ETV Bharat / city

ରାଜ୍ୟରେ ମୂଷଳଧାରା ବର୍ଷା: 3 ମୃତ, ୧୯ ଲକ୍ଷରୁ ଊର୍ଦ୍ଧ୍ବ ଲୋକେ ପ୍ରଭାବିତ - 3 died by heavy rain

ରାଜ୍ୟରେ ଗଭୀର ଅବପାତ ଯୋଗୁଁ ବର୍ଷା ଲାଗି ରହିଛି । ଏହି ବର୍ଷାରେ ରାଜ୍ୟରେ ୧୯ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏହାକୁ ନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ରିପୋର୍ଟ ପ୍ରଦାନ କରିଛନ୍ତି । ଅଧିକ ପଢ଼ନ୍ତୁ...

ରାଜ୍ୟରେ ୩ଜଣଙ୍କ ଜୀବନ ନେଲା ବର୍ଷା, ୧୯ ଲକ୍ଷ ପ୍ରଭାବିତ

author img

By

Published : Sep 13, 2021, 9:11 PM IST

ଭୁବନେଶ୍ବର: ରାଜ୍ୟରେ ଗଭୀର ଅବପାତ ଯୋଗୁଁ ବର୍ଷା ଲାଗି ରହିଛି । ରାଜ୍ୟର ସ୍ଥାନେସ୍ଥାନେ ପାଣି ଭର୍ତ୍ତି ହୋଇଛି । ଲୋକଙ୍କ ଘରେ ପାଣି ପଶିଛି । ଗତମାସ ସୁଦ୍ଧା ରାଜ୍ୟରେ ବର୍ଷାର ଦେଖାଦର୍ଶନ ନଥିଲା । ତେବେ ଗତ ଦୁଇଦିନ ମଧ୍ୟରେ ହୋଇଥିବା ବର୍ଷାରେ ଲୋକେ ବେହାଲ ହୋଇଛନ୍ତି । ଏହି ବର୍ଷାରେ ରାଜ୍ୟରେ ୧୯ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏହାକୁ ନେଇ ସ୍ବତନ୍ତ୍ର ରିଲିଫ କମିଶନର(SRC) ସୂଚନା ଦେଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଏହି ୧୧ଟି ଜିଲ୍ଲାର ମୋଟ ୫୩ଟି ବ୍ଲକରେ ବର୍ଷା ପ୍ରଭାବ ଅଧିକ ରହିଛି । ଫଳରେ ୫୩ଟି ବ୍ଲକ ୨୭୮୯ ଗାଁରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଖାଲି ସେତିକି ନୁହେଁ ଏହି ସବୁ ଜିଲ୍ଲାର ୧୪ ପୌରାଞ୍ଚଳ ମଧ୍ୟ ପ୍ରଭାବିତ ହୋଇଛି ।

୧୧ ଜିଲ୍ଲାରେ ସମୁଦାୟ ୧୯ ଲକ୍ଷ ୫୩ ହଜାର ୬୪୭ ଲୋକ ବର୍ଷା ଯୋଗୁଁ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏଥିପାଇଁ ପ୍ରାୟ ୩୮୧୯ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ୩ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ରାପଡାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ୨୭୮୯ ଗାଁର ୨୬୫ ଘର ଭାଙ୍ଗିଛି । ଏହାକୁ ନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ରିପୋର୍ଟ ପ୍ରଦାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.