ଭୁବନେଶ୍ବର:ରାଜ୍ୟରେ କୋରୋନା ସଂକ୍ରମଣ କମୁଥିବା ବେଳେ କୋରୋନା ମୃତ୍ୟୁ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ଦିନକରେ 5 ଜଣଙ୍କ ଯାଇଛି ଜୀବନ । ଏନେଇ ସ୍ବାସ୍ଥ୍ୟ ଓ ପରବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ କୋରୋନା ଜନିତ ମୃତ୍ୟୁସଂଖ୍ୟା 1794ରେ ପହଞ୍ଚିଛି ।
ତେବେ ମୃତ୍ୟୁବରଣ କରିଥିବା 5 ଜଣଙ୍କ ମଧ୍ୟରେ ବଲାଙ୍ଗୀରରୁ ଜଣେ 70 ବର୍ଷର ମହିଳା, ଖୋର୍ଦ୍ଧାରେ 53 ବର୍ଷର ପୁରୁଷ, କେନ୍ଦୁଝରରେ 70 ବର୍ଷର ପୁରୁଷ, ମୟୂରଭଞ୍ଜରେ 70 ବର୍ଷର ମହିଳା, ସୁନ୍ଦରଗଡରେ 66 ବର୍ଷର ପୁରୁଷ ରହିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ