍ଣ୍ଣମାସି ଜାନି, ଔଷଧରେ ଡାକ୍ତର କ୍ରିଷ୍ଣା ମୋହନ ପାଠି, ଶିକ୍ଷା କ୍ଷେତ୍ରରେ ନନ୍ଦ ପୃଷ୍ଟିଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ ।

କଳା, ଶିକ୍ଷା, ବିଜ୍ଞାନ, ଖେଳ, ସାମାଜିକ କାର୍ଯ୍ୟ, ଜନ ସେବା, ଔଷଧ, ସାହିତ୍ୟ ଇତ୍ୟାଦି କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥାଏ। ପଦ୍ମ ପୁରସ୍କାର ଭାରତ ସରକାରଙ୍କଦ୍ୱାରା ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯାଉଥିବା ଏକ ବେସାମରିକ ସମ୍ମାନ । 

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

Last Updated : Jan 25, 2021, 9:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.