ଭୁବନେଶ୍ବର: ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ସମାରୋହରେ ୩ଟି ଓଡ଼ିଆ ଚଳଚ୍ଚିତ୍ର ପୁରସ୍କୃତ । ‘କାଲିର ଅତୀତ’ ଓ ‘ଶଲା ବୁଢ଼ାର ବଦଲା’ ସର୍ବଶ୍ରେଷ୍ଠ ଓଡ଼ିଆ ଚଳଚିତ୍ର ଭାବରେ ପୁରସ୍କୃତ ହୋଇଛନ୍ତି । ଉଭୟ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଯଥାକ୍ରମେ ନୀଳ ମାଧବ ପଣ୍ଡା ଓ ସବ୍ୟସାଚୀ ମହାପାତ୍ରଙ୍କୁ ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ସମାରୋହରେ ସମ୍ମାନୀତ କରାଯାଇଛି । ସେପଟେ ଶ୍ରେଷ୍ଠ କଳା ସଂସ୍କୃତି ଫିଲ୍ମ ପାଇଁ ଯୁବ ନିର୍ଦ୍ଦେଶକ ଆଶୁତୋଷ ପଟ୍ଟନାୟକଙ୍କ ‘ଶ୍ରୀକ୍ଷେତ୍ରରୁ ସାହିଯାତ’ ଚଳଚ୍ଚିତ୍ର ସମ୍ମାନିତ ହୋଇଛି ।
"କାଲିର ଅତୀତ" ନୀଳ ମାଧବ ପଣ୍ଡାଙ୍କ ପ୍ରଥମ ଓଡ଼ିଆ ଫିଲ୍ମ । ବଲିଉଡରେ "ଆଇ ଆମ କାଲାମ" ଭଳି ଫିଲ୍ମ ନିର୍ଦ୍ଦେଶନା ଦେଇ ନିଜର ସ୍ବତନ୍ତ୍ର ପରିଚୟ ଲାଭ କରିଛନ୍ତି ନୀଳ ମାଧବ ପଣ୍ଡା । ଏହାଛଡ଼ା ସେ ପାଣିପାଗକୁ ନେଇ "କଡ଼ୱି ହୱା" ଭଳି ବଲିଉଡ ଚଳଚିତ୍ର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । କଡ଼ୱି ହୱାରେ ସଞ୍ଜୟ ମିଶ୍ରାଙ୍କ ଭଳି ଭେଟାରନ ଅଭିନେତାଙ୍କ ଅଭିୟନ ଦେଖିବାକୁ ପାଇଥିଲେ ଦର୍ଶକ ।
ସେହିଭଳି ସବ୍ୟସାଚୀ ମହାପାତ୍ରଙ୍କ ଶଲା ବୁଢ଼ା ଓଡ଼ିଆ ଚଳଚ୍ଚିତ୍ର ବ୍ରିଟିଶ ଅମଳର ଏକ ଗାଁକୁ ନେଇ ନିର୍ମିତ ହୋଇଛି । ସମ୍ବଲପୁରୀ ଭାଷାରେ ଏହି ଫିଲ୍ମଟିକୁ ନିର୍ମାଣ କରିଛନ୍ତି ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର । ଏହାପୂର୍ବରୁ ଏହି ଫିଲ୍ମକୁ ଓଡ଼ିଶା ଷ୍ଟେଟ୍ ଫିଲ୍ମ୍ସ ପକ୍ଷରୁ ୭ଟି ସମ୍ମାନରେ ସମ୍ମାନିତ କରାଯାଇଥିଲା । ୧୯୩୦ ମସିହାରେ ଏକ ଗାଁର ସରପଞ୍ଚଙ୍କୁ ନେଇ ଏହି କାହାଣୀ । ସରପଞ୍ଚଙ୍କୁ ଗାଁରେ ସଭିଁଏ ଶଲା ବୁଢ଼ା ବୋଲି ଡାକନ୍ତି । ସେହି ସମୟରେ ମରୁଡ଼ି ଓ କର ଆଦାୟ କିଭଳି ହେଉଥିଲା ତାହା ଦର୍ଶକଙ୍କ ମନ ଜିଣିଛି । ଏଭଳି ଏକ ନିଆରା କାହାଣୀକୁ ୬୭ତମ ଜାତୀୟ ପୁରସ୍କାର ବିତରଣ ସମାରୋହରେ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ବିବେଚିତ ହୋଇଛି ।
ସେପଟେ ଶ୍ରେଷ୍ଠ କଳା ଓ ସଂସ୍କୃତି ଫିଲ୍ମ ଭାବରେ ଓଡ଼ିଆ ଫିଲ୍ମ "ଶ୍ରୀକ୍ଷେତ୍ରରୁ ସାହିଯାତ"କୁ ସମ୍ମାନୀତ କରାଯାଇଛି । ଯୁବ ନିର୍ଦ୍ଦେଶକ ଆଶୁତୋଷ ପଟ୍ଟନାୟକଙ୍କୁ ଏହି ଫିଲ୍ମ ପାଇଁ ପୁରସ୍କୃତ କରାଯାଇଛି । ଏହା ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ । ଏହି ଫିଲ୍ମ ପୂର୍ବରୁ ମସ୍କୋରେ ଇକୋ ଫିଲ୍ମ ଫେଷ୍ଟିଭାଲ ପ୍ରଦର୍ଶିତ ହୋଇଛି । ଓଡ଼ିଶା କଳା ଓ ସଂସ୍କୃତିକୁ ନେଇ ଆଧାରିତ ଏହି ଫିଲ୍ମ ।
କାଲିର ଅତୀତ ଜାତୀୟ ପୁରସ୍କାରରରେ ସମ୍ମାନୀତ ହେବାପରେ ଟ୍ବିଟ୍ କରି ଖୁସି ଜାହିର କରିଛନ୍ତି ନିର୍ଦ୍ଦେଶକ ନୀଳ ମାଧବ ପଣ୍ଡା । ସେ ଟ୍ବିଟ୍ କରିଛନ୍ତି ଯେ, "ମୋର ପ୍ରଥମ ଓଡ଼ିଆ ଫିଲ୍ମ କାଲିର ଅତୀତ ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଛି । ଏଥିପାଇଁ ମୁଁ ସଭିଁଙ୍କୁ ଧନ୍ୟବାଦ ଦେଉଛି । ଏହି ସମ୍ମାନକୁ ମୁଁ ପୃଥିବୀ ମାଆକୁ ଉତ୍ସର୍ଗୀକୃତ କରୁଛି ।"
-
I dedicate this honour to Mother Earth 🙏 #KaliraAtita my first Odia film as director, a film dedicated to the planet, feel so elated and honoured to receive this National Award for the film, Truly grateful to everyone#NationalFilmAwards2019 #NationalFilmAwards pic.twitter.com/9LVk3wn6uI
— Nila Madhab PANDA ନୀଳମାଧବ ପଣ୍ଡା (@nilamadhabpanda) October 25, 2021 " class="align-text-top noRightClick twitterSection" data="
">I dedicate this honour to Mother Earth 🙏 #KaliraAtita my first Odia film as director, a film dedicated to the planet, feel so elated and honoured to receive this National Award for the film, Truly grateful to everyone#NationalFilmAwards2019 #NationalFilmAwards pic.twitter.com/9LVk3wn6uI
— Nila Madhab PANDA ନୀଳମାଧବ ପଣ୍ଡା (@nilamadhabpanda) October 25, 2021I dedicate this honour to Mother Earth 🙏 #KaliraAtita my first Odia film as director, a film dedicated to the planet, feel so elated and honoured to receive this National Award for the film, Truly grateful to everyone#NationalFilmAwards2019 #NationalFilmAwards pic.twitter.com/9LVk3wn6uI
— Nila Madhab PANDA ନୀଳମାଧବ ପଣ୍ଡା (@nilamadhabpanda) October 25, 2021
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ