ଭୁବନେଶ୍ବର: ମଙ୍ଗଳବାର ରାଜ୍ୟର ସୁସ୍ଥ ହାରରେ ପୁଣି ସୁଧାର ଆସିଛି । ମଙ୍ଗଳବାର ଗୋଟିଏ ଦିନରେ ରାଜ୍ୟରେ 3484 ଜଣ ଆରୋଗ୍ୟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 80 ହଜାର ପାର କରିଛି ।
ରାଜ୍ୟର 30 ଜିଲ୍ଲାରେ 3484 ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ 890 ଜଣ ସୁସ୍ଥ ହୋଇଥିବା ବେଳେ ଯାଜପୁରରେ 314, ରାୟଗଡାରେ 302, ଗଞ୍ଜାମରେ 253, କେନ୍ଦ୍ରାପଡାରେ 162, କଟକରେ 143, ମୟୂରଭଞ୍ଜରେ 131, କୋରାପୁଟରେ 130, ନୟାଗଡରେ 126, ବାଲେଶ୍ୱରରେ 105, ମାଲକାନଗିରିରେ 87, ସୁନ୍ଦରଗଡରେ 86, ସମ୍ବଲପୁରରେ 84, ପୁରୀରେ 82, ଭଦ୍ରକରେ 63, ଜଗତସିଂହପୁରରେ 62, ଝାରସୁଗୁଡ଼ାରେ 59, ବରଗଡରେ 57, ବଲାଙ୍ଗୀରରେ 54, କନ୍ଧମାଳରେ 52, ଅନୁଗୁଳରେ 51, କେନ୍ଦୁଝରରେ 46, ସୋନପୁରରେ 35, ନବରଙ୍ଗପୁରରେ 25, ଢେଙ୍କାନାଳ ଓ ଗଜପତିରେ 23 ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ କଳାହାଣ୍ଡିରେ 16, ବୌଦ୍ଧରେ 12, ଦେଓଗଡରେ 7 ଓ ନୂଆପଡାରେ 4 ଜଣ ସୁସ୍ଥ ହୋଇଛନ୍ତି ।
ତେବେ ମଙ୍ଗଲବାରର ସୁସ୍ଥ ହାରକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 80 ହଜାର 770ରେ ପହଞ୍ଚିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ