ETV Bharat / city

‘ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ 5-T ସମ୍ପୂର୍ଣ୍ଣ ଫେଲ’

author img

By

Published : Nov 22, 2019, 9:49 PM IST

ହିଞ୍ଜିଳି ନାବାଳିକା ଦୁଷ୍କର୍ମ ମାମଲାରେ ସରକାରଙ୍କ ଉପରେ ଜୋରଦାର ବର୍ଷିଛି ବିଜେପି ମହିଳା ମୋର୍ଚ୍ଚା । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ 5-T ସମ୍ପୂର୍ଣ୍ଣ ଭାବରେ ଫେଲ। ଏଥିରୁ ସାରା ରାଜ୍ୟର ସ୍ଥିତି ସହଜରେ ଅନୁମେୟ ।

ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ

ଭୁବନେଶ୍ବର: ହିଞ୍ଜିଳି ନାବାଳିକା ଦୁଷ୍କର୍ମ ମାମଲାରେ ସରକାରଙ୍କ ଉପରେ ଜୋରଦାର ବର୍ଷିଛି ବିଜେପି ମହିଳା ମୋର୍ଚ୍ଚା । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ 5-T ସମ୍ପୂର୍ଣ୍ଣ ଭାବରେ ଫେଲ। ଏଥିରୁ ସାରା ରାଜ୍ୟର ସ୍ଥିତି ସହଜରେ ଅନୁମେୟ । ମହିଳାଙ୍କ ପ୍ରତି ରାଜ୍ୟ ସରକାର ସମ୍ବେଦନଶୀଳ ହୁଅନ୍ତୁ ଓ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ଉଦାହରଣ ସୃଷ୍ଟି କରନ୍ତୁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଗର୍ଜିଛି ବିଜେପି ମହିଳା ମୋର୍ଚ୍ଚା ।

ଏହାଛଡା ଯଦି ଜନ ପ୍ରତିନିଧି ଓ ପୋଲିସ ତଦନ୍ତରେ ଅବହେଳା କରୁଛନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସମ୍ମିଳନୀରେ ପିଙ୍କି ପ୍ରଧାନ କହିଛନ୍ତି। ଦୀର୍ଘ 5 ଦିନ ଧରି ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲେ ମଧ୍ୟ ଏନେଇ ସ୍ଥାନୀୟ ପୋଲିସ ଚୁପ ବସିଛି। ଏପରିକି ପୀଡିତାଙ୍କ ମା’ଙ୍କ ଉପରେ ଚୁପ ରହିବାକୁ ଚାପ ପ୍ରୟୋଗ କରାଯାଉଛି।

ଏନେଇ ପିଙ୍କି ପ୍ରଧାନ ଅଭିଯୋଗ କରିଛନ୍ତି ଯେ, ଦୁଷ୍କର୍ମ ପଛରେ ମୁଖ୍ୟ ଅଭିଯୁକ୍ତ ଶାସକ ଦଳ ସହ ସମ୍ପର୍କିତ ଥିବା କାରଣରୁ ଗାଁର ଲୋକମାନେ ମୁହଁ ଖୋଲିବାକୁ ଡରୁଛନ୍ତି। ତେଣୁ ଏସପିଙ୍କ ନେତୃତ୍ଵରେ ଟିମ ଗଠନ କରାଯାଇ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା। ଏଥିସହ ଏସମ୍ପର୍କରେ ଗୃହ ବିଭାଗର ମନ୍ତ୍ରୀ ଉତ୍ତର ରଖନ୍ତୁ ଓ ପୀଡିତ ପରିବାରକୁ ସାମାଜିକ, ଆର୍ଥିକ ସହାୟତା ଦିଅନ୍ତୁ ବୋଲି ପିଙ୍କି ପ୍ରଧାନ ଦାବି କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ହିଞ୍ଜିଳି ନାବାଳିକା ଦୁଷ୍କର୍ମ ମାମଲରେ ସରକାରଙ୍କ ଉପରେ ଜୋରଦାର ବର୍ଷିଛି ବିଜେପି ମହିଳା ମୋର୍ଚ୍ଚା। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ୫ଟି ସମ୍ପୂର୍ଣ୍ଣ ଭାବରେ ଫେଲ। ଏଥିରୁ ସାରା ରାଜ୍ୟର ସ୍ଥିତି ସହଜରେ ଅନୁମେୟ। ତେଣୁ ମହିଳାଙ୍କ ପ୍ରତି ରାଜ୍ୟ ସରକାର ସମ୍ବେଦନଶୀଳ ହୁଅନ୍ତୁ ଓ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ଉଦାହରଣ ସୃଷ୍ଟି କରନ୍ତୁ। Body:ଏତଦ୍ ବ୍ୟତୀତ ଯଦି ଜନ ପ୍ରତିନିଧି ଓ ପୋଲିସ ତଦନ୍ତରେ ଅବହେଳା କରୁଛନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ପିଙ୍କି ପ୍ରଧାନ କହିଛନ୍ତି।
ଦୀର୍ଘ ୫ଦିନ ଧରି ଜଣେ ନାବାଳିକା ବଳାତ୍କାରର ଶିକାର ହୋଇଥିଲେ ମଧ୍ୟ ଏନେଇ ସ୍ଥାନୀୟ ପୋଲିସ ଚୁପ୍ ରହିଛି। ଏପରିକି ପୀଡିତାଙ୍କ ମାଙ୍କ ଉପରେ ଚୁପ୍ ରହିବାକୁ ଚାପ ପ୍ରୟୋଗ କରାଯାଉଛି।
ପିଙ୍କି ପ୍ରଧାନ ଅଭିଯୋଗ କରିଛନ୍ତି ଯେ, ବଳାତ୍କାର ଅଭିଯୁକ୍ତ ଶାସକ ଦଳ ସହ ସମ୍ପର୍କିତ ଥିବା କାରଣରୁ ଗାଁର ଲୋକମାନେ ମୁହଁ ଖୋଲିବାକୁ ଡରୁଛନ୍ତି। Conclusion:ତେଣୁ ଏସପିଙ୍କ ନେତୃତ୍ଵରେ ଟିମ ଗଠନ କରାଯାଇ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କଲା ବିଜେପି ମହିଳା ମୋର୍ଚ୍ଚା। ତତସହିତ ଏନେଇ ଗୃହ ବିଭାଗର ମନ୍ତ୍ରୀ ଉତ୍ତର ରଖନ୍ତୁ ଓ ପୀଡିତ ପରିବାରକୁ ସାମାଜିକ, ଆର୍ଥିକ ସହାୟତା ଦିଅନ୍ତୁ ବୋଲି ପିଙ୍କି ପ୍ରଧାନ ଦାବି କରିଛନ୍ତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.