ETV Bharat / city

ରାଜଧାନୀରେ ଲାଗିବ ୫ ହଜାର ନୂଆ ଗଛ - Bhubaneswar

ଚଳିତ ବର୍ଷ ସାମୁଦ୍ରିକ ଝଡ 'ଫନି'ର ପ୍ରଭାବରେ ବହୁ ଗଛ ଭାଙ୍ଗି ଯାଇଛି । ସେଥିପାଇଁ ୫ ହଜାର ନୂଆ ଗଛ ଲଗାଯିବ । ବିଭିନ୍ନ କିସମର ବୃକ୍ଷ ଯଥା ନିମ୍ବ, କରଞ୍ଜ, ପାକଳି ଭଳି ଗଛ ଲଗାଯିବ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 25, 2019, 9:16 PM IST

Updated : Jun 25, 2019, 9:47 PM IST

ଭୁବନେଶ୍ୱର: ମହାନଗର ନିଗମ ଅଞ୍ଚଳରେ ୫ ହଜାର ନୂଆ ଗଛ ଲଗାଯିବ । ପ୍ରତିବର୍ଷ ବର୍ଷାଋତୁ ଆରମ୍ଭରୁ ଭୁବନେଶ୍ୱରରେ ନୂତନ ବୃକ୍ଷରୋପଣ କରାଯାଏ । ଚଳିତ ବର୍ଷ ସାମୁଦ୍ରିକ ଝଡ 'ଫନି'ର ପ୍ରଭାବରେ ବହୁ ଗଛ ଭାଙ୍ଗି ଯାଇଛି । ସେଥିପାଇଁ ୫ ହଜାର ନୂଆ ଗଛ ଲଗାଯିବ । ବିଭିନ୍ନ କିସମର ବୃକ୍ଷ ଯଥା ନିମ୍ବ, କରଞ୍ଜ, ପାକଳି ଭଳି ଗଛ ଲଗାଯିବ। ଜୁଲାଇ ପ୍ରଥମ ସପ୍ତାହରୁ ଅଗଷ୍ଟ ଶେଷ ସପ୍ତାହ ପର୍ଯ୍ୟନ୍ତ ଏହି ଗଛ ଲଗାଯିବ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ରାଜଧାନୀର ସମସ୍ତ ୬୭ଟି ୱାର୍ଡର ବିଭିନ୍ନ ସ୍ଥାନରେ ୫ ହଜାର ନିମ୍ବ, କରଞ୍ଜ, ପାକଳି ଗଛ ଲାଗିବ । ଗତବର୍ଷ ୩ ହଜାର ଗଛ ଲାଗିଥିଲା, ଚଳିତ ବର୍ଷ ବାତ୍ୟାରେ ଅଧିକାଂଶ ଗଛ ନଷ୍ଟ ହୋଇଯାଇଥିବାରୁ ଅଧିକ ଗଛ ଲାଗିବ । ରାଜ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ପ୍ରାୟ ୪୦ ହଜାର ବଡ ଅର୍ଥାତ ବାର ଫୁଟିଆ ଗଛ ଲାଗିବ ବୋଲି ବିଏମସି ପରିବେଶ ଅଧିକାରୀ କପିଳେନ୍ଦ୍ର ସେଠୀ କହିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

 ପ୍ରଥମଥର ପାଇଁ CBCS କୋର୍ସ ମାଧ୍ୟମରେ ହୋଇଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ହୋଇଥିବା ପରୀକ୍ଷାର ଫଳ ପ୍ରକାଶ ପାଇଲା | 2016 ମସିହାରେ ଏହି କୋର୍ସ ମାଧ୍ୟମରେ ପାଠ ପଢା ଆରମ୍ଭ ହୋଇଥିଲା | ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା 330 ଟି କଲେଜର ଫଳ ପ୍ରକାଶ କଲେ pg କାଉନସିଲ ଅଧକ୍ଷା ସବିତା ଆଚାର୍ଯ୍ୟ | କଳାରେ ପରୀକ୍ଷା ଦେଇଥିଲେ 22718 ,ପାସ କରିଛନ୍ତି 16028, ଏବଂ ପାସ ପ୍ରତିଶତ 71% | O grade ବା 90% ରୁ ଅଧିକ କେହି ଛାତ୍ରଛାତ୍ରୀ ପାଇନାହାନ୍ତି | ବାଣିଜ୍ୟରେ   3177 ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ପାସ କରିଛନ୍ତି 2641, ପାସ ପ୍ରତିଶତ 83%| O ଗ୍ରେଡ଼ କେହି ପାଇନାହାନ୍ତି | ବିଜ୍ଞାନରେ 8189 ପିଲା ପରୀକ୍ଷା ଦେଇଥିଲେ ପାସ କରିଛନ୍ତି 7532 ଏବଂ ପ୍ରତଶତ 92%, O ଗ୍ରେଡ଼ 2 ଜଣ ପିଲା ପାଇଛନ୍ତି। ପ୍ରକାଶିତ ଫଳ ମଧରୁ କଳାରେ ସୋନାଲି ବେଗୁନିଆ କଲେଜର ସର୍ବାଧିକ 9 cgpa ରଖିଛନ୍ତି | 
ବିଜ୍ଞାନ ରେ ସ୍ଟୱାର୍ଟ ସାଇନ୍ସ ର ବିଡ଼ିଶା ସାହୁ 9.86 cgpa ରଖିଛନ୍ତି | ବାଣିଜ୍ୟ ରେ dav ମ୍ୟାନେଜମେଣ୍ଟ କଲେଜ ର ଶୁଭଶ୍ରୀ ମହାରଣା 8.96 cgpa ରଖିଛନ୍ତି।400 ପିଲାଙ୍କ ରେଜଲ୍ଟ ପ୍ରକାଶ ହୋଇ ନାହିଁ ।
Last Updated : Jun 25, 2019, 9:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.