ETV Bharat / city

ପଞ୍ଚାୟତିରାଜ ବିଭାଗର ପ୍ରାୟ ୨୨୭୩୫ କୋଟି ଟଙ୍କାର ଖର୍ଚ୍ଚ ଦାବି ଅନୁମୋଦନ

author img

By

Published : Jul 25, 2022, 10:27 PM IST

୨୨୭୩୪ କୋଟି ୮୪ ଲକ୍ଷ ୪୫ ହଜାର ଟଙ୍କା ଜନହିତକର କାର୍ଯ୍ୟକ୍ରମ ପାଇଁ ପଞ୍ଚାୟତିରାଜ ବିଭାଗକୁ ଅନୁମୋଦନ ହୋଇଛି । ଆର୍ଥିକବର୍ଷ ୨୦୨୨ - ୨୩ ନିମନ୍ତେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ୫୫୦୫.୮୪ କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବ ରଖାଯାଇଛି । ଅଧିକ ପଢନ୍ତୁ

ପଞ୍ଚାୟତିରାଜ ବିଭାଗର ପ୍ରାୟ ୨୨୭୩୫ କୋଟି ଟଙ୍କାର ଖର୍ଚ୍ଚ ଦାବି ଅନୁମୋଦନ
ପଞ୍ଚାୟତିରାଜ ବିଭାଗର ପ୍ରାୟ ୨୨୭୩୫ କୋଟି ଟଙ୍କାର ଖର୍ଚ୍ଚ ଦାବି ଅନୁମୋଦନ

ଭୁବନେଶ୍ବର: ୨୨୭୩୪ କୋଟି ୮୪ ଲକ୍ଷ ୪୫ ହଜାର ଟଙ୍କା ଜନହିତକର କାର୍ଯ୍ୟକ୍ରମ ପାଇଁ ପଞ୍ଚାୟତିରାଜ ବିଭାଗକୁ ଅନୁମୋଦନ ହୋଇଛି । ସେଥିମଧ୍ୟରୁ ୧୭ ହଜାର ୫ ଶହ ୭୩ କୋଟି ୭୯ ଲକ୍ଷ ଟଙ୍କା ଯୋଜନା ସମ୍ବନ୍ଧୀୟ ବ୍ୟୟ ବାବଦ ଏବଂ ୪୨୯ କୋଟି ୫୫ ଲକ୍ଷ ଟଙ୍କା ପ୍ରଶାସନିକ ବ୍ୟୟ ବାବଦରେ ବ୍ୟୟ ବରାଦ ଅନୁମୋଦିତ ହୋଇଛି ।

ଆର୍ଥିକବର୍ଷ ୨୦୨୨ - ୨୩ ନିମନ୍ତେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫୫୦୫.୮୪ କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବ ରଖାଯାଇଛି । ସେହିପରି ବିଜୁ ପକ୍କା ଘର ଯୋଜନାରେ ୪୦୦ କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବ ରଖାଯାଇଛି । ମଲରେଗା ଯୋଜନାରେ ୨୦୦୦ କୋଟି ଟଙ୍କା ପ୍ରସ୍ତାବ ରଖାଯାଇଛି । ରାଜ୍ୟ ବଜେଟରୁ ବରଗଡ, ବଲାଙ୍ଗିର, କଳାହାଣ୍ଡି, ନୂଆପଡାର ୨୦ ଟି ଦାଦନ ପ୍ରବଣ ବ୍ଳକରେ ଅତିରିକ୍ତ ୨୦୦ ଦିନର କାର୍ଯ୍ୟ ଓ ସର୍ବନିମ୍ନ ମଜୁରିର ସ୍ବତନ୍ତ୍ର ପ୍ୟାକେଜ ପାଇଁ ୫୦୦ କୋଟି ଟଙ୍କାର ଏକ ନୂତନ ଯୋଜନା ( State support to MGNREGS ) କାର୍ଯ୍ୟକାରୀ କରାଯାଉଛି ।

୧୭, ୭୩, ୨୪୪ ଗ୍ରାମୀଣ ପରିବାରଙ୍କୁ ଟ୍ୟାପ ସଂଯୋଗୀକରଣ କରାଯାଇ ପାଇପ ଜଳଯୋଗାଣ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଜଳ ଜୀବନ ମିଶନ ପାଇଁ ୬୦୦୦ କୋଟି, ବସୁଧା ୮୫୦ କୋଟି ଏବଂ ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି ନିମନ୍ତେ ୧୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ ଆୟୋଗ ଅଧୀନରେ ୨ ହଜାର ୮୨ କୋଟି ୪୬ ଲକ୍ଷ ଟଙ୍କା ପଞ୍ଚମ ରାଜ୍ୟ ଅର୍ଥ ଆୟୋଗ ଅଧୀନରେ ୨ ହଜାର ୬ ଶହ ୪୯ କୋଟି ୪ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି ।

ସେପଟେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଜଳ ଜୀବନ ମିଶନ ଯୋଜନାରେ କେନ୍ଦ୍ରୀୟ ଅନୁଦାନକୁ ନେଇ ବିରୋଧୀ ଓ ଶାସକ ମୁହାଁମୁହିଁ ହୋଇଛନ୍ତି । ଏହି ଯୋଜନାରେ କେନ୍ଦ୍ରୀୟ ଅନୁଦାନ ଅଧିକ ଦେଉଥିଲେ ବି ରାଜ୍ୟ ସରକାର ନିଜ ଲୋଗୋ ଲଗାଇ ପ୍ରଚାର କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଏହି ଯୋଜନାରେ ରାଜ୍ୟ ଓ କେନ୍ଦ୍ରର ଅଂଶଧନ 60-40 ପ୍ରତିଶତ ରହିଛି ବୋଲି ବିଧାନସଭାରେ ମନ୍ତ୍ରୀ ଉତ୍ତର ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.