ETV Bharat / city

4 ଆରପିଏଫ୍ ଅଧିକାରୀଙ୍କୁ ରେଳବାଇ ସୁରକ୍ଷାବଳ ମହାନିର୍ଦେଶକଙ୍କ ପଦକ ସମ୍ମାନ

ନିଜ କାର୍ଯ୍ୟ ପ୍ରତି କର୍ତ୍ତବ୍ୟ ନିଷ୍ଠା ମନୋଭାବ ଓ ସମସ୍ତ ଦାୟିତ୍ବକୁ ସୂଚାର ରୂପେ ତୁଲାଇଥିବାରୁ 4 ଆରପିଏଫ୍ ଅଧିକାରୀଙ୍କୁ ରେଳବାଇ ସୁରକ୍ଷାବଳ ମହାନିର୍ଦ୍ଦେଶକଙ୍କ ପଦକ ସମ୍ମାନରେ ସମ୍ମାନିତ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Jun 16, 2021, 8:39 PM IST

4 ଆରପିଏଫ୍ ଅଧିକାରୀଙ୍କୁ ରେଳବାଇ ସୁରକ୍ଷାବଳ ମହାନିର୍ଦେଶକଙ୍କ ପଦକ ସମ୍ମାନ
4 ଆରପିଏଫ୍ ଅଧିକାରୀଙ୍କୁ ରେଳବାଇ ସୁରକ୍ଷାବଳ ମହାନିର୍ଦେଶକଙ୍କ ପଦକ ସମ୍ମାନ

ଭୁବନେଶ୍ବର: ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ସୁରକ୍ଷା ଆୟୁକ୍ତ ଏମ.ସମ୍ବାସିବା ରାଓଙ୍କ ସମେତ ପୂର୍ବତଟ ରେଳପଥର ଚାରିଜଣ ଅଧିକାରୀଙ୍କୁ ଆରପିଏଫ ମହାନିର୍ଦ୍ଦେଶକ ପଦକ ସମ୍ମାନରେ ସମ୍ମାନିତ କରାଯାଇଛି । ସେମାନେ ହେଲେ ଇନ୍ସପେକ୍ଟର ଶାମଲାଲ ସହଦେବନ ଓ ଅନିଲ କୁମାର ସିଂହ ଏବଂ ସବ୍ ଇନ୍ସପେକ୍ଟର ପ୍ରମୋଦ କୁମାର ପାଣି ।

କାର୍ଯ୍ୟ ଓ ଅନୁସନ୍ଧାନ କ୍ଷେତ୍ରରେ ରଣନୀତିକ ଯୋଜନା ଏବଂ ଆନ୍ତରିକ ଉଦ୍ୟମ ସହିତ ତଦାରଖ କାର୍ଯ୍ୟଗୁଡିକ ଉପରେ ନଜର ରଖିବା ଲାଗି ଏମ.ସମ୍ବାସିବା ରାଓଙ୍କୁ ସମ୍ମାନିତ କରାଯାଇଛି । ଏହା ସହ ବିଚାରାଧୀନ କେସ ଗୁଡିକର ବିଚାରକରିବା ଏବଂ ଏହାର ସଂଖ୍ୟା ହ୍ରାସ, କ୍ରାଉଡ ମ୍ୟାନେଜମେଣ୍ଟ ଏବଂ ବେଆଇନ ଟ୍ରେନ ଯାତ୍ରା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ବ୍ୟାରେକ ଗୁଡିକର ଉନ୍ନତିକରଣ କରିବା ଦିଗରେ ପଦକ୍ଷେପ ସେ ନେଇଛନ୍ତି । ଯାହା ଫଳରେ ମେଳା ଓ ଧାର୍ମିକ ଅନୁଷ୍ଠାନ ପାଳନ ସମୟରେ ଟ୍ରେନ ଓ ଷ୍ଟେସନ ମାନଙ୍କରେ ଯାତ୍ରୀ ପରିଚାଳନ ସଠିକ ଭାବେ ହୋଇପାରିଛି । ତେଣୁ ଏହି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଆରପିଏଫ୍ ମହାନିର୍ଦେଶକ ପଦକ ସମ୍ମାନରେ ସମ୍ମାନିତ କରାଯାଇଛି ।

ନିଜର ଦାୟିତ୍ବ ତୁଲାଇବା ସମୟରେ ଅତିରିକ୍ତ ସାଧାରଣ ବୃତ୍ତିଗତ ଦକ୍ଷତା ପାଇଁ ବିଶେଷ ଧ୍ୟାନ ଦେଇଥାନ୍ତି ଇନ୍ସପେକ୍ଟର ଶାମଲାଲ ସହଦେବନ । କାର୍ଯ୍ୟକ୍ଷମତା ଏବଂ ଆଭ୍ୟନ୍ତରୀଣ ସଚେତନତା ପ୍ରଣାଳୀକୁ ସୁଦୃଢ଼ ଓ ଅନୁକୂଳ ପରିସ୍ଥିତିକୁ ଆଣିବାପାଇଁ ନିରନ୍ତର ଏବଂ ଉତ୍ସର୍ଗୀକୃତ ସେବା ପ୍ରଦାନ କରିବା ଲାଗି ସେ ପ୍ରୟାସ ଜାରି ରଖି ଆସୁଛନ୍ତି । ଇ-ଟିକେଟ୍ କଳାବଜାରୀ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ, ବେଆଇନ ଗଞ୍ଜେଇ ଚାଲାଣ ରୋକ, ଯାତ୍ରୀଙ୍କ ଲଗେଜ ଉଦ୍ଧାର କରିବା ଏବଂ ନକଲି ନିଯୁକ୍ତି ରାକେଟ୍ ଧରିବା ସହିତ ଶିଶୁ ଚାଲାଣକାରୀଙ୍କୁ ଗିରଫ କରିବା ଓ ଶିଶୁ ଉଦ୍ଧାର କରିବା ଭଳି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଇନ୍ସପେକ୍ଟର ଅନିଲ କୁମାର ସିଂହ ସମ୍ମାନିତ କରାଯାଇଛି । ଏହା ସହିତ ସେ ବାତ୍ୟା ଫନି ଦ୍ବାରା ପ୍ରଭାବିତ ହୋଇଥିବା ପୁରୀ ରେଳ ଷ୍ଟେସନ ପୁନରୁଦ୍ଧାରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଜଣେ ଆତ୍ମ ପ୍ରମାଣିତ, ପରିପକ୍ଵ ଅଧିକାରୀ ଭାବେ କାର୍ଯ୍ୟକ୍ଷେତ୍ରରେ ଅଖଣ୍ଡତା ବଜାୟ ରଖିବା ଏବଂ ଆଭ୍ୟନ୍ତରୀଣ ତଥା ବାହ୍ୟ ସୁରକ୍ଷା ସଂସ୍ଥା ସହିତ ସମନ୍ବୟ ରକ୍ଷା କରିବା ସହିତ ଏବଂ ରେଳବାଇ ସୁରକ୍ଷାବଳ ନିଯୁକ୍ତି କ୍ଷେତ୍ରରେ ନିରନ୍ତର ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟଧାରା ବଜାୟ ରଖିବା ଲାଗି ସବଇନ୍ସପେକ୍ଟର ପ୍ରମୋଦ କୁମାର ପାଣି ସମ୍ମାନ ପ୍ରଦାନ କରାଯାଇଛି । ତାଙ୍କର ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ପରିଚାଳନା ସହିତ ଉତ୍କୃଷ୍ଟ ସମ୍ପର୍କ ବଜାୟ ରଖିବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି ।

ରେଲୱେ ବୋର୍ଡର ଡିଜି/ଆରପିଏଫ୍ ପକ୍ଷରୁ ଡିଜି ଇନସିଗନିଆ (ଆରପିଏଫ୍ ମହାନିର୍ଦେଶକ ପଦକ ସମ୍ମାନ) ସର୍ବାଧିକ ପୁରସ୍କାର ଅଟେ । ସାଧାରଣତଃ ଏହା ଜଣେ ଅଧିକାରୀଙ୍କ ଚାକିରୀ ସମୟ ମଧ୍ୟରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଥରେ ମାତ୍ର ପୁରସ୍କୃତ କରାଯାଇଥାଏ । ଏହି ପୁରସ୍କାର ଗ୍ରହଣ କରିଥିବା କର୍ମଚାରୀ ଓ ଅଧିକାରୀ ପରବର୍ତ୍ତୀ ସମୟରେ ଆହୁରି ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ ମଧ୍ୟ ତାଙ୍କୁ ଏହି ପଦକ ପୁଣି ଥରେ ଦିଆଯାଇନଥାଏ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.