ଭୁବନେଶ୍ବର: ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)କୁ 5ଟି ସଚିବ ଭି.କେ ପାଣ୍ଡିଆନଙ୍କ ଅଚାନକ ଗସ୍ତ । ଓୟୁଏଟିର ଭିତ୍ତିଭୂମି ଯାଞ୍ଚ କରିବା ସହ ଛାତ୍ରାବାସ ବୁଲି ଦେଖିଲେ ପାଣ୍ଡିଆନ ।
ଓୟୁଏଟି ସହ ବେସିକ ସାଇନ୍ସ କଲେଜ, ବନ ମହାବିଦ୍ୟାଳୟ ମଧ୍ୟ ସେ ବୁଲି ଦେଖିଛନ୍ତି। ଏହି ଅବସରରେ 5ଟି ସଚିବ ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଛାତ୍ରାବାସ ନିର୍ମାଣ ଓ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ପ୍ରତିଷ୍ଠା ଉପରେ ଗୁରୁତ୍ବ ଦେଇଥିଲେ।
ସେହିପରି ଓୟୁଏଟି ପରିସରରେ ସ୍ବଚ୍ଛତା ବଜାୟ ରଖିବାକୁ ସେ ପରାମର୍ଶ ଦେଇଥିବା ଜଣାପଡିଛି । 5ଟି ସଚିବଙ୍କ ଏହି ଗସ୍ତ ସମୟରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପବନ କୁମାର ଅଗ୍ରୱାଲ ଓ ବେସିକ ସାଇନ୍ସ କଲେଜ ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ