ଭୁବନେଶ୍ବର: ଖୁବଶୀଘ୍ର ରାଜ୍ୟରେ ଖୋଲିବ 45ଟି ନୂଆ କୋର୍ଟ । ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦେବା ପାଇଁ ରାଜ୍ୟସରକାରଙ୍କ ବଡ ପଦକ୍ଷେପ । ଯୁଦ୍ଧକାଳୀନ ଭିତ୍ତିରେ ଖୋଲିବ 45ଟି ନୂଆ କୋର୍ଟ ।
ସେଥିରୁ କେବଳ ମହିଳା ଦୁଷ୍କର୍ମ ଓ ଅତ୍ୟାଚାର ପାଇଁ କାମ କରିବ ୨୧ଟି କୋର୍ଟ । ପ୍ରତିଷ୍ଠା ହୋଇସାରିଥିବା ଆଉ ୨୪ଟି ପୋକ୍ସୋ କୋର୍ଟ ନାବାଳିକାଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିବ । ମହିଳା ବିରୋଧୀ ଅତ୍ୟାଚାର ଓ ଅନ୍ୟାୟ,ଦୁଷ୍କର୍ମ ମାମଲାର ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟ ସରକାର ଫାଷ୍ଟଟ୍ରାକ କୋର୍ଟ ଖୋଲିବାକୁ ଏହି ନିଷ୍ପତ୍ତି ନେଇଛନ୍ତି । ଅନ୍ୟପଟେ ବର୍ତ୍ତମାନ ହାଇକୋର୍ଟରେ 14ଟି ବିଚାରପତି ପଦବୀ ଖାଲି ପଡିଛି । ତେବେ ରାଜ୍ୟରେ ଦିନକୁ ଦିନ ଦୁଷ୍କର୍ମ ମାମଲା ବଢି ଚାଲିଥିବାବେଳେ ତ୍ବରିତ ନ୍ୟାୟ ପ୍ରଦାନ ପାଇଁ ସରକାର ଫାଷ୍ଟଟ୍ରାକ କୋର୍ଟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ