ଭୁବନେଶ୍ବର: ଆଜି ଦେଶ ସମେତ ସାରା ରାଜ୍ୟରେ କୋରୋନା ଟୀକାକରଣ ଆରମ୍ଭ ହୋଇଛି । ସକାଳ 10ଟା 30 ସମୟରେ ବିଭିନ୍ନ ଜିଲ୍ଲାରେ ଟୀକାକରଣ ଆରମ୍ଭ ହୋଇଥିଲା । ତେବେ ରାଜ୍ୟରେ ଟୀକାକରଣ ନେଇ ସ୍ବାସ୍ଥ୍ୟ ବିଭାଗ ତଥ୍ୟ ପ୍ରକାଶ କରିଛନ୍ତି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ମୋଟ 85 ପ୍ରତିଶତ ଟୀକାକରଣ କରାଯାଇଛି ।
କୋରାପୁଟରେ , ଅନୁଗୋଳ, ବାଲେଶ୍ବର, ବୌଦ୍ଧ, କନ୍ଧମାଳ, କେନ୍ଦ୍ରାପଡା, ସୋନପୁରରେ 100%, ବଲାଙ୍ଗୀରରେ 71%, ବରଗଡ଼ରେ 98 %, ଭଦ୍ରକରେ 99%, କଟକରେ 82%, ଦେଓଗଡରେ 75%, ଢେଙ୍କାନାଳରେ 70%, ଗଜପତିରେ 93%, ଗଞ୍ଜାମରେ 91 %, ଜଗତସିଂହପୁରରେ 72%, ଯାଜପୁରରେ 88 %, ଝାରସୁଗୁଡାରେ 97 %, କଳାହାଣ୍ଡିରେ 70 %, କେନ୍ଦୁଝରରେ 54 %, ଖୋର୍ଦ୍ଧାରେ 81 %, ମାଲକାନଗିରିରେ 88 %, ମୟୂରଭଞ୍ଜରେ 85 %, ନବରଙ୍ଗପୁରରେ 72 %, ନୟାଗଡ଼ରେ 66 %, ନୂଆପଡାରେ 64 %, ପୁରୀରେ 89 %, ରାୟଗଡାରେ 87 %, ସମ୍ବଲପୁରରେ 87 % ଓ ସୁନ୍ଦରଗଡ଼ରେ 78 ପ୍ରତିଶତ ଟୀକା ଗ୍ରହଣ କରିଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟ ଟିକାକରଣରେ 16405 ଜଣଙ୍କୁ ଟୀକା ଦେବାର ଟାର୍ଗେଟ ରହିଥିବା ବେଳେ 13980 ଜଣ ଟୀକା ଗ୍ରହଣ କରିଛନ୍ତି।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ