ETV Bharat / city

ପୁଣି ରାଜ୍ୟରୁ କୋରୋନା ନେଲା 35 ଜୀବନ

ପୁଣି ରାଜ୍ୟରେ କୋରୋନା କବଳରେ ଆଖି ବୁଜିଲେ 35 କୋରୋନା ଆକ୍ରାନ୍ତ । ଏମାନଙ୍କୁ ମଧ୍ୟରୁ ଜଣେ 20 ଏବଂ 28 ବର୍ଷିୟ ଯୁବକ ଥିବା ସୂଚନା । ଅଧିକ ପଢନ୍ତୁ...

author img

By

Published : May 26, 2021, 1:07 PM IST

ପୁଣି ରାଜ୍ୟରୁ କୋରୋନା ନେଲା 35 ଜୀବନ
ପୁଣି ରାଜ୍ୟରୁ କୋରୋନା ନେଲା 35 ଜୀବନ

ଭୁବନେଶ୍ବର: ରାଜ୍ୟ ତଥା ଦେଶରେ କାୟା ମେଲାଇ ଚାଲିଛି କୋରୋନା । ଦିନକୁ ଦିନ ସଂକ୍ରମଣ ସହ ତାଳଦେଇ ବୃଦ୍ଧି ପାଉଛି ମୃତ୍ୟୁସଂଖ୍ୟା । ପୁଣି ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରୁ 35 କୋରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ।

ଏମାନଙ୍କ ମଧ୍ୟରୁ ଅନୁଗୋଳରୁ 91, 80, 58, 57, 37 ବର୍ଷିୟ ପୁରୁଷ ଏବଂ 57 ବର୍ଷିୟ ମହିଳା ଅଛନ୍ତି । 91 ବର୍ଷିୟ ପୁରୁଷଙ୍କ ମଧୁମେୟ ସହ ଉଚ୍ଚ ରକ୍ତଚାପ ସମସ୍ୟା ଥିଲା । ସେହିପରି ଭୁବନେଶ୍ବରର 71 ବର୍ଷିୟ ପୁରୁଷଙ୍କ ଶରୀରରେ ମଧୁମେୟ ଥିଲା । ତେବେ ମୋଟ 35 ମୃତକଙ୍କ ମଧ୍ୟରୁ ଭୁବନେଶ୍ବରରୁ 60 ବର୍ଷିୟ ପୁରୁଷ, 45 ବର୍ଷିୟ ମହିଳା, 42 ବର୍ଷିୟ ପୁରୁଷ, ଭଦ୍ରକରୁ 47 ବର୍ଷିୟ ପୁରୁଷ, ବୌଦ୍ଧରୁ 68 ବର୍ଷିୟ ପୁରୁଷ, କଟକର 20 ବର୍ଷିୟ ଯୁବକ, ଗଞ୍ଜାମରୁ 65 ବର୍ଷିୟ ମହିଳା, ଜଗତସିଂହପୁରରୁ 47 ବର୍ଷିୟ ପୁରୁଷ, ଝାରସୁଗୁଡାରୁ 34 ବର୍ଷିୟ ମହିଳା, 56 ବର୍ଷିୟ ପୁରୁଷ, କଳାହାଣ୍ଡିରୁ 51, 48 ବର୍ଷିୟ ପୁରୁଷ, କେନ୍ଦ୍ରାପଡାରୁ 88, 60, 55 ବର୍ଷିୟ ମହିଳା, କେନ୍ଦୁଝରରୁ 77 ବର୍ଷିୟ ପୁରୁଷ, ଖୋର୍ଦ୍ଧାରୁ 28 ବର୍ଷିୟ ପୁରୁଷ, କୋରାପୁଟରୁ 36, 45 ବର୍ଷିୟ ପୁରୁଷ, ନବରଙ୍ଗପୁରରୁ 67, 38 ବର୍ଷିୟ ପୁରୁଷ 45, 25 ବର୍ଷିୟ ମହିଳାଙ୍କ ମୃତ୍ୟୁ ଘଟିଛି ।

ସେହିପରି ନୟାଗଡରୁ 73 ବର୍ଷିୟ ମହିଳା, ରାୟଗଡାରୁ 42 ବର୍ଷିୟ ମହିଳା, ସୁନ୍ଦରଗଡରୁ 61, 65, 48 ବର୍ଷୀୟ ପୁରୁଷ ଏବଂ 65 ବର୍ଷୀୟ ମହିଳା ଅଛନ୍ତି । ତେବେ ନୂଆ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ 2084 ଙ୍କ ମୃତ୍ୟୁ ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.