ETV Bharat / city

ବାତ୍ୟା ଗୁଲାବ ପାଇଁ 24ଟି ଟ୍ରେନ୍ ବାତିଲ - ଟ୍ରେନ୍ ବାତିଲ

ବାତ୍ୟା ଗୁଲାବ ପାଇଁ ଟ୍ରେନ୍ ବାତିଲ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଦୁଇ ଦିନ ପାଇଁ ପୂର୍ବତଟ ରେଳପଥରେ ଚଳାଚଳ କରୁଥିବା 24ଟି ଟ୍ରେନ୍‌କୁ ବାତିଲ୍‌ କରାଯାଇଛି । ଅଧିକ ପଢନ୍ତୁ...

ବାତ୍ୟା ଗୁଲାବ ପାଇଁ 26ଟି ଟ୍ରେନ୍ ବାତିଲ
ବାତ୍ୟା ଗୁଲାବ ପାଇଁ 26ଟି ଟ୍ରେନ୍ ବାତିଲ
author img

By

Published : Sep 26, 2021, 6:47 AM IST

Updated : Sep 26, 2021, 7:02 AM IST

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଦୁଇ ଦିନ ପାଇଁ ପୂର୍ବତଟ ରେଳପଥରେ ଚଳାଚଳ କରୁଥିବା 24ଟି ଟ୍ରେନ୍‌କୁ ବାତିଲ୍‌ କରାଯାଇଛି । ଆଜି (26) ତାରିଖରେ ବାତିଲ ହୋଇଥିବା ଟ୍ରେନ ଗୁଡିକ ହେଲା ଭୁବନେଶ୍ବର-ବେଙ୍ଗାଲୁରୁ ପ୍ରଶାନ୍ତି ଟ୍ରେନ୍‌(୦୮୪୬୩), ଭୁବନେଶ୍ବର-ଯଶବନ୍ତପୁର ଟ୍ରେନ୍‌(୦୨୮୪୫) , ଭୁବନେଶ୍ୱର-ବିଶାଖାପାଟଣା (୦୮୯୬୯) ବିଶାଖାପାଟଣା-ଭୁବନେଶ୍ୱର(୦୮୫୭୦) , ଭୁବନେଶ୍ୱର- ସିକନ୍ଦରାବାଦ ବିଶାଖା ଟ୍ରେନ୍‌(୦୭୦୧୫) ଓ ଭୁବନେଶ୍ବର ତିରୁପତି(୦୨୦୭୧)କୁ ବାତିଲ କରାଯାଇଛି ।

ସେହିପରି ପୁରୀ-ଗୁଣୁପୁର (୦୮୪୧୭), ପୁରୀ ଚେନ୍ନାଇ ସେଣ୍ଟ୍ରାଲ(୦୨୮୫୯), ଗୁଣୁପୁର- ବିଶାଖାପାଟଣା(୦୮୫୨୧),ବିଶାଖାପାଟଣା- ଗୁଣୁପୁର(୦୮୫୨୨) ବାତିଲ୍ ହୋଇଛି । ଅନ୍ୟପଟେ, ଭୁବନେଶ୍ବର-ପଲାସା(୦୮୪୩୩),ବିଶାଖାପାଟଣା- ଟାଟା(୦୮୫୭୨) ,ବିଶାଖାପାଟଣା-କୋର୍ବା(୦୮୫୧୮),ଚେନ୍ନାଇ-ପୁରୀ(୦୨୮୬୦),ପଲାସା-ଭୁବନେଶ୍ୱର(୦୮୪୩୪),ରାୟଗଡ଼ା-ବିଶାଖାପାଟଣା (୦୮୫୦୭) ଓ ଅନ୍ୟ ସବୁ ଟ୍ରେନ ବାତିଲ୍ ହୋଇଥିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ଏହା ସହକିଛି ସ୍ବତନ୍ତ୍ର ଟ୍ରେନ୍‌ର ମଧ୍ୟ ଗତିପଥ ପରିବର୍ତ୍ତନ କରାଯାଇଛି । ଏହା ବ୍ୟତୀତ 5ଟି ଟ୍ରେନ୍‌ର ସମୟରେ ପରିବର୍ତ୍ତନ ହୋଇଛି । ପରିସ୍ଥିତିକୁ ନଜରରେ ରଖି ଦକ୍ଷିଣ ପୂର୍ବ, ଉତ୍ତର ପୂର୍ବ କେନ୍ଦ୍ରୀୟ ଓ ଦକ୍ଷିଣ କେନ୍ଦ୍ରୀୟ ରେଳପଥ ମଧ୍ୟ ଦେଇ 26 ଓ 27 ତାରିଖରେ ଚଳାଚଳ କରିବାକୁ ଥିବା 11ଟି ଟ୍ରେନ୍ ଉପରେ ନଜର ରଖାଯାଇଛି । ବାତ୍ୟାର ପବନ ବେଗକୁ ନଜରରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ପାଟ୍ରୋଲିଂ ବଢ଼ାଯିବା ସହ ପ୍ରବଳ ବର୍ଷା ଯୋଗୁଁ ରେଲ ଲାଇନ୍‌ ମରାମତି ଉପରେ ପ୍ରାଥମିକତା ଦେବାକୁ କୁହାଯାଇଛି।

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

Last Updated : Sep 26, 2021, 7:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.