ETV Bharat / city

ଲଜିଷ୍ଟିକ ଟ୍ରାନସପୋର୍ଟରେ ଗଞ୍ଜେଇ ଚାଲାଣ, ରାଜଧାନୀ ଇଣ୍ଡଷ୍ଟ୍ରିଆଲ ଏରିଆରୁ ୫୦କେଜି ଜବତ - ଗଞ୍ଜେଇ ଚାଲାଣ

ଲୁଚା ଛପା ନୁହେଁ , ଇ ଓ୍ବେ ବିଲ ଓ ଲଜିଷ୍ଟିକ ଟ୍ରାନସପୋର୍ଟ ଜରିଆରେ ଗଞ୍ଜେଇ ଚାଲାଣ । ଏଭଳି ହାଇଫାଇ ଗଞ୍ଜେଇ ଚାଲାଣର ପର୍ଦ୍ଦାଫାଶ କରିଛି କମିସନରେଟ ପୋଲିସ । ଅଧିକ ପଢନ୍ତୁ...

କୋରିଅରରେ ଚାଲିଛି ଗଞ୍ଜେଇ ଚାଲାଣ; ରସୁଲଗଡ ଶିଳ୍ପାଞ୍ଚଳରୁ ୪୬ କେଜି ଜବତ, ୨ ଗିରଫ

author img

By

Published : Aug 29, 2021, 2:54 PM IST

Updated : Aug 29, 2021, 3:37 PM IST

ଭୁବନେଶ୍ବର: ଗଞ୍ଜେଇ ଚାଲାଣର ନୂଆ ଫଣ୍ଡା । ଲୁଚା ଛପା ନୁହେଁ , ଇ ଓ୍ବେ ବିଲ ଓ ଲଜିଷ୍ଟିକ ଟ୍ରାନ୍ସପୋର୍ଟ ଜରିଆରେ ଗଞ୍ଜେଇ ଚାଲାଣ । ଏଭଳି ହାଇଫାଇଗଞ୍ଜେଇ ଚାଲାଣର ପର୍ଦ୍ଦାଫାଶ କରିଛି କମିସନରେଟ ପୋଲିସ । ରସୁଲଗଡ ଶିଳ୍ପାଞ୍ଚଳରେ ଗଜେଇ ପ୍ୟାକ ବେଳେ ଗଜେଇ ଜବତ କରିଛି ପୋଲିସ । ୪୬କେଜି ଗଞ୍ଜେଇ ଜବତ କରିବା ସହ ଦୁଇଜଣକୁ ଗିରଫ କରିଛି କମିସନରେଟ ପୋଲିସ । ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୩ ଲକ୍ଷ ଟଙ୍କା ହେବ । ଗିରଫ ଦୁଇ ଯୁବକ ଦିଲ୍ଲୀ ଚାନ୍ଦିନି ଚୌକ ଅଞ୍ଚଳର ଅନିରୁଦ୍ଧ ମିଶ୍ରା ଓ ମନିଷ କୁମାର ବୋଲି ଜଣାପଡିଛି । ଏନଡିପିଏସ ଆକ୍ଟରେ ଏହି ୨ ଜଣଙ୍କୁ ପୋଲିସ ଗିରଫ କରିଛି ।

ଲଜିଷ୍ଟିକ ଟ୍ରାନ୍ସପୋର୍ଟରେ ଗଞ୍ଜେଇ ଚାଲାଣ,

ସୁଚନା ମୁତାବକ ଗଜପତି ଜିଲ୍ଲାରୁ ବସ ଯୋଗେ ଗଞ୍ଜେଇ ଆଣୁଥିଲେ ୨ ଯୁବକ। ପରେ ରସୁଲଗଡରେ ଲଜିଷ୍ଟିକ ଟ୍ରାନସପୋର୍ଟ ପାଇଁ ସ୍ବତନ୍ତ୍ର ପ୍ୟାକ କରୁଥିଲେ । ଅର୍ଥାତ କପଡା ପେଟିରେ ଗଜେଇ ବୋଝେଇ କରି ସ୍ବତନ୍ତ୍ର ପ୍ୟାକ କରୁଥିଲେ ପରେ ଏହାକୁ ଯେପରି କପଡା ସପ୍ଲାଏ କରାଯାଏ ସେହିପରି ପ୍ୟାକ କରି ଯେଉଁ ସ୍ଥାନକୁ ଯିବ ସେଥିପାଇଁ ଇ ଓ୍ବେ ବିଲ ବା କୋରିଅର ଜରିଆରେ ପ୍ୟାକ କରି ଟ୍ରେନ ବା ବସ ନଚେତ ଫ୍ଲାଇଟ ଯୋଗେ ପଠାଉଥିଲେ । ପୋଲିସର ନଜରରୁ ବର୍ତ୍ତିବା ପାଇଁ ଏଭଳି ସପ୍ଲାଏର ଫଣ୍ଡା ଆପଣାଇଥିଲେ ଅଭିଯୁକ୍ତ ।

ଏହି ପରି ଢଙ୍ଗରେ ଟ୍ରକ ଟ୍ରକ କରି କନସାଇନମେଣ୍ଟ ଜରିଆରେ ଚାଲାଣ କରୁଥିଲେ । ପରେ ଗନ୍ତବ୍ୟ ସ୍ଥଳରେ ସେଠାରେ ରହିଥିବା ଗଞ୍ଜେଇ ଚାଲାଣକାରୀ ଏହାକୁ ରିସିଭ କରି ଏହାକୁ ସେଠାରେ କାରବାର କରୁଥିଲେ । ଏଠାରେ ପ୍ରଶ୍ନ ଉଠୁଛି କୋରିଅର ସଂସ୍ଥା ଏହାକୁ ପଠାଇବା ସମୟରେ ଯାଞ୍ଚ କରୁଥିଲେ ନା କରୁନଥିଲେ । ଟ୍ରେନ ହେଉ ବା ବସରେ ଜିଏସଟି ବା ଇବିଲ ଚେକ କରୁଥିବା ସଂସ୍ଥା ଏନେଇ ଚେକ କରନ୍ତି କି ନାହିଁ ଏଵେ ସବୁଠାରୁ ବଡ ପ୍ରଶ୍ନବାଚୀ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Aug 29, 2021, 3:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.