ETV Bharat / city

ଓଡିଶାକୁ ମିଳିଛି 34 ଲକ୍ଷରୁ ଅଧିକ ଭ୍ୟାକସିନ, ଏବେ ବି ମହଜୁଦ 11 ଲକ୍ଷ

ଟୀକା ଯୋଗାଣରେ ଓଡିଶା ବାଛବିଚାର ଅଭିଯୋଗ । ଓଡିଶାକୁ 34 ଲକ୍ଷରୁ ଅଧିକ କୋଭିଡ ଭ୍ୟାକସିନ ଯୋଗାଇ ଦିଆଯାଇଛି । ଏବେବି ରାଜ୍ୟରେ ମହଜୁଦ ରହିଛି 11 ଲକ୍ଷରୁ ଊର୍ଦ୍ଧ୍ବ ଭ୍ୟାକସିନ । ଅଧିକ ପଢନ୍ତୁ...

ଓଡିଶାକୁ ଦିଆଯାଇଛି 34 ଲକ୍ଷରୁ ଅଧିକ ଭ୍ୟାକସିନ ଡୋଜ

author img

By

Published : Mar 27, 2021, 7:59 PM IST

ଭୁବନେଶ୍ବର: ଟୀକା ଯୋଗାଣରେ ଓଡିଶାକୁ ବାଛବିଚାର ଅଭିଯୋଗ ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ACSଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି । ଆଜି ସୁଦ୍ଧା ଓଡିଶାକୁ 34 ଲକ୍ଷ 46 ହଜାର 760 ଡୋଜ କୋଭିଡ ଭ୍ୟାକସିନ ଯୋଗାଇ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 22 ଲକ୍ଷ 97 ହଜାର 431 ଡୋଜ ବ୍ୟବହାର ହୋଇଛି । ଏବେ ବି 11 ଲକ୍ଷ 49 ହଜାର 329 ଡୋଜ ରାଜ୍ୟରେ ମହଜୁଦ ରହିଛି । ଓଡିଶାରେ 21 ଲକ୍ଷ 67 ହଜାର 956 ଜଣଙ୍କ ଟୀକାକରଣ ସରିଛି ।

ଓଡିଶାକୁ ସଠିକ ସମୟରେ କୋଭିଡ ଟିକା ଦିଆଯାଉନଥିବା ଅଭିଯୋଗ ଆଣିଥିଲେ ରାଜ୍ୟ ସରକାର । ଟୀକା ଯୋଗାଣରେ କେନ୍ଦ୍ର ଅବହେଳା କରୁଥିବାରୁ ସରକାରଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏକ ଚିଠି ଜାରି କରି ଏସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏଥିସହ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ କୋଭିଡ ଯୋଗାଣ ନେଇ କେନ୍ଦ୍ର ସରକାର ନିୟମିତ ସମୀକ୍ଷା କରାଯାଉଥିବା ସେ କହିଛନ୍ତି ।

ଓଡିଶାକୁ ଯୋଗାଯାଇଛି 34 ଲକ୍ଷରୁ ଅଧିକ ଭ୍ୟାକସିନ ଡୋଜ

ଗତ 3 ଦିନ ମଧ୍ୟରେ 2 ଲକ୍ଷ 7 ହଜାର 229 ଜଣଙ୍କୁ ଟିକା ଦିଆଯାଇଛି । ଦୈନିକ 69 ହଜାର 76 ଜଣ ଟିକା ଲଗାଉଛନ୍ତି । ସେହିପରି ଆସନ୍ତାକାଲି ଆହୁରି 5 ଲକ୍ଷ 48 ହଜାର 250 ଡୋଜର ଟିକା ଯୋଗାଇ ଦିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି । ଓଡିଶାରେ ଟୀକାକରଣରେ ସୀମିତ ଭ୍ୟାକସିନ କାରଣ ହେବ ନାହିଁ । ଏନେଇ ନିରନ୍ତର ସମୀକ୍ଷା ଜାରି ରହିଥିବାବେଳେ ଆବଶ୍ୟକତା ମୁତାବକ ଯୋଗାଇ ଦିଆଯିବା ବୋଲି ସ୍ବାସ୍ଥ୍ୟ ସଚିବ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.