ETV Bharat / city

STATE CORONA DEATH: ପୁଣି 45 ମୁଣ୍ଡ ନେଲା କୋରୋନା - ମୃତ୍ୟୁରେ ଲାଗୁନୁ ବ୍ରେକ୍

ମୃତ୍ୟୁରେ ଲାଗୁନି ବ୍ରେକ୍ । ଗତ 24 ଘଣ୍ଟା ମଧ୍ୟରେ ୩୦୮୭ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୪୦୬୩କୁ ବୃଦ୍ଧି । ଅଧିକ ପଢନ୍ତୁ...

STATE CORONA DEATH: 24 ଘଣ୍ଟାରେ 45 ମୁଣ୍ଡ ନେଲା କୋରୋନା

author img

By

Published : Jul 1, 2021, 9:11 AM IST

ଭୁବନେଶ୍ବର: ରାଜ୍ୟରେ ଗତ କିଛି ଦିନ ଧରି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ବୃଦ୍ଧି ଲାଗି ରହିଥିବା ବେଳେ ଏପଟେ ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା । ଗତ 24 ଘଣ୍ଟା ମଧ୍ୟରେ ୩୦୮୭ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନାଜନିତ ମୃତ୍ୟୁ ସଂଖ୍ୟା ୪୦୬୩କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 9 ଜଣ ରହିଥିବା ବେଳେ ନୟାଗଡ ଓ ପୁରୀରୁ ୫ ଲେଖାଏଁ ରହିଛନ୍ତି । ସେହିପରି ଗଞ୍ଜାମ ଓ କେନ୍ଦୁଝରରୁ ୪ ଜଣ ଲେଖାଏଁ, ବରଗଡ ଓ ସୁନ୍ଦରଗଡରୁ ୩ ଲେଖାଏଁ, ଅନୁଗୋଳ, କଟକ, ସମ୍ବଲପୁରରୁ ୨ ଜଣ ଲେଖାଏଁ ରହିଛନ୍ତି । ଏହାସହ ବାଲେଶ୍ବର, ଢେଙ୍କାନାଳ, ଯାଜପୁର, ଝାରସୁଗୁଡା, ମୟୂରଭଞ୍ଜ, ନବରଙ୍ଗପୁରରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ 9 ଲକ୍ଷ 12 ହଜାର 887 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ 31 ହଜାର 231ଟି ସକ୍ରିୟ ମାମଲା ରହିଥିବା ବେଳେ 8 ଲକ୍ଷ 77 ହଜାର 540ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ 1 କୋଟି 38 ଲକ୍ଷ 33 ହଜାର 870 ସାମ୍ପୁଲ ଟେଷ୍ଟ୍ ହୋଇସାରିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.