ETV Bharat / city

ରାଜ୍ୟ GST ବିଭାଗକୁ ବଡ଼ ସଫଳତା, 5 ବ୍ୟବସାୟୀ ଗିରଫ

1727 କୋଟି ଟଙ୍କାର ଫେକ୍‌ ଇନଭଏସ ଜରିଆରେ 311 କୋଟି ଟଙ୍କାର GST ଠକେଇ ଅଭିଯୋଗରେ 5 ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି ରାଜ୍ୟ ଜିଏସଟି ବିଭାଗ । 23 ଜାଲି ସଂସ୍ଥା ଓ 3ଟି କମ୍ପାନୀ ଜରିଆରେ ଏହି ବିରାଟ ଠକେଇ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ

ରାଜ୍ୟ GST ବିଭାଗକୁ ବଡ଼ ସଫଳତା, 5 ବ୍ୟବସାୟୀ ଗିରଫ
ରାଜ୍ୟ GST ବିଭାଗକୁ ବଡ଼ ସଫଳତା, 5 ବ୍ୟବସାୟୀ ଗିରଫ
author img

By

Published : Jul 6, 2022, 10:31 PM IST

କଟକ: ଏକ ବଡ଼ ଠକେଇର ପର୍ଦ୍ଦାଫାଶ କରିଛି ରାଜ୍ୟ ଜିଏସଟି ବିଭାଗ । 1727 କୋଟି ଟଙ୍କାର ଫେକ୍‌ ଇନଭଏସ ଜରିଆରେ 311 କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗରେ 5 ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି ରାଜ୍ୟ ଜିଏସଟି ବିଭାଗ । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ 4 ଜଣ ବ୍ୟବସାୟୀ ରାଉରକେଲା ହୋଇଥିବା ବେଳେ ଜଣେ ସୁନ୍ଦରଗଡ଼ ଅଞ୍ଚଳର । ଗିରଫ ଅଭିଯୁକ୍ତ ମାନେ ହେଲେ ଧନବାନ ସ, ରାମଭରୋସେ ସ, ମନୋଜ ପାଣ୍ଡେ, ନିକୁ ସିଂ ଓ ସୁବାସ କାଣ୍ଡୁଲାନା । 23 ଜାଲି ସଂସ୍ଥା ଓ 3ଟି କମ୍ପାନୀ ଜରିଆରେ ଏହି ବିରାଟ ଠକେଇ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି । ଲୁହାପଥର ଓ କବାଡି କାରବାର କରିଥିବା ଦର୍ଶାଇ ଜାଲ କାଗଜପତ୍ର ମାଧମରେ ଏହି ଜିଏସଟି ଠକିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ରାଜ୍ୟ GST ବିଭାଗକୁ ବଡ଼ ସଫଳତା, 5 ବ୍ୟବସାୟୀ ଗିରଫ

ଠକେଇ କରିଥିବା ଏହି 5 ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚରା କରାଯିବା ପରେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । 2019/20 ବର୍ଷରେ ଏହି ରାକେଟର ସୁରାକ ମିଳିଥିଲା । ଅଭିଯୁକ୍ତ ମାନେ ନିରୀହ ଲୋକଙ୍କ ଠାରୁ ବିଭିନ୍ନ ପ୍ରମାଣପତ୍ର ସଂଗ୍ରହ କରି ସେମାନଙ୍କ ନାଁରେ ଫେକ ଫାର୍ମ ତିଆରି କରିଥିଲେ । ଶିକ୍ଷକଙ୍କ ଠାରୁ ଆରମ୍ଭ କରି ଦିନ ମଜୁରିଆଙ୍କ ପର୍ଯ୍ୟନ୍ତ ବିଭିନ୍ନ ଲୋକଙ୍କର ପ୍ରମାଣପତ୍ର ସଂଗ୍ରହ କରି ସେମାନଙ୍କୁ ଗୋଟିଏ ଗୋଟିଏ ଫାର୍ମର ମାଲିକ ଦର୍ଶାଇ କୋଟି କୋଟି ଟଙ୍କାର ଜିଏସଟି ଠକେଇ କରିଥିବା ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଆଜିପର୍ଯ୍ୟନ୍ତ 9196 ଟଙ୍କାର GST ଠକେଇ ଅଭିଯୋଗରେ ମୋଟ 28 ଜଣ ଲୋକଙ୍କୁ ଗିରଫ କରାଯାଇଛି ବୋଲି କହିଛନ୍ତି ଜିଏସଟି କମିଶନର ସୁଶୀଲ କୁମାର ଲୋହାନୀ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.