ETV Bharat / city

ଆଜିଠୁ 45ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ କୋରୋନା ଟିକା - 45ବର୍ଷଙ୍କୁ କୋରୋନା ଟିକା

ଆଜିଠାରୁ 45 ବର୍ଷ ଅଧିକ ବୟସ୍କଙ୍କୁ ଦେଶ ସମେତ ରାଜ୍ୟରେ ଟିକା ଦିଆଯିବ । ଅଧିକ ପଢନ୍ତୁ...

ଆଜିଠୁ 45ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ କୋରୋନା ଟିକା

author img

By

Published : Apr 1, 2021, 9:48 AM IST

Updated : Apr 1, 2021, 1:57 PM IST

ଭୁବନେଶ୍ବର: ଆଜି(ଗୁରୁବାର)ଠାରୁ ଦେଶରେ ଦୈନିକ ୨ ଲକ୍ଷ ଟୀକାକରଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ 45 ବର୍ଷରୁ ଅଧିକ ବୟସ୍କଙ୍କ ଟୀକାକରଣ ଆଜିଠୁ ଆରମ୍ଭ ହେବାକୁ ଯାଉଛି । ତେବେ ରାଜ୍ୟର ଜିଲ୍ଲାଗୁଡିକରେ ଅଧିକ ଟୀକାକରଣ ବୃଦ୍ଧି କରିବା ପାଇଁ ଜିଲ୍ଲାପାଳଙ୍କୁ କୁହାଯାଇଛି ।

ଆଜିଠୁ 45ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ କୋରୋନା ଟିକା

ଏହି ନିର୍ଦ୍ଦିଷ୍ଟ ବର୍ଷର ବୟସ୍କ ବ୍ୟକ୍ତିଙ୍କ ଟୀକାକରଣ ପାଇଁ ପ୍ରେସ୍କିପସନର ଆବଶ୍ୟକତା ପଡୁନାହିଁ । ବର୍ତ୍ତମାନ ସୁଦ୍ଧା ୪୦ ଲକ୍ଷ କୋଭିସିଲ୍ଡ ଏବଂ କୋଭକ୍ସିନ ଟିକା ରାଜ୍ୟରେ ପହଞ୍ଚି ସାରିଛି । ତେବେ ରାଜ୍ୟରେ ୨୩ ଲକ୍ଷ ଡୋଜ ଟିକା ଦିଆସରିଛି । ଏପ୍ରିଲ ୧ ତାରିଖରୁ ଦୈନିକ ୨ ଲକ୍ଷ ଟିକାକରଣ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଟୀକାକରଣରେ ଅନୁଗୋଳ, ବରଗଡ଼, ସୁନ୍ଦରଗଡ, କଳାହାଣ୍ଡି, ବଲାଙ୍ଗୀର, ମୟୂରଭଞ୍ଜ, ସୋନପୁର, ନବରଙ୍ଗପୁର, ନୂଆପଡା ପଛରେ ରହିଛନ୍ତି। ବୈଠକରେ ଅଧିକ ଟୀକାକରଣ ନେଇ ଆଲୋଚନା ହୋଇଥିବା ବେଳେ ଗ୍ରାମାଞ୍ଚଳରେ ଲୋକଙ୍କୁ ବୁଝାଇ ସୁଝାଇ ଟିକା ଦେବାକୁ ପଡୁଛି । ଏହାସହିତ ଜିଲ୍ଲାପାଳଙ୍କୁ ମଧ୍ୟ ଅଧିକ ଟୀକାକରଣ ଦେବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Apr 1, 2021, 1:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.