ଭୁବନେଶ୍ବର: ରାଜ୍ୟକୁ ମିଳିଲା ଆଶ୍ବସ୍ତି ଖବର । ରାଜ୍ୟରେ କାରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ବୁଧବାର ପୁଣି 36 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟର ମୋଟ 343 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମର 23 ଜଣ, ଯାଜପୁରର 5 ଜଣ, ମୟୂରଭଞ୍ଜରେ 3 ଜଣ, ପୁରୀ ଓ ଭଦ୍ରକ ରେ 2 ଜଣ ଏବଂ ରାଉରକେଲାର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ଏପଟେ ବୁଧବାର ରାଜ୍ୟରେ 74 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ରାଜ୍ୟର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1052ରେ ପହଞ୍ଚିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ