ETV Bharat / city

ରାଜଧାନୀରେ ବାଲେଶ୍ବର ବ୍ରାଉନସୁଗାର ବେପାରୀଙ୍କ ରାଜ୍, ଧରାପଡିଲା ୫୦ ଲକ୍ଷର ଡିଲ୍

author img

By

Published : Jun 18, 2021, 2:14 PM IST

ଭୁବନେଶ୍ବରେ ନେଟୱାର୍କ ବିଛେଇଲେଣି ବାଲେଶ୍ବର ବ୍ରାଉନସୁଗାର ବେପାରୀ । ଧରାପଡିଲା ୫୦ ଲକ୍ଷର ଡିଲ । ଜଣେ ଗିରଫ । ଅଧିକ ପଢନ୍ତୁ...

ଭୁବନେଶ୍ବରେ ନେଟୱାର୍କ ବିଛେଇଲେଣି ବାଲେଶ୍ବର ବ୍ରାଉନସୁଗାର ବେପାରି, ଧରାପଡିଲା ୫୦ ଲକ୍ଷର ଡିଲ

ଭୁବନେଶ୍ବର: ରାଜଧାନୀରେ ଚାଲୁଛି ବ୍ରାଉନସୁଗାର ବେପାରୀଙ୍କ ଖୁଲମଖୁଲା ବେପାର । ଏଣିକି ଭାୟା ରୁଟ ନୁହେଁ ସିଧାସଳଖ ଭୁବନେଶ୍ବରରେ ସପ୍ଲାୟର । ପୋଲିସ ଓ STFକୁ ଖାତିର ନାହିଁ । ରାଜଧାନୀରେ ନିଜର ନେଟୱାର୍କ ଆରମ୍ଭ କଲେଣି ବ୍ରାଉନସୁଗାର ବେପାରି । ଭୁବନେଶ୍ବର ସେଫଷ୍ଟ ରୁଟ ଦେଖି ଚଲାଉଛନ୍ତି ଡିଲ । ଲୋକାଲ ସପ୍ଲାୟର ସମ୍ପର୍କରେ ପୋଲିସ ଜାଣିଥିବାରୁ ବାଲେଶ୍ବର ସପ୍ଲାୟର ଆସି ସିଧାସଳଖ ଛକ ଉପରେ ଡିଲ କରୁଛନ୍ତି । ସେଭଳି ଆଜି(ଶୁକ୍ରବାର) 50 ଲକ୍ଷର ଏକ ହାଇପ୍ରୋଫାଇଲ ଡିଲ ଧରାପଡିଛି । ଘଟଣାସ୍ଥଳରୁ ୫୭୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଘଟଣାରେ ଜଣେ ଯୁବକଙ୍କୁ ଗିରଫ କରାଯାଇଥିବାବେଳେ ଆଉ କିଛି ଖସି ପଳାଇ ଯାଇଛନ୍ତି ।

ତେବେ ଏହି ହାଇପ୍ରୋଫାଇଲ ଡିଲ ବେଳେ ପୋଲିସ ଆଖିରେ ଆଙ୍ଗୁଠି ଗେଞ୍ଜି କମିସନରେଟ ବଳୟରୁ ଉଭାନ ହୋଇଯାଇଛି ଏକ ସ୍କର୍ପିଓ ଭ୍ଯାନ । ଆଉ ଫସିଯାଇଛି ବାଲେଶ୍ବରର ସପ୍ଲାୟର । ବାଲେଶ୍ବର ବିଟୁ ଖାନ ନାମକ ଯୁବକ ବଡଗଡ ଥାନା ଅଞ୍ଚଳର ଚାରିଛକରେ ପାଓ ଡେଲିଭେରୀ ବେଳେ କ୍ଯୁଏଟି ଓ ଲୋକାଲ ପୋଲିସ ହାତରେ ଧରାପଡିଛି । ୫୭୫ ଗ୍ରାମ ବ୍ରାଉନସୁଗାର ଜବତ ସହ ଏକ ସ୍କୁଟିକୁ(od01z 0812) ଜବତ କରିଛି ପୋଲିସ । ତେବେ ଚାରିଆଡେ କମିସନରେଟ ପୋଲିସର ଛାଉଣି ସତ୍ତ୍ବେ ପୋଲିସ ବଳୟରୁ ଖସି ପଳାଇଛନ୍ତି ବ୍ରାଉନସୁଗାର କିଣିବାକୁ ଆସୁଥିବା ଅପରାଧୀ । ହେଲେ ସପ୍ଲାୟରକୁ ଧରି ବାଃ ବାଃ ନେବାରେ ଲାଗିଛି କମିସନରେଟ ପୋଲିସ ।

ଏଠି ପ୍ରଶ୍ନ ଉଠୁଛି ଯେ କମିସନରେଟ ପୋଲିସ ବଳୟରୁ ଏହି କାର କିପରି ଖସିଗଲା, ଯେଉଁଥିରେ କି ଭୁବନେଶ୍ବରର ଲୋକାଲ ବେପାରୀ ଥିଲେ । ତା' ସହିତ ବାଲେଶ୍ବରର ବେପାରୀ ଆସି ଭୁବନେଶ୍ବରର ନେଟୱାର୍କ ବିଛାଇଛନ୍ତି । ଯାହାର ଡିମାଣ୍ଡ ଦେଖି ସପ୍ଲାୟର ବାଲେଶ୍ବରରୁ ଭୁବନେଶ୍ବର ଆସି ଡିଲ କରୁଛି । ଅଥଚ ପୋଲିସ ଏଯାବତ୍ ଏମାନଙ୍କ ନେଟୱର୍କର ଚେର ପାଉନି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.