ଭୁବନେଶ୍ବର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ 20 ଲକ୍ଷ ଟଙ୍କାର ସୁନା ବିସ୍କୁଟ ଜବତ । ଦୀର୍ଘଦିନ ପରେ ଭୁବନେଶ୍ବର ବିମାନବନ୍ଦରରୁ 4 ଟି ସୁନା ବିସ୍କୁଟ ଜବତ କରିଛି ଏୟାରପୋର୍ଟ ପୋଲିସ । ସନ୍ଦିଗ୍ଧ ଯୁବକ ଜଣକୁ ପୋଲିସ ଅଟକ ରଖିଥିବା ଜଣାପଡିଛି ।
![20 ଲକ୍ଷର ସୁନା ବିସ୍କୁଟ ଜବତ](https://etvbharatimages.akamaized.net/etvbharat/prod-images/od-bbsr-09-airport-goldsizes-7206049_27112020195754_2711f_1606487274_720.jpg)
ଚେନ୍ନାଇ ଯାତ୍ରା କରୁଥିବା ଏହି ଯୁବକ ଜଣଙ୍କ ନିଜ ଦେହରେ ସୁନା ଲୁଚାଇ ଆଣୁଥିବାବେଳେ ଚେକିଂ ସମୟରେ ପୋଲିସ ହାତରେ ଧରାପଡିଛି। ଏନେଇ ପୋଲିସ ପଚରାଉଚରା କରିବା ପରେ ଯୁବକ ଜଣକ ନିଜ ଦେହରେ ସୁନା ବିସ୍କୁଟ ଲୁଚାଇ ନେଉଥିବା ପୋଲିସ ଆଗରେ ସ୍ବୀକାର କରିଥିବା ଜଣାପଡିଛି ।
ଏହାର ଆନୁମାନିକ ଓଜନ 400 ଗ୍ରାମ ପାଖାପାଖି ହେବ ବୋଲି ଅନୁମାନ କରାଯାଉ ଥିବାବେଳେ ଏହାର ମୂଲ୍ୟ 20 ଲକ୍ଷ ହେବ ବୋଲି ଆକଳନ କରାଯାଉଛି । ତାଙ୍କୁ କଷ୍ଟମ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି । ଉକ୍ତ ଯୁବକ ଜଣଙ୍କ ଫ୍ଲାଇଟ ନମ୍ବର 6 E-209 ଯୋଗେଁ ଚେନ୍ନାଇ ଯାଉଥିବା ଜଣାପଡିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ