ETV Bharat / city

ଆକ୍ସନ ମୁଡରେ ଫ୍ଲାଇଂ ସ୍କ୍ବାଡ: ଜବତ ହେଲାଣି ବିପୁଳ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଦ୍ରବ୍ୟ - arms

ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ବର୍ତ୍ତମାନ ସୁଦ୍ଧା ୫ ହଜାର ୪୯୫ ଗୋଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ସଂପୃକ୍ତ ଜିଲ୍ଲା ପ୍ରଶାସନଠାରେ ଜମା ଦିଆଯାଇଛି । ଲାଇସେନ୍ସ ନଥିବା ୨୪୯ଟି ଅସ୍ତ୍ରଶସ୍ତ୍ର ଏବଂ ୧୪୬୩.୫୮୨ କିଲୋଗ୍ରାମ ବିସ୍ଫୋରକ ଦ୍ରବ୍ୟ ଜବତ କରାଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Apr 24, 2019, 11:44 PM IST

ଭୁବନେଶ୍ବର: ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୪ ହଜାର ୨୧୯ ଗୋଟି ଜାମିନ ବିହୀନ ଗିରଫ ପରୱାନା କାର୍ଯ୍ୟକାରୀ ହୋଇଛି । ଭାରତୀୟ ପିଙ୍ଗଳ କୋର୍ଡ ୧୦୭/୧୧୬ ଧାରା ଅନୁଯାୟୀ ୬୪ ହଜାର ୧୫୭ ଜଣଙ୍କୁ ଅଟକ ରଖାଯାଇଛି । ୫ ହଜାର ୪୯୫ ଗୋଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ସଂପୃକ୍ତ ଜିଲ୍ଲା ପ୍ରଶାସନଠାରେ ଜମା ଦିଆଯାଇଛି । ଯାହାର ସୂଚନା ନିର୍ବାଚନ ଆୟୋଗଙ୍କ ତରଫରୁ ଦିଆଯାଇଛି ।

ଲାଇସେନ୍ସ ନଥିବା ୨୪୯ଟି ଅସ୍ତ୍ରଶସ୍ତ୍ର ଏବଂ ୧୪୬୩.୫୮୨ କିଲୋଗ୍ରାମ ବିସ୍ଫୋରକ ଦ୍ରବ୍ୟ ଜବତ କରାଯାଇଛି । ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବକାରୀ ବିଭାଗ ଓ ପୋଲିସ ସହାୟତାରେ ପ୍ରାୟ ୧୫୬୪୫୬.୯୨୩ ବଲ୍କ ଲିଟର ମଦ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୪ କୋଟି ୦୯ ଲକ୍ଷ ୨୬ ହଜାର ୮୩୪ ଟଙ୍କା ।

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ଆଜି ସୁଦ୍ଧା ସର୍ବସାଧାରଣ ସ୍ଥାନରେ ଲାଗିଥିବା ୫୧ ଲକ୍ଷ ୧୩ ହଜାର ୮୭୦ଟି ପୋଷ୍ଟର, ହୋଡିଂ ଆଦିକୁ ହଟାଇ ଦିଆଯାଇଛି । ସେହିପରି ଆଜି ସୁଦ୍ଧା ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନରେ ବେଆଇନ ଭାବେ ଲାଗିଥିବା ୩ ଲକ୍ଷ ୮୯ ହଜାର ୭୯୮ ହୋଡିଂ, ପୋଷ୍ଟର ଆଦିକୁ ମଧ୍ୟ ବାହାର କରିଦିଆଯାଇଛି ।

ରାଜ୍ୟସ୍ତରରେ ଖୋଲାଯାଇଥିବା ନିୟନ୍ତ୍ରଣ କକ୍ଷ ଟେଲିଫୋନ୍ ନଂ ୦୬୭୪-୨୩୯୫୦୧୫କୁ ଆଜି ସୁଦ୍ଧା ୧୨୩୯ଟି କଲ୍ ଏବଂ ଭୋଟର ହେଲ୍ପଲାଇନ୍ ନମ୍ବର ୧୯୫୦କୁ ୧୭ ହଜାର ୦୮୨ଟି କଲ୍ ମିଳିଥିବା ବେଳେ ନିର୍ବାଚନ ସଂପର୍କିତ ବିଭିନ୍ନ ଅଭିଯୋଗ ଗ୍ରହଣ କରାଯାଇ ଆବଶ୍ୟକ ପଦକ୍ଷେପ ସହ ସୂଚନା ପ୍ରଦାନ କରାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ 71. 61 ପ୍ରତିଶତ ମତଦାନ

ଭୁବନେଶ୍ବର: ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଆଉ ଏବେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର । ତେବେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ ମୋଟ 71. 61 ପ୍ରତିଶତ ମତଦାନ ହୋଇଛି । ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ 59.60 ପ୍ରତିଶତ ମତଦାନ ହୋଇଛି । 

ସେହିଭଳି ପୁରୀରେ 72.53 ପ୍ରତିଶତ, କଟକରେ 69.65 ପ୍ରତିଶତ, ଢେଙ୍କାନାଳ 74.98ପ୍ରତିଶତ, କେନ୍ଦୁଝର 78. 16 ପ୍ରତିଶତ, ସମ୍ବଲପୁରରେ 76.38 ପ୍ରତିଶତ ମତଦାନ ହୋଇଛି । ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ତରଫରୁ ଏହୂ ସୂଚନା ଦିଆଯାଇଛି । 2014ରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ 58.40 ପ୍ରତିଶତ ଭୋଟିଂ ହୋଇଥିଲା ।

ତେବେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ ସ୍ଥାନରେ ଇଭିଏମ ତ୍ରୁଟି ପାଇଁ ମତଦାନ ବିଳମ୍ବ ହୋଇଥିଲା । ଅନ୍ୟପଟେ ଭୁବନେଶ୍ବରରେ କିଛି ସ୍ଥାନରେ ବିଳମ୍ବିତ ରାତି ଯାଏଁ ଭୋଟିଂ ଚାଲିଥିଲା ବୋଲି ସୂଚନା ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.