ETV Bharat / city

ରାଜ୍ୟରେ ଦିନକରେ 315 ନୂଆ ଆକ୍ରାନ୍ତ ଚିହ୍ନଟ, 2 ମୃତ

author img

By

Published : Dec 31, 2020, 12:54 PM IST

ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମଣ ସଂଖ୍ୟା କମୁଥିବା ବେଳେ ଗତ 24 ଘଣ୍ଟାରେ 315 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅଧିକ ପଢନ୍ତୁ..

ରାଜ୍ୟରେ କମୁଛି ସଂକ୍ରମଣ; ଦିନକରେ 315 ନୂଆ ଆକ୍ରାନ୍ତ ଚିହ୍ନଟ, 2 ମୃତ

ଭୁବନେଶ୍ବର:ରାଜ୍ୟରେ କମୁଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ 315 ନୂଆ ଆକ୍ରାନ୍ତ । ସେଥିମଧ୍ୟରୁ ହୋମ କ୍ବାରେଣ୍ଟାଇନ କେନ୍ଦ୍ରରୁ 181 ଚିହ୍ନଟ ହୋଇଥିବା ବେଳେ, 134 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଏହା ସହ ଗତ 24 ଘଣ୍ଟା ମଧ୍ୟରେ 2 ଜଣଙ୍କ ମୃତ୍ୟୁ ହୋଇ ମୋଟ ମୃତ୍ୟୁ ସଂଖ୍ୟା 1873 ରେ ପହଞ୍ଚିଛି । ତେବେ ଦୁଇ ମୃତକଙ୍କ ମଧ୍ୟରେ ଜଣେ ପୁରୀରୁ ଥିବା ବେଳେ ଆଉ ଜଣେ ଖୋର୍ଦ୍ଧାରୁ ।

ସେଥିମଧ୍ୟରୁ ଅନୁଗୋଳରୁ 20, ବାଲେଶ୍ବରରେ 15, ବରଗଡରେ 14, ଭଦ୍ରକରେ 1, ବଲାଙ୍ଗୀରରେ 40, କଟକରେ 41, ଢେଙ୍କାନାଳରେ 1, ଗଞ୍ଜାମରେ 3, ଜଗତସିଂହପୁରରେ 5, ଯାଜପୁରରେ 15, ଝାରସୁଗୁଡ଼ାରେ 7, କଳାହାଣ୍ଡିରେ 2 , କେନ୍ଦ୍ରାପଡାରେ 10, କେନ୍ଦୁଝରରେ 7, ଖୋର୍ଦ୍ଧାରେ 24, କୋରାପୁଟରେ 3, ମାଲକାନାଗିରିରେ 2, ମୟୂରଭଞ୍ଜରେ 17, ନବରଙ୍ଗପୁରରେ 3, ନୟାଗଡ଼ରୁ 4, ନୂଆପଡାରେ 26, ପୁରୀରେ 1, ରାୟଗଡାରେ 1, ସମ୍ବଲପୁରରେ 26, ସୋନପୁରରେ 2, ସୁନ୍ଦରଗଡରେ 17, ଷ୍ଟେଟ ପୋଲ 6 ରହିଛି ।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 3 ଲକ୍ଷ 29 ହାଜର 621 ଥିବା ବେଳେ ସୁସ୍ଥ ହୋଇଛନ୍ତି 3 ଲକ୍ଷ 25 ହଜାର 103 ଜଣ । ବର୍ତ୍ତମାନ 2 ହଜାର 592 ଜଣ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି । ରାଜ୍ୟରେ ମୋଟ 69 ଲକ୍ଷ 46 ହଜାର 965 ଟି ଟେଷ୍ଟ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.