ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ 3ଟି ବୁଝାମଣା ପତ୍ର ସ୍ଵାକ୍ଷରିତ

ସହରାଞ୍ଚଳରେ ବସବାସ କରୁଥିବା ନାଗରିକଙ୍କ ସେବା ଓ ଉନ୍ନତମାନର ସୁବିଧା ସୁଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସ୍ବାକ୍ଷରିତ ହୋଇଛି 3ଟି ଚୁକ୍ତି ।

3ଟି ବୁଝାମଣା ପତ୍ର ସ୍ଵାକ୍ଷର
author img

By

Published : Nov 21, 2019, 10:21 PM IST

ଭୁବନେଶ୍ବର: ସହାରାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ସୁବିଧା ପାଇଁ ଆଜି ରାଜ୍ୟ ସରକାର 3ଟି ଗୁରୁତ୍ବପୂର୍ଣ୍ଣ ବୁଝାମଣା ପତ୍ର ସ୍ଵାକ୍ଷର କରିଛନ୍ତି । ପ୍ରଥମତଃ ସହରାଞ୍ଚଳରେ ଅନଲାଇନ ମାଧ୍ୟମରେ ସମସ୍ତ ସେବା ପ୍ରଦାନ କରିବା ନିମନ୍ତେ E.GOV ଫାଉଣ୍ଡେସନ ସହିତ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ସେହିଭଳି ସହରାଞ୍ଚଳ ଗୁଡିକର ନିଜସ୍ଵ ଆୟ ବୃଦ୍ଧି ତଥା ଆର୍ଥିକ ପରିଚାଳନା ସୁବ୍ୟବସ୍ଥିତ କରିବା ପାଇଁ ଜନାଗ୍ରହ ସହ ବୁଝାମଣା ପତ୍ର ସ୍ଵାକ୍ଷର ହୋଇଛି । ଏହାସହ ଐତିହ୍ୟ ସୁରକ୍ଷା ଏବଂ ପର୍ଯ୍ୟଟନ ବିକାଶର ପ୍ରୋତ୍ସାହନ ନିମନ୍ତେ ଭାରତୀୟ ଐତିହ୍ୟ ସହର ନେଟୱାର୍କ ଫାଉଣ୍ଡେସନ ସହିତ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ତିନିଗୋଟି ବୁଝାମଣା ସ୍ଵାକ୍ଷର ସହରାଞ୍ଚଳରେ ରହୁଥିବା ବ୍ୟବସ୍ଥାର ପରିବର୍ତ୍ତନ ଆଣିବ । ନାଗରିକଙ୍କୁ ଡିଜିଟାଲରେ ସେବା ପ୍ରଦାନ କରିବା ସହ ପୌର ସଂସ୍ଥାରେ ଅନଲାଇନରେ ସେବା ଇଜ ଅଫ ଡୁଇଙ୍ଗ ବିଜନେସରେ ବେଶ ସହାୟକ ହେବ ଏହି ଚୁକ୍ତି। ଖାରବେଳ ଭବନରେ ଆୟୋଜିତ ଏକ ବୈଠକରେ ଚୁକ୍ତି ସ୍ବାକ୍ଷର ହୋଇଛି । ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ବିଭାଗୀୟ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଖାରବେଳ ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ତିନୋଟି ବୁଝାମଣା ପତ୍ର ସ୍ଵାକ୍ଷର ହୋଇଛି. ସହରାଞ୍ଚଳରେ ଅନଲାଇନ ମାଧ୍ୟମରେ ସମସ୍ତ ସେବା ପ୍ରଦାନ କରିବା ନିମନ୍ତେ E.GOV ଫାଉଣ୍ଡେସନ ସହିତ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି. ସେହିପରି ସହରାଞ୍ଚଳ ଗୁଡିକର ନିଜସ୍ଵ ଆୟ ବୃଦ୍ଧି ତଥା ଆର୍ଥିକ ପରିଚାଳନା ସୁବ୍ୟବସ୍ଥିତ କରିବା ପାଇଁ ଜନାଗ୍ରହ ସହ ବୁଝାମଣା ପତ୍ର ସ୍ଵାକ୍ଷର. Body:ଐତିହ୍ୟ ସୁରକ୍ଷା ଏବଂ ପର୍ଯ୍ୟଟନ ବିକାଶର ପ୍ରୋତ୍ସାହନ ନିମନ୍ତେ ଭାରତୀୟ ଐତିହ୍ୟ ସହର ନେଟୱାର୍କ ଫାଉଣ୍ଡେସନ ସହିତ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି।

Conclusion:

ଏହି ତିନିଗୋଟି ବୁଝମଣା ସ୍ଵାକ୍ଷର ସହରାଞ୍ଚଳରେ ରହୁଥିବା ବ୍ୟବସ୍ଥା ର ପରିବର୍ତ୍ତନ ଆଣିବ ।ନାଗରିକ ଙ୍କୁ ଡିଜିଟାଲ ରେ ସେବା ପ୍ରଦାନ ,ପୈରସସ୍ଥାରେ ଅନଲାଇନ ରେ ସେବା ।ଇଜ୍ ଅଫ ଡୁଇଙ୍ଗ ବିଜନେସ ରେ ସହାୟକ ହେବ ।ଏହା ସହ ଦକ୍ଷତା ବୃଦ୍ଧି ହେବ ବୋଲି ମନ୍ତ୍ରୀ କହିଛନ୍ତି ।
ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ବିଭାଗୀୟ ସଚିବ ପ୍ରମୁଖ ଉପସ୍ଥିତ !

Byte-ପ୍ରତାପ ଜେନା ନଗର ଉନ୍ନୟନ ମନ୍ତ୍ରୀ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.