ETV Bharat / city

କାୟା ମେଲୁଛି କୋରୋନା, ଦିନକରେ 3144 ପଜିଟିଭ, 4 ମୃତ

author img

By

Published : Apr 17, 2021, 9:38 AM IST

ରାଜ୍ୟରେ ହୁ ହୁ ବଢୁଛି କୋରୋନା ସଂକ୍ରମଣ ମାମଲା । ଗତ 24 ଘଣ୍ଟାରେ 3 ହଜାର 144 ଜଣ ସଂକ୍ରମିତ ହୋଇଛନ୍ତି । ଅଧିକ ପଢନ୍ତୁ...

ଆଜି ରାଜ୍ୟରୁ 3 ହଜାର 144 ନୂତନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କୋରୋନା ସ୍ଥିତି ଅଣାୟତ୍ତ । ଦୈନିକ ସଂକ୍ରମଣ 3 ହଜାରରୁ ଅଧିକ ଚିହ୍ନଟ ହେଉଛନ୍ତି । 24 ଘଣ୍ଟା ମଧ୍ୟରେ 3 ହଜାର 144 ଜଣ ଆକ୍ରାନ୍ତ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ 1823 ଓ ସ୍ଥାନୀୟ ଅଞ୍ଚଳରୁ 1321 ଜଣ ବାହାରିଛନ୍ତି । ସୁନ୍ଦରଗଡରୁ ସର୍ବାଧିକ 523, ଖୋର୍ଦ୍ଧାରୁ 497 ଜଣ କୋଭିଡ ପଜିଟିଭ ରହିଛନ୍ତି । କୋରୋନାରେ 4 ଜଣଙ୍କ ଜୀବନ ଯାଇଛି । ସମସ୍ତେ ପଶ୍ଚିମଓଡିଶାର ବଲାଙ୍ଗୀର, ଝାରସୁଗୁଡା, କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲାର ।

ସେହିଭଳି ଅନୁଗୋଳରୁ 49, ବାଲେଶ୍ବରରୁ 28, ବରଗଡରୁ 156, ଭଦ୍ରକ 51, ବଲାଙ୍ଗୀର 92, ବୌଦ୍ଧ 7, କଟକ 140, ଦେଓଗଡ 21, ଢେଙ୍କାନାଳ 1, ଗଜପତି 67, ଗଞ୍ଜାମ 44, ଜଗତସିଂହପୁରରୁ 18 ଜଣ ସଂକ୍ରମଣ ଚିହ୍ନଟ ହୋଇଛନ୍ତି ।

ଯାଜପୁରରୁ 76, ଝାରସୁଗୁଡାରୁ 119, କଳାହାଣ୍ଡିରୁ 53, କନ୍ଧମାଳ13, କେନ୍ଦ୍ରାପଡା 15, କେନ୍ଦୁଝର 128, କୋରାପୁଟ 18, ମାଲକାନଗିରି 4, ମୟୂରଭଞ୍ଜ 68, ନବରଙ୍ଗପୁର 96, ନୟାଗଡ 29, ନୂଆପଡାରୁ 395, ପୁରୀରୁ 129, ରାୟଗଡାରୁ 44, ସମ୍ବଲପୁର 149, ସୋନପୁରରେ 4ଟି ପଜିଟିଭ କେସ ସାମ୍ନାକୁ ଆସିଛି ।

ସେପଟେ, ରାଜ୍ୟରେ କୋରୋନା ବିରୁଦ୍ଧରେ ଜାରି ରହିଛି ଟୀକାକରଣ । ଆଜି 952 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ସକ୍ରିୟ ମାମଲା 19 ହଜାର 77ରେ ପହଞ୍ଚିଛି । ତେବେ ଆଜିର ଏହି ରିପୋର୍ଟ ପରେ ରାଜ୍ୟରେ ମୋଟ 3 ଲକ୍ଷ 64 ହଜାର 594 ଜଣ ସଂକ୍ରମିତ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.