ଭୁବନେଶ୍ବର: ସମଗ୍ର ଦେଶରେ କୋରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବାବେଳେ, ରାଜ୍ୟରେ ମଧ୍ୟ ଧିରେ ଧିରେ ସୁଧୁରୁଛି କୋରୋନା ସ୍ଥିତି । ଏପଟେ କୋରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ସେହି ଅନୁପାତରେ କମିବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ 4 ଜଣଙ୍କ ମୃତ୍ୟୁ ହେବା ସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1857ରେ ପହଞ୍ଚିଛି ।
ମୃତ୍ୟୁ ହୋଇଥିବା 4 ଜଣଙ୍କ ମଧ୍ୟରେ ବାଲେଶ୍ବରରେ 58 ବର୍ଷର ମହିଳା, ଭୁବନେଶ୍ବରରେ 55 ବର୍ଷର ମହିଳା, ମୟୂରଭଞ୍ଜର 57 ବର୍ଷର ପୁରୁଷ ଓ ସୁନ୍ଦରଗଡ଼ରେ 71 ବର୍ଷର ମହିଳାଙ୍କର ମୃତ୍ୟୁ ଘଟିଛି । ଦିନକୁ ଦିନ ରାଜ୍ୟରେ କୋରୋନା ସଂକ୍ରମଣ କମୁଥିବା ବେଳେ କିଛି ଦିନ ହେବ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗିଛି । ତେବେ ଏବେ ସୁଦ୍ଧା ରାଜ୍ୟରେ 1857 ଜଣଙ୍କର କୋରୋନା ଜନିତ ମୃତ୍ୟୁ ଘଟିଲାଣି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ